• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

food festival
କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା

କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା । ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ, ଏମିତି ଭେଜ ନନଭେଜ ଅନେକ କିଛି ତାହାପୁଣି ଗୋଟିଏ ଜାଗାରେ, କଲେଜ କ୍ୟାମ୍ପସ ଭିତରେ ସବୁ ଆଇଟମ ପ୍ରସ୍ତୁତ କରିଛନ୍ତି କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଶୁଭଦ୍ରା ମହତାବ୍ କଲେଜ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଖାଦ୍ୟ ମେଳା ।

Man Carries Dead Son
ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

ପଛରେ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଥିଲେ।

The contractor looted the housing plan
ଠିକାଦାର ହଡ଼ପ କରିନେଲେ ଆବାସ ଯୋଜନା ଘର

ଗରିବ ଲୋକଙ୍କ ରହିବା ପାଇଁ ସରକାର ଘର ଦେଲେ, ହେଲେ ଘର ଟଙ୍କାକୁ ଆତ୍ମସାତ୍ କଲେ ଠିକାଦାର। ଜନଜାତିଙ୍କ ସରଳତାର ସୁଯୋଗ ନେଇ ଘର କରିଦେବା ବାହାନାରେ ଚଳୁ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଫଳରେ ଘର ମିଳିବାର ୫ ବର୍ଷ ପରେ ବି ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି  ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ବାସିନ୍ଦା ।

Pakhala Prema
ଘରଠୁ ତାରକା ହୋଟେଲ୍, ଯୁଆଡେ ଦେଖିବ ପଖାଳ

ପଖାଳ ନଖାଇଲେ କୁଆଡେ ରାତିରେ ନିଦ ଆସେନି ମହାପ୍ରଭୁଙ୍କୁ।

  • Sunday, 20 March 2022
isak munda youtuber
ପଖାଳ ଦିବସରେ ପଖାଳ ଖାଇଲେ ଇସକ ମୁଣ୍ଡା

ପଖାଳ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ । ପଖାଳ ଖାଇ ପାଇଛନ୍ତି ଖ୍ୟାତି, ମିଳିଛି ରୋଜଗାର । ପଖାଳ ଦିବସରେ ପଖାଳ ଖାଇଲେ ଇସକ ମୁଣ୍ଡା ପଖାଳ ଖାଇ ଚର୍ଚ୍ଚାକୁ ଆସିଥିଲେ ସମ୍ବଲପୁରର ଇସକ ମୁଣ୍ଡା ।

Political Violence
ବାଙ୍କୀ ବୈଦେଶ୍ୱର ଥାନା କାଳିପୋଈରେ ରାଜନୈତିକ ହିଂସା : ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକେ ଘରେ ପଶି ପିଟିବା ଅଭିଯୋଗ

ହୋଲି ଖେଳ ପରେ ପରେ ରାଜନୈତିକ ହିଁସାକାଣ୍ଡ, ଘରଭଙ୍ଗାରୁଜା,ଲୁଟ ଅଭିଯୋଗ ।

Three children were seriously injured
ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର

ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର । କେନ୍ଦୁଝର ବାମେବାରୀ ଥାନା କନକନା ଗାଁରେ ଅଘଟଣ । ରାସ୍ତା କାମ ପାଇଁ ଥିବା ପିଚୁ କଡ଼େଇରେ ପଡ଼ିଗଲେ । ୩ ଗୁରୁତର ଶିଶୁଙ୍କୁ ଉଦ୍ଧାର କରି ମେଡିକାଲ୍ ନେଲେ ଗାଁ ଲୋକେ ।

Devotee Enters Lord Jagannath Temple With Slippers
‘ମୋ ମୁଣ୍ଡ ଠିକ୍‌ ନାହିଁ, କାଲି ହୋଟେଲ୍‌ରେ ଚପଲ ଛାଡ଼ିକି ଶ୍ରୀମନ୍ଦିରକୁ ଆସିବି’

ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ।

Pakhala Dibasa
କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପଖାଳର ଚାହିଦା

ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ହେଉଛି ପଖାଳ ଦିବସ।କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପ୍ରସ୍ତୁତି ହୋଇଥାଏ ପଖାଳ।

devotees can also visit puri temple
ହଟିଲା କୋଭିଡ୍ କଟକଣା, ରବିବାର ବି ଜଗାକୁ ଦର୍ଶନ କରିପାରିବେ ଭକ୍ତ

କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର।

Unrest At Utkal University Campus After Clash
ବାଣୀବିହାରରେ ଉତ୍ତେଜନା: ରାତି ଅଧରେ ହଷ୍ଟେଲରେ ପଶି ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଉତ୍ତେଜନା ଦେଖା ଦେଇଛି। ଗତକାଲି ବିଳମ୍ବିତ ରାତିରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଉତ୍ତେଜନା ପ୍ରକାଶ ପାଇଥିଲା। 

