ରିୟାଠୁ ଆରମ୍ଭ କରି ଆର୍ଯ୍ୟନ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଜେରା କରିଛନ୍ତି ଏହି ୩ ଅଫିସର। ବ୍ଲୁପ୍ରିଣ୍ଟ ପ୍ରସ୍ତୁତଠାରୁ ଗିରଫ କରିବା ପର୍ଯ୍ୟନ୍ତ ସବୁଥିରେ ରହିଛି ଏମାନଙ୍କ ହାତ। ଗିରଫ ପରେ ବି କରୁଛନ୍ତି ଜେରା। ଏବେ ଜାଣନ୍ତୁ ସେହି ୩ ସିଂଘମ ଅଫିସର କିଏ?
ଗଣତନ୍ତ୍ରରେ ନ୍ୟାୟ ଏକ ଅଧିକାର। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ଗତକାଲି ସମସ୍ତ ପୀଡ଼ିତ ପରିବାରକୁ ଭେଟି ଥିଲି ଓ ସମସ୍ତେ ନ୍ୟାୟ ଦାବି କରିଛନ୍ତି। ନିରପେକ୍ଷ ତଦନ୍ତକୁ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରା ଇସ୍ତଫା ଦେବା ଆବଶ୍ୟକ: ପ୍ରିୟଙ୍କା ଗାନ୍ଧି
ଗତକାଲି ରାତି ପ୍ରାୟ ୯ଟା ସମୟରେ କର୍ଣ୍ଣାଟକର ବେଲଗାଡ଼ିର ବାରାଲା ଅଙ୍କଲଗି ଗ୍ରାମରେ ପ୍ରବଳ ବର୍ଷା ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ସାତଜଣଙ୍କର ମୃତ୍ୟୁ ଘଟିଛି।
ସର୍ପଦଂଶନ ଦ୍ୱାରା ମହିଳାଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାର ଶୁଣାଣୀ ସମୟରେ ଜାମିନ୍ ଦେବାକୁ ମନା କରିଦେଲେ ସୁପ୍ରିମ୍ କୋର୍ଟ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏଭଳି ଭିନ୍ନ ଢଙ୍ଗର ହତ୍ୟାକାଣ୍ଡ ।
କ୍ରୁଜ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ବିଦେଶୀ ନାଗରିକ ଗିରଫ ହୋଇଛନ୍ତି। ବାନ୍ଦ୍ରା ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନ୍ସିବି) ତାଙ୍କୁ ଗିରଫ କରିଛି। NCB ତାଙ୍କ ନିକଟରୁ ବହୁ ପରିମାଣର ମେଫେଡ୍ରୋନ୍ ଡ୍ରଗ୍ସ ଜବତ କରାଯାଇଛି। ଯାହାକି ସେ ବ୍ୟବସାୟିକ ଉଦ୍ଦେଶ୍ୟରେ ରଖିଥିଲେ ବୋଲି ଜଣାପଡ଼ିଛି।
ଆଜି ସକାଳେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍-ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଲଗାତାର ତୃତୀୟ ଦିନ ପାଇଁ ପୁଣି ବଢିଲା ତେଲ ଦର । ଗତ କିଛି ଦିନ ହେବ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଡିଜେଲ୍ ଦର । ଇଣ୍ଡିଆଲ୍ ଅଏଲ୍ ପକ୍ଷରୁ ଆଜି ତେଲ ଦରକୁ ବୃଦ୍ଧି କରାଯାଇଛି ।
ବିଷାକ୍ତ ଖାଦ୍ୟ ଖାଇ ୫୧ ଜଣ ପିଲାଙ୍କ ସମେତ ୧୦୦ ଜଣ ରୋଗାଗ୍ରସ୍ତ ହୋଇଛନ୍ତି । ଗତକାଲି ଛତିଶଗଡର ମହା ସମୁନ୍ଦ ଜିଲ୍ଲାର ଅଂଶୁଲା ଗାଁରେ ୫୧ଟି ଶିଶୁଙ୍କ ସହ ପ୍ରାୟ ୧୦୦ ଜଣ ଲୋକ ବିଷାକ୍ତ ଖାଦ୍ୟ ଖାଇ ରୋଗରେ ପଡିଛନ୍ତି ।
ଶତାବ୍ଦୀ ଏକ୍ସପ୍ରେସ୍ ଉପରକୁ ଦୁର୍ବୃତ୍ତଙ୍କ ପଥରମାଡ଼। ଖନ୍ନା ରେଲ୍ୱେ ଷ୍ଟେସନ ନିକଟରେ ଏକ୍ସପ୍ରେସ୍ ଉପରକୁ କିଛି ଦୁର୍ବୃତ୍ତ ପଥରମାଡ଼ କରିଥିବା ସୂଚନା ମିଳିଛି। ଏଥିରେ ୩ ଜଣ ଯାତ୍ରୀ ଆହତ ହୋଇଛନ୍ତି।
ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନ୍. ଭି. ରମନ୍ନାଙ୍କ ନେତୃତ୍ୱରେ ତିନି ଜଣିଆ ଖଣ୍ଡପୀଠ ଆଜି ମାମଲାର ଶୁଣାଣି କରିବେ ।
NCB ହେପାଜତରେ ଥିବା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଆଜି ଏନସିବି ଟିମ୍ ଆର୍ୟନ ଖାନ୍ ଏବଂ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି
ମୃତ କୃଷକଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପୋଲିସ ବେଆଇନ ଭାବେ ଅଟକ ରଖିଥିଲା । ଯାହାକୁ ନେଇ କଂଗ୍ରେସ ଶିବିରରେ ଆଲୋଡ଼ନ ସୃଷ୍ଟି କରିଛି । କଂଗ୍ରେସ ନେତାମାନେ ଏହାକୁ ନାପସନ୍ଦ କରିଛନ୍ତି ।
ୟୁପି ଖେରିରେ ଆନ୍ଦୋଳନରତ ଚାଷୀଙ୍କ ସହ ଘଟିଥିବା ଦୁର୍ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଛନ୍ତି ।
ଏନସିବି ହାତରେ କିଙ୍ଗ ଖାନଙ୍କ ପୁଅ ଆର୍ୟନ। ପୁଅକୁ ମୁକୁଳାଇବାକୁ ଲାଗି ପଡିଛନ୍ତି ଶାହରୁଖ ଖାନ୍। ସୁଟିଂ ଛାଡ଼ି ସ୍ପେନରୁ ଫେରିଆସିଛନ୍ତି ଭାରତ, ବରିଷ୍ଠ ଆଇନଜୀବୀ ସତୀଶ ମନେଶିନ୍ଦେଙ୍କୁ ବାଛିଛନ୍ତି ଓକିଲ
ବ୍ରିଜ ତଳେ ଫସିଗଲା ପ୍ଲେନ। ଏହା ହେଖି ତାଜୁବ ହୋଇଗଲେ ଲୋକେ। ଫଟୋ ଉଠାଇଲେ, ଭିଡିଓ ବି କଲେ। ଏହା ପରେ ସୋସିଆଲ ମିଡିଆରେ ଛାଇ ହୋଇଗଲା ପ୍ଲେନର ଫଟୋ ଓ ଭିଡିଓ
ଏନ୍ସିବି ରିମାଣ୍ଡରେ କିଙ୍ଗ ଖାନ୍ଙ୍କ ପୁଅ ଆର୍ଯ୍ୟନ ଖାନ୍ଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେଉଛି। ତା ପୂର୍ବରୁ ଏନ୍ସିବି ଟିମ୍ ଆଜି ଗିରଫ ଆର୍ଯ୍ୟନ ଖାନ୍ ଓ ଅନ୍ୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ଦୁଇ ଥର ରିମାଣ୍ଡରେ ନେଇ ଆର୍ଯ୍ୟନଙ୍କଠାରୁ ଏନ୍ସିବି ଟିମ୍ ବହୁ ତଥ୍ୟ ଉଗାଳିଥିବା ସୂଚନା ମିଳିଛି । ଏପରିକି ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ।
କରୋନା ଲକ୍ ଡାଉନ୍ ସମୟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା କି ଅଶ୍ଳୀଳ ଫିଲ୍ମ ଦେଖିବାର ସଂଖ୍ୟା ବହୁମାତ୍ରାରେ ବଢିଯାଇଛି। କିନ୍ତୁ ଏବେ ପୁଣି ସମାନ ରିପୋର୍ଟ ଆସିଛି। ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮ର ରିପୋର୍ଟ ଅନୁସାରେ, ଲଗାତାର ଦେଶରେ ପର୍ଣ୍ଣ ଫିଲ୍ମ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି
ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଦୁଇ ରସାୟନ ବିଜ୍ଞାନୀଙ୍କୁ ମିଳିତ ଭାବେ ଏହି ଉତ୍କୃଷ୍ଟ ପୁରସ୍କାର ମିଳିବା ନେଇ ଘୋଷଣା ହୋଇଛି । ବେଞ୍ଜାମିନ ଲିଷ୍ଟ ଓ ଡେଭିଡ ମ୍ୟାକମିଲାନଙ୍କୁ ମିଳିତ ଭାବେ ନୋବେଲ ଆସିମେଟ୍ରିକ ଅର୍ଗାନୋକାଟାଲିସିସ୍ ପାଇଁ ନୋବେଲ ପୁରସ୍କାର ମିଳିବ ବୋଲି ସୂଚନା ମିଳିଛି।
