Advertisment

‘ମୋ ମୁଣ୍ଡ ଠିକ୍‌ ନାହିଁ, କାଲି ହୋଟେଲ୍‌ରେ ