Advertisment

ଜାହାଜରେ ଡ୍ରଗ୍ସ ପାର୍ଟି: ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଜେରା, ଗେଷ୍ଟ ଭାବେ ପାର୍ଟିରେ ଯୋଗ ଦେଇଥିଲେ

ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏହି ରେଭ୍ ପାର୍ଟି ବେଳେ ଉପସ୍ଥିତ ଥିଲେ। ଆର୍ଯ୍ୟନଙ୍କୁ ଏହି ପାର୍ଟିକୁ ଗେଷ୍ଟ ଭାବେ ଆମନ୍ତ୍ରଣ କରାଯାଇଥିଲା ବୋଲି ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Shahrukh Khan With His Son Aryan

Shahrukh Khan With His Son Aryan

ମୁମ୍ବାଇ(ସୁରେଶ ଦାଶ): ମୁମ୍ବାଇରେ ଏକ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ଗତକାଲି ରାତିରେ ରେଡ୍‌ କରିଛି। ମୁମ୍ବାଇରେ ମଝି ସମୁଦ୍ରରେ ଥିବା ଏକ କ୍ରୁଜ୍‌ରେ ରେଭ୍ ପାର୍ଟି ଚାଲିଥିବା ଖବର ପାଇ ଏନ୍‌ସିବି ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ କ୍ରୁଜ୍‌ ଜାହାଜରୁ ବହୁ ପରିମାଣର ବ୍ୟାନ୍‌ ହୋଇଥିବା ଗଞ୍ଜେଇ, କୋକେନ୍, ଏମ୍‌ଡି ଇତ୍ୟାଦି ଜବତ ହୋଇଥିଲା। ଘଟଣାରେ ଏନ୍‌ସିବି ୧୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍‌ ସୁପରଷ୍ଟାରଙ୍କ ପୁଅ ଥିବା ନେଇ ଖବର ସାମ୍ନାକୁ ଆସିଥିଲା ଓ ତାଙ୍କୁ ଏନ୍‌ସିବି ଅଟକ ରଖି ପଚରାଉଚରା ଚଳାଇଥିବା ମଧ୍ୟ ଜଣାପଡ଼ିଛି। 

Advertisment

ଏବେ ଖବର ସାମ୍ନାକୁ ଆସୁଛି ଯେ, ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଏହି ରେଭ୍ ପାର୍ଟି ବେଳେ ଉପସ୍ଥିତ ଥିଲେ। ଆର୍ୟନଙ୍କୁ ଏହି ପାର୍ଟିକୁ ଗେଷ୍ଟ ଭାବେ ଆମନ୍ତ୍ରଣ କରାଯାଇଥିଲା ବୋଲି ସୂଚନା ମିଳିଛି। ବର୍ତ୍ତମାନ ଆର୍ୟନଙ୍କୁ ପଚରାଉଚରା ଚାଲିଥିବା ଜଣାପଡ଼ିଛି। ସମୁଦ୍ର ମଝିରେ ଜାହାଜରେ ଚାଲିଥିବା ଏହି ପାର୍ଟିରେ ଜଣେ ଆଇପିଏସ୍‌ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। ଏହି ଜାହାଜ ମୁମ୍ବାଇରୁ ଗୋଆ ଯିବା ପାଇଁ ଯୋଜନା ଥିଲା। ଜାହାଜଟି ଶନିବାର ଦିନ ମୁମ୍ବାଇରୁ ବାହାରି ଥିବାବେଳେ ସୋମବାର ମୁମ୍ବାଇକୁ ପୁଣି ଫେରିଥାନ୍ତା। ଖାଲି ଏତିକି ନୁହେଁ ଏହି ଜାହାଜରେ ଏକ ଫ୍ୟାଶନ ଶୋ’ ମଧ୍ୟ ଆୟୋଜିତ ହୋଇଥିଲା। ସବୁଠାରୁ ବଡ଼ କଥା, ଏହି କ୍ରୁଜ୍‌ରେ ଏକ ହାଇ ପ୍ରୋଫାଇଲ ପାର୍ଟିର ଆୟୋଜନର ପ୍ଲାନିଂ ଚାଲିଥିବା ନେଇ ୩ ଦିନ ପୂର୍ବରୁ ଏନ୍‌ସିବିକୁ ସୂଚନା ମିଳିଥିଲା।

Advertisment

RTPCR କୋଡ୍‌ୱାର୍ଡ ବ୍ୟବହାର କରି ସମସ୍ତେ କ୍ରୁଜ୍ ଭିତରକୁ ପ୍ରବେଶ କରିଥିଲେ। ଯେଉଁମାନେ ଏହି ପାର୍ଟିରେ ସାମିଲ ହୋଇଥିଲେ ସେମାନଙ୍କ ମଧ୍ୟରୁ କିଏ ପ୍ୟାଣ୍ଟ ଭିତରେ ଡ୍ରଗ୍ସ ପୁରାଇ ଆଣି ଥିଲେ ଆଉ କିଏ ପର୍ସରେ ତ ଆଉ କିଏ ଡ୍ରେସ୍‌ ଭିତରେ ଡ୍ରଗ୍ସ ଆଣିଥିଲେ ବୋଲି ସୂଚନା ମିଳିଛି। ପାର୍ଟି ଆରମ୍ଭ ହେବା ପରେ ସହାୟତା ପାଇଁ ଏନ୍‌ସିବି ମୁମ୍ବାଇ ପୋଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲା। ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇ ଗୋଆ ଅଭିମୁଖେ ବାହାରିଥିବା ଜାହାଜକୁ ମୁମ୍ବାଇ ମୁହାଁ କରାଯାଇଥିଲା। କ୍ରୁଜ୍‌ ମୁମ୍ବାଇ ସମୁଦ୍ର କୂଳରେ ପହଞ୍ଚିବା ପୂର୍ବରୁ ପୋଲିସକୁ ଆଗୁଆ ପ୍ରସ୍ତୁତ ହୋଇ ରହିଥିଲା। ଘଟଣାରେ ଶାହରୁଖଙ୍କ ପୁଅ ଆର୍ୟନଙ୍କ ସମେତ ୧୫ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି। ଏମାନଙ୍କୁ ପଚରାଉଚରା ଚାଲିଥିବା ଜଣାପଡ଼ିଛି। 

Mumbai Drugs Shahrukh Khan Drugs Party Cruise Ship Mumbai Cruise Drugs Case Shahrukh Khan Son
Advertisment
Advertisment