Advertisment

କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା

କଲେଜ କ୍ୟାମ୍ପସରେ ସୁସ୍ୱାଦୁ ଖାଦ୍ୟର ପସରା । ପିଠାପଣା ସାଙ୍ଗକୁ ଦହିବରା ଆଳୁଦମ, ଗୁପଚୁପ, ଏମିତି ଭେଜ ନନଭେଜ ଅନେକ କିଛି ତାହାପୁଣି ଗୋଟିଏ ଜାଗାରେ, କଲେଜ କ୍ୟାମ୍ପସ ଭିତରେ ସବୁ ଆଇଟମ ପ୍ରସ୍ତୁତ କରିଛନ୍ତି କଲେଜର ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଶୁଭଦ୍ରା ମହତାବ୍ କଲେଜ ପକ୍ଷରୁ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ଖାଦ୍ୟ ମେଳା ।

author-image
Pallipuspa Samal
ଅଦ୍ୟତନ ହୋଇଛି
food festival

food festival

ଭଳିକି ଭଳି ସୁସ୍ୱାଦୁ ଖାଦ୍ୟର ପସରା ଷ୍ଟଲ ମାନଙ୍କରେ ଲାଗିଛି ଲେକଙ୍କ ଭିଡ଼ ଚିକେନ ପକୋଡା, ମଞ୍ଚୁରିଆନ୍, ସାଣ୍ଡଓ୍ୱିସ୍, ଚିକେନ ବିରିୟାନି, ଭଳିକି ଭଳି ସୁଆଦିଆ ଖାଦ୍ୟ ପରସୁଛନ୍ତି ଛାତ୍ରଛାତ୍ରୀ । ସେହିପରି ପାରମ୍ପରିକ ପୋଡପିଠା, ଚକୁଳିପିଠା,ରସାବଳୀ,ଆରିଷା, କାକରାଠାରୁ ଲସି, ଲେମ୍ବୁ ସରବତ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଖାଦ୍ୟର ସମ୍ଭାର । କଟକ ଜିଲ୍ଲା ଅସୁରେଶ୍ୱରର ଶୁଭଦ୍ରା ମହତାବ ମହାବିଦ୍ୟାଳୟରେ ପ୍ରଥମ କରି ‌ଆୟୋଜିତ ହୋଇଛି ଖାଦ୍ୟ ମେଳା। କଲେଜର ଛାତ୍ରଛାତ୍ରୀମାନେ ନିଜେ ଏହି ସମସ୍ତ ଖାଦ୍ୟକୁ ତିଆରି କରି ଷ୍ଟଲ ମାଧ୍ୟମରେ ବିକ୍ରି କରି ବେଶ ଆନନ୍ଦିତ ।

Advertisment

ଏହି ଖାଦ୍ୟ ମେଳାର ଉଦ୍ଦେଶ୍ୟ ହେଉଛି ପିଲାମାଙ୍କ ଭିତରେ ଦେଶୀ ଖାଦ୍ୟ ତିଆରି କଳା, ପରସିବା କଳା ଓ ଖାଦ୍ୟ ପ୍ରତି ଆଦର ଶିଖାଇବା ଦିନକୁ ଦିନ ବେକାରି ସମସ୍ୟା ବୃଦ୍ଧି ପାଉଥିବାବେଳେ ପ୍ରତିଟି ପିଲା କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ, ତଥା ଚାକିରି ନଥିଲେ ବି ବେକାର ନବସି ଅନ୍ୟ ପନ୍ଥା ଆପଣାଇ ସ୍ୱାବଲମ୍ବି ହେବେ ସେଥିପାଇଁ ଏ ମେଳାର ‌ଆୟୋଜନ ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷ ।

ପାଠପଢା ସାଙ୍ଗକୁ ଯୁବପିଢି କିଭଳି ବିଭିନ୍ନ କଳାକୌଶଳ ଶିଖି ଜଣେ ଜଣେ ସଫଳ ଉଦ୍ୟୋଗୀ ବନି ପାରିବେ ସେଥିପ୍ରତି କଲେଜ କତ୍ତୃପକ୍ଷଙ୍କ ଏ ପଦକ୍ଷେପ ବେଶ୍ ସ୍ୱାଗତଯୋଗ୍ୟ ।

Advertisment
Food Festival
Advertisment
Advertisment