• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

News Highlights

  • ଦେଶର ବଡ଼ ରୋଲ୍‌

  • ଦାମ୍‌ ୪ ହଜାର

ନୂଆଦିଲ୍ଲୀ: ସକାଳୁ ଉଠିବା ମାତ୍ରେ ଆମେ ଖାଦ୍ୟକୁ ଗୁରୁତ୍ୱ ଦିଅନ୍ତି। କେମିତି ଓ କଣ ଖାଇବା? ସେନେଇ ଅନେକ ସମୟରେ ଆଲୋଚନା ହୋଇଥାଏ। ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଖାଦ୍ୟକୁ ବେଶ୍‌ ଗୁରୁତ୍ୱ ଦିଅନ୍ତି। ଆଉ ଯେଉଁମାନେ ଖାଦ୍ୟ ପ୍ରିୟ ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଖାଇବା ପ୍ରତିଯୋଗିତା ଜିତିଲେ ଆପଣଙ୍କୁ ବି ମିଳିବ ୨୦ ହଜାର ଟଙ୍କାର ପୁରସ୍କାର। ହୁଏତ ଆପଣ ଏହାକୁ ବିଶ୍ୱାସ କରିବେ ନାହିଁ କିନ୍ତୁ ଘଟଣାଟି ପୂରା ସତ। ଖାସ୍‌ କରି ଆଜିର ଯୁବପିଢ଼ୀମାନେ ଫାଷ୍ଟଫୁଡ଼୍‌ ଖାଇବା ପାଇଁ ଅଧିକ ମାତ୍ରାରେ ପସନ୍ଦ କରୁଛନ୍ତି। ବରଗର, ପିଜା, ରୋଲ୍ ଇତ୍ୟାଦି ଖାଇବା ପାଇଁ ଲୋକଙ୍କ ମଧ୍ୟରେ ସବୁଠି ଭିଡ ଜମିଥାଏ।

ତେବେ ବର୍ତ୍ତମାନ ଏପରି ଏକ ଖବର ଆସିଛି । ଯାହା ବିଷୟରେ ଜାଣିଲେ ଖାଦ୍ୟପ୍ରେମୀ ଖୁସି ହୋଇ ଯିବେ। ଦିଲ୍ଲୀରେ ଏମିତି ଏକ ଦୋକାନ ରହିଛି ଯେଉଁଠାରେ ଖାଦ୍ୟରେ ଲାଗେ ପ୍ରତିଯୋଗିତା। ଯେଉଁଠାରେ କି ଗ୍ରାହକମାନେ ରୋଲ ଖାଇଲେ ଜିତିପାରିବେ ୨୦ ହଜାର ଟଙ୍କା। ଯଦି ଆପଣ ଶୀଘ୍ର ଶୀଘ୍ର ଖାଇବାରେ ଅଭ୍ୟସ୍ତ ରହିଛନ୍ତି ତେବେ ଏହା ଆପଣଙ୍କ ଲାଗି ସୁବର୍ଣ୍ଣ ସୁଯୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଦିଲ୍ଲୀର ମଡେଲ ଟାଉନ୍ -୩ ରେ ଏକ ରାସ୍ତା କଡ଼ରେ ଫାଷ୍ଟଫୁଡ଼୍‌ ଦୋକାନ ରହିଛି । ଯେଉଁଠାରେ ଜଣେ ଦୋକାନୀ ୧୦ କିଲୋଗ୍ରାମର ଏକ କାଠି ରୋଲ ବିକ୍ରି କରୁଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୋକାନୀ ଜଣକ ରୋଲକୁ ନେଇ ଏକ ସର୍ତ୍ତ ରଖିଛନ୍ତି, ସେ କହିଛନ୍ତି ଯଦି ୨୦ ମିନିଟ୍‌ରେ କେହି ବି ଏହି ରୋଲକୁ ଖାଇଦେବେ ତେବେ ତାଙ୍କୁ ପୁରସ୍କାର ବାବଦରେ ନଗଦ ୨୦ ହଜାର ଟଙ୍କା ମିଳିବ । ତେବେ ଏହି ରୋଲଟି ପ୍ରାୟତଃ ୩ ବର୍ଷ ଶିଶୁର ଉଚ୍ଚାତ ସହ ସମାନ ହେବ।

ତେବେ ରୋଲର ତିଆରି ସମ୍ପର୍କରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ରୋଲଟି ଅଟାରେ ତିଆରି ହେବା ସହ ଏହା ମଧ୍ୟରେ ପାଖାପାଖି ୩୦ ଟି ଅଣ୍ଡା ରହିଛି। କେବଳ ଏତିକି ନୁହେଁ ବରଂ ରୋଲ ମଧ୍ୟରେ ଅନେକ ପ୍ରକାର ପରିବା ସହ ଖଣ୍ଡ ପନିର ରହିଛି। ଏହାସହ ବିଭିନ୍ନ ପ୍ରକାର ସସ୍‌ ମଧ୍ୟ ଦିଆଯାଇଥିବା ଜଣାପଡ଼ିଛି। ଆଉ ରୋଲର ଓଜନ ୨୦ କିଗ୍ରା ରହିଛି। ତେବେ ରୋଲକୁ ୨୦ ମିନିଟ୍‌ ମଧ୍ୟରେ ଯିଏ ଖାଇଦେବ ତାଙ୍କୁ ହିଁ ପୁରସ୍କାର ଦିଆଯିବ ବୋଲି ଦୋକାନୀ କହିବା ସହ ରୋଲ ପାଇଁ ୪ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି। ଆଉ ରୋଲ୍‌ର ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।