Bombs Hurled And Firing In Brahmagiri
ହୋଲି ସେଲିବ୍ରେସନ ବେଳେ ଫୁଟିଲା ଗୁଳି, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।

Road Accident
ଗୋଟିଏପଟେ ଚାଲିଥିଲା ସେଲିବ୍ରେସନ, ଅନ୍ୟପଟେ ଚାଲିଗଲା ଅନେକ ଜୀବନ

ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। 

Aambulance
ଆମ୍ବୁଲାନ୍ସ ନଆସିବାରୁ ଅଟୋ ଆସିଲା, ଅଧାବାଟରେ ଧୋକା ଦେଲା !

ପୁଣି ଶେଷରେ ଅଟୋରେ ନେବାବେଳେ କଣ ଘଟିଥିଲା ଜାଣନ୍ତୁ।

Kharasrota Mishap
କ୍ରିଷ୍ଣା ଭାଇର ବେକକୁ ସମସ୍ତେ ମାଡିବସିଲେ। ଆଉ ତାପରେ...

ଇଚ୍ଛା ନଥିଲେ ବି ସତେ ଯେମିତି କ୍ୟାମେରା ଆଗରେ କହିବାକୁ ବାଧ୍ୟ କରିଛି ଜଣେ ପ୍ରତ୍ୟକ୍ଷଦର୍ଶୀ ସମ୍ପର୍କୀୟଙ୍କୁ।

Kharasrota
'ବାଇଗଣ ଖେଳ ପାଇଁ ଖରସ୍ରୋତା ଗଣ୍ଡ ଭିତରକୁ ଚାଲିଗଲେ ମୋର ସାଙ୍ଗ'

ମୋର ଦୁଇ ସମ୍ପର୍କୀୟ ଦାଦା ବି ଗଲେ କିନ୍ତୁ ଥଳକୂଳ ନପାଇବାରୁ ଚାଲିଆସିଲେ। 

Group clash
ହୋଲି ଖେଳ ବେଳେ ଗୋଷ୍ଠୀ ସଂଘର୍ଷ : ୫ ଆହତ, ୨ ଗୁରୁତର

ଗୋଟିଏ ଗୋଷ୍ଠୀର ଲୋକେ ଏକାଠି ହୋଇ ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।

 Road Accident In Odisha
ବଣାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ବାପା, ମାଆ ଓ ୩ ବର୍ଷର ଝିଅ ମୃତ

ରାସ୍ତାରେ ଛକି ବସିଥିଲେ ଯମଦୂତ । ଦୁର୍ଘଟଣାରେ ବାପା, ମାଆ ଓ ସାନ ଝିଅର ଚାଲିଗଲା ଜୀବନ ।

Apana Eka Nuhanti
ସ୍ୱାମୀ ଯିବା ପରେ ସହାୟତାକୁ ଅପେକ୍ଷା କରିଛନ୍ତି ସେବନୀ

ସ୍ୱାମୀ ନାହାନ୍ତି...ଦିନରେ ଖଟିଲେ ରାତିକୁ ଘରେ ଚୁଲି ଜଳିବ। ଏପର୍ଯ୍ୟନ୍ତ ଚାଉଳ ମିଳୁନି କି ଘର ବି ମିଳୁନି। ସରକାରୀ ଯୋଜନାକୁ ଅନାଇ ବସିଛନ୍ତି ସେବନୀ

Locals Allege Massive Irregularities
ଭୂମି ଅଧିକାର ପ୍ରମାଣ ପତ୍ର ଦେଇଦେଲେ ହେଲେ ଆଜିଯାଏଁ ଘର ମିଳିଲାନି

ଆଉ କେତେ ପ୍ରତିଶ୍ରୁତି? ବସ୍ତି ଲୋକଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ଦେଇଦେଲେ ହେଲେ ଆଜିଯାଏଁ ଘର ମିଳିଲାନି...ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ ଲାଭ ପାଉନାହାନ୍ତି ଜନତା

Fraudster Tries To Con Journalist
ସାମ୍ବାଦିକଙ୍କୁ ଠକିବାକୁ ଚେଷ୍ଟା କରି ଫସିଗଲେ ଠକ ଯବାନ୍