ମଦୁଆଙ୍କୁ ଏଣିକି ମିଳିବ ନାହଁ ସରକାରୀ ରାସନ। ଯେଉଁମାନେ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି ଅର୍ଥାତ୍ ଯେଉଁମାନେ ଚାଉଳ, ଗହମ ଓ କିରୋସିନ୍ ସୂଲଭ ମୂଲ୍ୟରେ ପାଉଛନ୍ତି ସେମାନଙ୍କ ପାଇଁ ଏହା ବଡ଼ ଖବର। କାରଣ ଆଉ ମଦ ପିଇବା ଲୋକଙ୍କୁ ଦିଆଯିବ ନାହିଁ ସରକାରୀ ରାସନ।
ଦେଶରେ କମିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୧୮,୮୩୩ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ମୋଟ୍ ୨୭୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ
ଲଖିମପୁର ଖେରି ଯିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଓ ଅନ୍ୟ ୩ ଜଣଙ୍କୁ ଅନୁମତି ମିଳିଛି। ଉତ୍ତର ପ୍ରଦେଶ ଗୃହ ବିଭାଗ ଅନୁମତି ଦେଇଥିବା ସୂଚନା ମିଳିଛି। ଲଖିମପୁର ଖେରି ଯିବାକୁ ଦିଲ୍ଲୀରୁ ରାହୁଲ ଗାନ୍ଧି ବାହାରିଛନ୍ତି।
ବିଜେପି ବିଧାୟକ ଆଶିଷ ଦାସ ନିଜ ଭୁଲ୍ ପାଇଁ ଲଣ୍ଡା ହୋଇ ପ୍ରାୟଶ୍ଚିତ କରିଛନ୍ତି। ସୁମା ନିର୍ବାଚନମଣ୍ଡଳୀରୁ ଦୀର୍ଘ ବର୍ଷ ଧରି ବିଧାୟକ ହୋଇ ଆସିଥିବା ଆଶିଷ କୋଲକାତାର ପ୍ରସିଦ୍ଧ କାଳୀଘାଟ ମନ୍ଦିର ଯାଇ ସେଠାରେ ଯଜ୍ଞ କରିବା ସହ ଲଣ୍ଡା ହୋଇଥିଲେ। ମା’ କାଳୀଙ୍କ ପାଖରେ ହୋମଯଜ୍ଞ କରି ପ୍ରାୟଶ୍ଚିତ କରିଥିବା ଆଶିଷ କହିଛନ୍ତି।
ଦେଶରେ ଆକାଶ ଛୁଆଁ ତୈଳ ଦରକୁ ନେଇ ଚିନ୍ତାରେ ଲୋକେ। କ୍ରମାଗତ ଦ୍ୱିତୀୟ ଦିନ ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ ଓ ଡିଜେଲ ଦାମ। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପଇଛି। ଗତାକାଲି ପେଟ୍ରୋଲ ଓ ଡିଜେଲ ଦାମ ଯଥାକ୍ରମେ ୨୫ ଓ ୩୦ ପଇସା ବଢ଼ିଥିଲା।
କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ୧୬କୁ ବୃଦ୍ଧି ପାଇଛି ଗିରଫଦାରୀ ସଂଖ୍ୟା । ଗତକାଲି ୨ ଓଡ଼ିଆଙ୍କ ସମେତ ଆଉ ୪ ଜଣଙ୍କୁ ଗିରଫ କରିଛି ଏନସିବି । ସେମାନଙ୍କୁ ଆଜି କୋର୍ଟରେ ହାଜର ପରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଏନସିବି । ପାର୍ଟି ଆୟୋଜକଙ୍କୁ ମଧ୍ୟ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବା ପାଇଁ ଏନସିବି ଯୋଜନା ରଖିଛି ।
ବିଭିନ୍ନ ରାଜ୍ୟର ୧୫ ହାଇକୋର୍ଟ ବିଚାରପତିଙ୍କ ବଦଳି କରାଯାଇଛି। ଏଥିରେ ଅନ୍ୟ ହାଇକୋର୍ଟରୁ ବଦଳି ହୋଇ ୨ ଜଣ ବିଚାରପତି ଓଡ଼ିଶା ହାଇକୋର୍ଟକୁ ଆସିବେ। କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି। ସେହିଭଳି ପଞ୍ଜାବ ହରିୟାଣା ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୋବନ୍ତ ସିଂ, ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛନ୍ତି।