Advertisment

ଦିଦିଙ୍କ ବିପୁଳ ବିଜୟ

ପଶ୍ଚିମବଙ୍ଗ ଭବାନୀପୁର ଆସନରୁ ବିପୁଳ ଭୋଟ୍‌ରେ ଜିତିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବିଜେପିର ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଜିତିଛନ୍ତି। ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା ବାନାର୍ଜୀ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Mamata Banerjee

କୋଲକାତା: ପଶ୍ଚିମବଙ୍ଗ ଭବାନୀପୁର ବାଜି ଜିତିଲେ ଟିଏମ୍‌ସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ୫୮ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ସେ ବିଜୟୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ୫୮ ହଜାରରୁ ଅଧିକ ଭୋଟରେ ହରାଇ ମମତା ଏହି ବିଜୟ ହାସଲ କରିଛନ୍ତି। ମମତାଙ୍କୁ ୮୪ ହଜାର ୭୦୯ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରିୱାଲ୍‌ଙ୍କୁ ୨୬ ହଜାର ୩୨୦ ଭୋଟ୍ ମିଳିଛି। 

Advertisment

ଆଜି ଭୋଟ ଗଣତି ଆରମ୍ଭରୁ ହିଁ ଆଗୁଆ ଥିଲେ ମମତା। ଭବାନୀପୁର ଆସନ ଭୋଟ୍ ଗଣତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗୁଆ ଥିବା ଜଣାପଡ଼ିବା ପରେ ଟିଏମ୍‌ସି କର୍ମୀମାନେ ଉତ୍ସବ ମନାଇବା ଆରମ୍ଭ କରି ଦେଇଥିଲେ। ବାଣ ଫୁଟାଇ ବାଜା ବଜାଇ ଟିଏମ୍‌ସି କର୍ମୀ ନାଚୁଥିବା ଦେଖିବାକୁ ମିଳିଥିଲା। 

ଭୋଟ୍‌ ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କାଉଣ୍ଟିଂ ସେଣ୍ଟର ପାଖରେ ୧୫ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିଲା। ଏହାସହ ଗଣତି କେନ୍ଦ୍ରର ୨ଶହ ମିଟର ମଧ୍ୟରେ ୧୪୪ ଧାରା ଲଗାଯାଇଥିଲା। 

Advertisment

ଗତ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ି ପୂର୍ବତନ ସହଯୋଗୀ ତଥା ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତାଙ୍କର ପାରମ୍ପରିକ ଆସନ ଭବାନୀପୁର ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିବା ସୁବ୍ରତ ବକ୍ସି ବିଧାୟକ ପଦରୁ ଇସ୍ତଫା ଦେବା ପରେ ଉପନିର୍ବାଚନ ପାଇଁ ରାସ୍ତା ଫିଟିଥିଲା ଓ ଭବାନୀପୁର ଉପନିର୍ବାଚନ ହୋଇଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲଙ୍କୁ ହରାଇ ଏହି ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। 

West Bengal Mamata Banerjee West Bengal CM Bhabanipur Bypoll
Advertisment
Advertisment