ଯେବେ ଗରିବ ଝିଅଟିଏ ସଫଳତା ପାଏ, ପରିବାରରେ ଖେଳିଯାଏ ଖୁସିର ଲହରୀ । ଦୁଃଖ ଭିତରେ ଫୁଟି ଉଠେ ହସ । ସମସ୍ତେ ଝିଅଟିକୁ ବେଶ୍ ବାହାବାହା କରନ୍ତି । ଗରିବ ବାପା ଫଳ ବିକନ୍ତି ।
ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ବାତ୍ୟା । ଡିସେମ୍ବର ୨ରୁ ରାଜ୍ୟରେ ଛେଚିବ ବର୍ଷା । ୩ ଓ ୪ରେ ଗଜପତି, ପୁରୀ, ଗଂଜାମକୁ ସତର୍କତା ଜାରି । ଛାନିଆ ଚାଷୀ, ଓୟୁଏଟି ଦେଲା ଫସଲ ସୁରକ୍ଷା ପରାମର୍ଶ ।
ପିପିଲି ଉପନିର୍ବାଚନ ଫଳ ରାଜ୍ୟ ରାଜନୀତିକୁ କେତେଦୂର ପ୍ରଭାବିତ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏହି ବିଜୟ, ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଆଣିବା ସହିତ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ ବୁଷ୍ଟର ଭଳି କାମ କରିବ ବୋଲି କୁହାଯାଉଛି। କଂଗ୍ରେସ ଅମାନତ ହରାଉଥିବାରୁ ଆଗକୁ ଅଧିକାଂଶ ସିଟ୍ରେ ଆଉ ତ୍ରିକୋଣୀୟ ଲଢେଇ ନହୋଇ ସିଧାସଳଖ ବିଜେଡି-ବିଜେପି ମଧ୍ୟରେ ଫାଇଟ୍ ହୋଇପାରେ।
ଭବାନୀପୁର ଆସନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବନାମ ବିଜେପି ଯୁବ ଚେହେରା ପ୍ରିୟଙ୍କାଙ୍କ ମଧ୍ୟରେ ଲଢେଇ ଚାଲିଛି। ଗତ ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ବିଜେପି ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ବିପକ୍ଷରେ ହାରିବା ପରେ ଭବାନୀପୁରରୁ ପୁଣି ନିର୍ବାଚନ ଲଢ଼ିଛନ୍ତି ମମତା। ତେଣୁ ଏହି ନିର୍ବାଚନ ପଶ୍ଚିମବଙ୍ଗ ରାଜନୀତିରେ ବେଶ ଗୁରୁତ୍ୱବହନ କରୁଛି।
କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ କରାଯିବ ।
ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ । କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । orissaresults.nic.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ତେବେ ଆଜି କେଉଁ ସମୟରେ ଫଳ ପ୍ରକାଶ ପାଇବ, ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ସୂଚନା ଦିଆ ଯାଇନାହିଁ