Advertisment

ନରମିଲେ ସିଦ୍ଧୁ: କହିଲେ, ପଦରେ ନଥିଲେ ବି ରାହୁଲ ଓ ପ୍ରିୟଙ୍କାଙ୍କ ପାଇଁ କାମ କରିବି

ନରମିଲେ ସିଦ୍ଧୁ। କହିଲେ, ଦଳରେ କୌଣସି ପଦରେ ରୁହେ କି ନରୁହେ କିନ୍ତୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ରହିବି। ଦଳର ଆଦର୍ଶରେ କାମ କରିବି। କେବଳ ଏତିକି ନୁହେଁ ପଞ୍ଜାବର କେମିତି ଉନ୍ନତି ହେବ କଂଗ୍ରେସକୁ ନେଇ ସ୍ୱପ୍ନ ଦେଖୁଥିବା ପଞ୍ଜାବୀଙ୍କ ଆଶା କେମିତି ପୂରଣ ହେବ ସେନଇ କାମ କରିବି ବୋଲି ସିଦ୍ଧୁ ଟ୍ୱିଟ କରି କହିଛନ୍ତି।

author-image
Sarbeswar
ଅଦ୍ୟତନ ହୋଇଛି
undefined

11_05_2019-navjot-singh-sidhu_19212789

ନୂଆଦିଲ୍ଲୀ: ନରମିଲେ ସିଦ୍ଧୁ। କହିଲେ, ଦଳରେ କୌଣସି ପଦରେ ରୁହେ କି ନରୁହେ କିନ୍ତୁ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସହ ରହିବି। ଦଳର ଆଦର୍ଶରେ କାମ କରିବି। କେବଳ ଏତିକି ନୁହେଁ ପଞ୍ଜାବର କେମିତି ଉନ୍ନତି ହେବ କଂଗ୍ରେସକୁ ନେଇ ସ୍ୱପ୍ନ ଦେଖୁଥିବା ପଞ୍ଜାବୀଙ୍କ ଆଶା କେମିତି ପୂରଣ ହେବ ସେନଇ କାମ କରିବି ବୋଲି ସିଦ୍ଧୁ ଟ୍ୱିଟ କରି କହିଛନ୍ତି।

Advertisment

ତେବେ ଏଠାରେ କହିରଖୁଛୁ, ପଞ୍ଜାବ କଂଗ୍ରେସରେ ରାଜନୈତିକ ଅସ୍ଥିରତା ଲାଗିରହିଛି। କୁହାଯାଉଛି ଯେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କୁ ପଞ୍ଜାବର ରାଜ୍ୟ ଦାୟିତ୍ୱରୁ ହଟାଇ ଦିଆଯିବ ଏବଂ ତାଙ୍କ ସ୍ଥାନରେ ହରିଶ ଚୌଧୁରୀଙ୍କୁ ଏହି ଦାୟିତ୍ୱ ମିଳିପାରେ। ବିଗତ ୧୫ ଦିନ ହେବ ପଞ୍ଜାବ ରାଜନୀତିକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି।

ଏହାରି ମଧ୍ୟରେ, କ୍ୟାପଟେନ ଅମରିନ୍ଦର ସିଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପରେ ଚରଣଜିତ ସିଂ ଚାନ୍ନିଙ୍କୁ ରାଜ୍ୟର ନୂତନ ସିଏମ୍ କରାଯାଇଛି। ଆଉ ଏହି ସମୟରେ ପଞ୍ଜାବ ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁ ମଧ୍ୟ ଇସ୍ତଫା ଦେଇଛନ୍ତି। ପଞ୍ଜାବର ଦାୟିତ୍ୱରେ ଥିବା ରାୱତ ଏପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଥିବା ଏଠାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।

Advertisment

ଶୁକ୍ରବାର ଦିନ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଏବଂ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବୈଠକ ହୋଇଥିବା ନେଇ ଖବର ଆସିଥିଲା। ସିଦ୍ଧୁଙ୍କ ଅସନ୍ତୋଷ ସାମ୍ନାକୁ ଆସିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ଏହି ବିବାଦର ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏବେ ବି ପଞ୍ଜାବ ରାଜନାତୀ ବେଶ୍‌ ଉଷ୍ମ ହେବାରେ ଲାଗିଛି। ସେପଟେ, ପଞ୍ଜାବ କଂଗ୍ରେସରେ କନ୍ଦଳ ବଢିବାରେ ଲାଗିଛି। ଗୋଟିଏ ପଟେ ସିଦ୍ଧୁ ଇସ୍ତଫା ଦେଲେ ଆଉ ଅନ୍ୟ ପଟେ ଅମରିନ୍ଦର ଦଳ ଛାଡିଲେ। ହେଲେ ପୁଣି ଥରେ ସିଦ୍ଧୁ ହିଁ ପିସିସି ସଭାପତି ହେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କିନ୍ତୁ କଂଗ୍ରେସରେ ଦେଖାଦେଇଥିବା ଅସ୍ଥିରତାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦଳର ବରିଷ୍ଠ ନେତା କପିଲ୍‌ ସିବଲ୍।

କଂଗ୍ରେସକୁ ନେଇ ପୁଣି ବଡ଼ ମନ୍ତବ୍ୟ ଦେଲେ ସିବଲ। କହିଲେ, ଭାରତରେ ରାଜନୈତିକି ଅସ୍ଥିରତ ଦେଖାଦେଲେ ତାହାର ସିଧାସଳଖ ଫାଇଦା ପାକିସ୍ତାନ ହିଁ ନେଇଥାଏ। କେବଳ ଏତିକି ନୁହେଁ ବରଂ ଏହାର ସିଧାସଳଖ ଫାଇଦା ଆଇଏସଆଇ କେମିତି ନେବ ତାହା ତାକୁ ବେଶ୍‌ ଭଲଭାବରେ ଜଣା। ଆଉ ପଂଜାବ ରାଜନୀତିରେ ଏବେ ସର୍କସ ଚାଲିଥିବା ପରି ମନେ ହେଉଛି ବୋଲି କପିଲ୍‌ କହିଛନ୍ତି।

Congress Priyanka Gandhi Rahul Gandhi Politics Kapil Sibal. Navjot Singh
Advertisment
Advertisment