• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀନଗର : ସୁଧୁରୁନି ପଡ଼ୋଶୀ ଦେଶ, ପୁଣି ଭାରତ ବିରୋଧୀ ଷଡ଼ଯନ୍ତ୍ରରେ ବ୍ୟସ୍ତ । କେତେବେଳେ ଅନୁପ୍ରବେଶ ଉଦ୍ୟମ ତ କେତେବେଳେ ଅସ୍ତ୍ରବିରତି ଉଲ୍ଲଂଘନ ଆଉ ପୁଣି କେତେବେଳେ ବେଆଇନ୍ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ । ସୀମା ନିକଟସ୍ଥ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସର୍ବଦା ଚେଷ୍ଟା କରୁଛି ପାକିସ୍ତାନ । ଜମ୍ମୁର ସତୱାରୀ ଅଞ୍ଚଳର ଫ୍ଲାଏ ଡିଭିଜନରେ ଡ୍ରୋନ୍ ମାଧ୍ୟମରେ ଶତ୍ରୁ ଦେଶ ପୁଣି ଅସ୍ତ୍ରଶସ୍ତ୍ର ପକାଇଛି । ଗତକାଲି ରାତିରେ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ଫ୍ଲାଏ ମଣ୍ଡାଳ ଅଞ୍ଚଳରେ ଡ୍ରୋନ ମାଧ୍ୟମରେ ଏକ M4 ରାଇଫଲ, କିଛି ପତ୍ରିକା ଏବଂ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ପକାଇଛି ପାକିସ୍ତାନ ।

ଏହାପୂର୍ବରୁ ଶନିବାର ସନ୍ଧ୍ୟାରେ ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ବଙ୍କରରେ ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଥିଲେ । ତେବେ ସୌଭାଗ୍ୟବଶତଃ ବିସ୍ଫୋରଣରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାଯାଇଛି । “ସନ୍ଧ୍ୟା ପ୍ରାୟ ୬.୫୦ ସମୟରେ ଏହି ଘଟଣା ଘଟିଥିଲା ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ଆତଙ୍କବାଦୀମାନେ ଅନନ୍ତନାଗ ଜିଲ୍ଲାର କେପି ମାର୍ଗରେ ଅବସ୍ଥିତ CRPFର ବଙ୍କର ଆଡକୁ ଗ୍ରେନେଡ ଫିଙ୍ଗିଥିଲେ ।

ଶ୍ରୀନଗରରେ ଆତଙ୍କବାଦୀମାନେ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ସମୟରେ ଏହି ଘଟଣା ଘଟିଥିଲା । ଆତଙ୍କବାଦୀମାନେ ମାଜିଦ୍ ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଥିଲେ । ଆଉ ତାଙ୍କୁ ଗୁରୁତର ଅବସ୍ଥାରେ SMHS ଡାକ୍ତରଖାନାକୁ ନିଆଯାଇଥିଲା, ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଜଣେ ପୋଲିସ୍ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ଆତଙ୍କୀଙ୍କୁ ଖୋଜୁଛି ପୋଲିସ୍ ।