Advertisment

ଟେଲିଗ୍ରାମ ବ୍ୟବହାର କରୁଥିଲେ ସାବଧାନ, ବ୍ୟାଙ୍କ ଆକାଉଣ୍ଟ ଖାଲି କରୁଛନ୍ତି ହ୍ୟାକର...

ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ ହୋଇଥାଏ, ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ହ୍ୟାକର। କୌଣସି ସମୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ପାରନ୍ତି। ଏମିତି ଚର୍ଚ୍ଚା ଏବେ ଜୋର ଧରିଛି।

author-image
Sarbeswar
Telegram Hacker

Telegram Hacker

ନୂଆଦିଲ୍ଲୀ: ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ ହୋଇଥାଏ, ତେବେ ହୋଇ ଯାଆନ୍ତୁ ସାବଧାନ। କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ହ୍ୟାକର। କୌଣସି ସମୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରି ପାରନ୍ତି। ଏମିତି ଚର୍ଚ୍ଚା ଏବେ ଜୋର ଧରିଛି।

Advertisment

ଏଇ କିଛି ବର୍ଷ ହେବ ଟ୍ରୁ-ଫ୍ୟାକ୍ଟର ଅଥୋଣ୍ଟିକେସନ ଅନଲାଇନ୍ ଆକାଉଣ୍ଟକୁ ସୁରକ୍ଷିତ କରି ରଖିବାର ସବୁଠାରୁ ସହଜ ଉପାୟ ପାଲଟିଛି। ଏହାର ଫାଇଦା ଉଠାଇବା ଆରମ୍ଭ କରି ଦେଇଛନ୍ତି ସାଇବର କ୍ରିମିନାଲ। ଏମିତି ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ପ୍ରମୁଖ ସିକ୍ୟୁରିଟି କମ୍ପାନୀ Intel 471।

ରିପୋର୍ଟ ଅନୁସାରେ କିଛି ସର୍ଭିସ୍ ଆଟାକର୍ସଙ୍କୁ ୱନ ଟାଇମ୍ ପାସୱର୍ଡ ଇଣ୍ଟରସ୍ପେଟ୍ କରିବାରେ ସାହାଯ୍ୟ କରିଥାଏ। Intel 471 ଯେତେ ବି ସର୍ଭିସ୍ ଜୁନ୍ ମାସରୁ ଅବଜର୍ଭ କରିଛି ସେ ସବୁ ଟେଲିଗ୍ରାମ ବୋଟରୁ ଯାଇଥାଏ ବା କଷ୍ଟମର୍ସଙ୍କୁ ଟେଲିଗ୍ରାମ ଚ୍ୟାନେଲରୁ ସପୋର୍ଟ ମିଳିଥାଏ ବୋଲି କୁହାଯାଉଛି।

Advertisment

 ସପୋର୍ଟ ଚ୍ୟାନେଲ୍ସ ବୋଟ୍ସଠୁ ମଧ୍ୟ ୟୁଜର୍ସଙ୍କୁ ଆକ୍ସେସ୍ ମିଳିଯାଏ। ସେମାନେ ଭିକ୍ଟିମଙ୍କ ଆକାଉଣ୍ଟରୁ ହଜାର ହଜାର ଡଲାର୍ ବାହାର କରି ନିଅନ୍ତି। ସିକ୍ୟୁରିଟ କମ୍ପାନୀ ରିପୋର୍ଟ ଅନୁସାରେ ସାଇବର କ୍ରିମିନାଲ୍ ଭିକ୍ଟିମଙ୍କୁ ବ୍ୟାଙ୍କ ତରଫରୁ କଲ୍ କରି ଓଟିପି ଟାଇପ୍ କରାଇ ଦେଇଥାନ୍ତି। ଏହାକୁ ସେମାନେ କ୍ୟାପ୍ଚର କରି କୋଡ୍ସକୁ ଅପରେଟର ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥାନ୍ତି। ଆଉ କେତେକ ସାଇବର ଠକ ଅନ୍ୟ ପପୁଲାର୍ ସୋସିଆଲ ମିଡିଆ ପ୍ଲାଟଫର୍ମ୍ସକୁ ମଧ୍ୟ ଟାର୍ଗେଟ୍ କରିଥାନ୍ତି।

ସିକ୍ୟୁରିଟି କମ୍ପାନୀ Intel 471 କହିଛି ଯେ, SMSRanger ବୋଟ ୟୁଜ୍ କରିବା ବହୁତ ସହଜ। ସିମ୍ପଲ କମାଣ୍ଡରୁ ସାଇବର କ୍ରିମିନାଲ୍ସ ଅନେକ ମୋଡ୍ସକୁ ଆକ୍ଟିଭେଟ୍ କରି କୌଣସି ବ୍ୟାଙ୍କ, ଅନଲାଇନ ପେ, ଗୁଗଲ ପେକୁ ମଧ୍ୟ ଟାର୍ଗେଟ୍ କରି ପାରନ୍ତି। ଯଦି ଭିକ୍ଟିମ୍ ଫୋନ୍ କଲରେ ବ୍ୟାଙ୍କ ଡିଟେଲ୍ସକୁ ନେଇ ସଠିକ୍ ସୂଚନା ଦେଇଛନ୍ତି, ତେବେ SMSRangerର ଏଫିସିଏନ୍ସି ରେଟ୍ ୮୦ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ। ପରେ ଠକ ବ୍ୟାଙ୍କ ତରଫରୁ ଭିକ୍ଟିମକୁ କଲ୍ କରି ସୋସିଆଲ ଇଞ୍ଜିନିୟରିଂ ଟ୍ରିକ୍ ୟୁଜ୍ କରି ଭେରିଫିକେସନ ହାସଲ କରି ନେଇଥାନ୍ତି। ଏହିଭଳି ଏକ ବୋଟ୍ ଏସଏମଏସ୍ ବଷ୍ଟର ମଧ୍ୟ କାମ କରିଥାଏ। ଏହା ୟୁଜର୍ସଙ୍କଠୁ ବ୍ୟାଙ୍କ ଡିଟେଲ୍ସ ହାସଲ କରି ଭିକ୍ଟିମର ଆକାଉଣ୍ଟ ଖାଲି କରି ଦିଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ଫୋନ୍ କଲରେ କାହାକୁ ବି ବ୍ୟାଙ୍କିଂ ଡିଟେଲ୍ସ କୁହନ୍ତୁ ନାହିଁ।

ଦିନକୁ ଦିନ ରାଜ୍ୟ ତଥା ଦେଶରେ ବଢି ଚାଲିଛି ସାଇବର ଠକେଇ। ନୂଆ ନୂଆ ତରିକା ଆପଣାଇ ସାଇବର ଠକମାନେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। କିଛି ସତର୍କତା ଆପଣାଇଲେ ଆପଣ ଠକେଇରୁ ବର୍ତ୍ତି ଯାଇ ନିଜ ଧନକୁ ସୁରକ୍ଷିତ କରି ରଖି ପାରିବେ।

Telegram Telegram Users On Target Of Hackers
Advertisment
Advertisment