Advertisment

ଜାହାଜରେ ଡ୍ରଗ୍ସ ପାର୍ଟି: ମୁହଁ ଖୋଲିଲେ ଶାହରୁଖଙ୍କ ପୁଅ ଆର୍ୟନ

ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜେରା କରାଯାଉଛି। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଫୋନ୍‌ରେ ସେ କାହା କାହା ସହ କ’ଣ ସବୁ ଚାଟ୍ କରିଥିଲେ ସେନେଇ ଯାଞ୍ଚ କରାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Aryan Khan

ମୁମ୍ବାଇ: ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାରେ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଜେରା କରାଯାଉଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ମୁମ୍ବାଇ ୟୁନିଟ୍ ଆର୍ୟନଙ୍କୁ ଜେରା କରୁଛି। ଏହାସହ ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଫୋନ୍‌ରେ ସେ କାହା କାହା ସହ କ’ଣ ସବୁ ଚାଟ୍ କରିଥିଲେ ସେନେଇ ଯାଞ୍ଚ କରାଯାଉଛି।

Advertisment

ଜେରା ବେଳେ ଘଟଣାକୁ ନେଇ ଆର୍ୟନ କହିଛନ୍ତି, ଏହି ପାର୍ଟିକୁ ସେ ଅର୍ଥ ପୈଠ କରି ଆସିନଥିଲେ ବରଂ ତାଙ୍କୁ ଗେଷ୍ଟ ଭାବେ ଡକା ଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏନ୍‌ସିବି ୮ ଜଣଙ୍କୁ ପଚରାଉଚରା ଚଳାଇଥିବା ଜଣାପଡ଼ିଛି। ସେମାନେ ହେଲେ-  ମୁନମୁନ୍ ଧର୍ମେଚା, ନୁପୁର ସାରିକା, ଇସମିତ୍ ସିଂହ, ମୋହକ ଜସଓ୍ୱାଲ, ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରା, ଆର୍ୟନ ଖାନ ଓ ଆରବାଜ ମର୍ଚ୍ଚାଣ୍ଟ। ଏମାନଙ୍କ ମଧ୍ୟରେ ଦିଲ୍ଲୀରୁ ଆସିଥିବା ୩ ଜଣ ଯୁବତୀ ଓ ୨ ଜଣ ଡ୍ରଗ୍ସ ବେପାରୀ ଅଛନ୍ତି। ଏସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ଏମାନଙ୍କୁ ଗିରଫ କରାଯିବ ବୋଲି ଚର୍ଚ୍ଚା ହେଉଛି। ହେଲେ ଖବର ଲେଖାଯିବା ସୁଦ୍ଧା, ଏମାନଙ୍କୁ ଗିରଫ କରାଯିବା ନେଇ କୌଣସି ସୂଚନା ମିଳିନାହିଁ। ଅନ୍ୟପକ୍ଷେ, କ୍ରୁଜ୍‌ ଭିତରେ ଚାଲିଥିବା ପାର୍ଟିର ଏକ ଭିଡିଓ ଏନ୍‌ସିବି ହାତରେ ଲାଗିଥିବା ସୂଚନା ମିଳିଛି। ଭିଡିଓରେ ଆର୍ୟନ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। 

Advertisment

ଘଟଣାକୁ ନେଇ ଏନ୍‌ସିବି ଡିଜି ଏସ୍. ଏନ୍ ପ୍ରଧାନ କହିଛନ୍ତି, ନିଶାମୁକ୍ତ ଭାରତ ଗଠନ କରିବା ଏନ୍‌ସିବିର ଲକ୍ଷ୍ୟ। ତେଣିକି ଘଟଣାରେ ଯିଏ ବି ସମ୍ପୃକ୍ତ ଥାଆନ୍ତୁ ନା କାହିଁକି, ସେ ଯେତେବଡ଼ ଲୋକ ହୋଇଥାନ୍ତୁ ନା କାହିଁକି, ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ। ଗତ ୨ ସପ୍ତାହ ହେଲାଣି ଅପରେସନ ପ୍ଲାନିଂ ଚାଲିଥିଲା ଓ ଗୁଇନ୍ଦା ତଥ୍ୟ ଆଧାରରେ ଆମେ ଅପରେସନ ଚଳାଇଥିଲୁ। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ।

ସୂଚନାଥାଉ କି, ଗତ ରାତିରେ ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା। ପାର୍ଟିରେ ଡ୍ରଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍‌ସିବି ଚଢ଼ଉ କରିଥିଲା। ରେଭ୍ ପାର୍ଟି ଆୟୋଜନ କରିଥିବା ୬ ଜଣ ଆୟୋଜକଙ୍କୁ ଏନ୍‌ସିବି ସମନ କରିଛି। ପାଣି ଜାହାଜ ଭିତରେ ଡ୍ରଗ୍ସ ପାର୍ଟିରେ ବହୁ ବଡ଼ ବ୍ୟବସାୟୀଙ୍କ ଝିଓ ଓ ପୁଅ ବି ସାମିଲ ହୋଇଥିଲେ ସୂଚନା ମିଳିଛି।

Drug Case Aryan Khan Mumbai Cruise Rave Party Mumbai Rave Party NCB Drugs Case SRK Son
Advertisment
Advertisment