ଓଟିଭି ରାଉରକେଲା ବ୍ୟୁରୋ ହେଡ୍ ପବନ ତିୱାରୀଙ୍କ ପାଖକୁ ଫୋନ୍ ଆସିଲା। ଫୋନ କରିଥିବା ବ୍ୟକ୍ତିଜଣକ କହିଲେ ମୁଁ CISF ଯବାନ... ମୋର ରାଉରକେଲାରୁ ଅନ୍ୟତ୍ର ବଦଳି ହୋଇଯାଇଛି। ଆପଣ ମୋ ଟିଭି, ଫ୍ରିଜ୍, ପଲଙ୍କ, ସୋଫା, ଡାଏନିଂ କିଣିବେ କି? ଦିନରେ ଲଣ୍ଠନ ଦେଖାଉଥିଲେ ଠକ ଯବାନ। ତା' ପରର ଘଟଣା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Drunk Cop Thrashed By Woman
ଚପଲ ମାଡ଼ ଖାଇ ପୋଲିସ ବାବୁଙ୍କ ଛାଡ଼ିଗଲା ମଦ ନିଶା

ପେଟେ ଦେଶୀ ମଦ ପିଇ ଷ୍ଟେସନରେ ଲୋକଙ୍କୁ ମାଡ଼ ମାରୁଥିଲେ ପୋଲିସ ବାବୁ। ଆଉ ଯେତେବେଳେ ଜଣେ ଦମ୍ପତିଙ୍କୁ ଆକ୍ରମଣ କରିଥିଲେ ଏହି ପୋଲିସ ବାବୁ...ଫୁରସତ ନଦେଇ ଚପଲରେ ପିଟିଥିଲେ ମହିଳା...ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ

Old Habits Die Hard, Report From Odisha Govt Office
୧୦.୩୦ ବାଜିଲାଣି...ନାରଣ ଅଫିସର୍‌ କେତେବେଳେ ଆସିବେ କିରେ?

ଆରେ ନାରଣ....ଅଫିସ୍‌ ଟାଇମ ତ ୧୦ଟା । ଏ ଘଣ୍ଟାରେ ତ ୧୦.୩୦ ବାଜିଲାଣି କେହି କଣ ଆସୁନାହାନ୍ତି...କ୍ୟାମେରା ଲାଇଟ୍‌ ପଡ଼ୁ ବାବୁ କହିଲେ ... ମୋର ଗାଡ଼ି ପମ୍ପଚର ହୋଇଛି ତ...ତେଣୁ ମୁଁ ଟିକିଏ ଡେରିରେ ପହଞ୍ଚିଲି

3 Months Pregnant Woman In Soro Dies
ଗାଧୁଆ ଘରେ ଛକି ବସିଥିଲା ଯମ, ତଳେ କବାଡି ଦେଲା...ଗର୍ଭବତୀଙ୍କ ଚାଲିଗଲା ଜୀବନ

୭ ମାସ ପରେ ଘରେ ଶୁଭିଥାଆନ୍ତା କୁଆଁ କୁଆଁ ଶବ୍ଦ। ହେଲେ ଗାଧୁଆ ଘରେ ଛକି ବସିଥିଲା ଯମ... ପଶିବା ମାତ୍ରେ ଗୋଡ଼ ଖସିଯିବାରୁ ଗର୍ଭବତୀଙ୍କ ଚାଲିଗଲା ଜୀବନ...ମୁଣ୍ଡ ପିଟି କାନ୍ଦୁଛି ମାଆ, ଧୈର୍ଯ୍ୟହରା ସ୍ୱାମୀ, ଦେଖନ୍ତୁ ଏହି ହୃଦୟବିଦାରକ ଦୃଶ୍ୟ

Khola Katha With  Giribala Behera
ଆମର ଲୋକ ଅଛନ୍ତି, ସାହି ସାହି ଜଗିବୁ...ସେମାନଙ୍କୁ ବିକାଶ ପାଇଁ କିଏ ମନା କରିଛି?

ଆତ୍ମସନ୍ତୋଷରୁ ବଢିଯାଇଛି ଆତ୍ମବିଶ୍ୱାସ। ମେୟର ପାଇଁ ମୋ ନାଁକୁ କୌଣସି ନେତା ଅବଜେକ୍ସନ କରିନାହାନ୍ତି। ୪୦ ବର୍ଷ ପରେ କଟକବାସୀ ଭରସା କରିଛନ୍ତି...କଂଗ୍ରେସର ବିଧାୟକ ଅଛନ୍ତି, ମେୟର ବି କଂଗ୍ରେସ ଖାତାକୁ ଯିବ। ହାତକୁ ଲୋକ ଅନାଇ ବସାଇଛନ୍ତି, ପଂଚାୟତର ଇଫେକ୍ଟ ପୌର ଉପରେ ଜମା ନାହିଁ : କଂଗ୍ରେସ କଟକ ମେୟର ପ୍ରାର୍ଥୀ ଗିରିବାଳା ବେହେରା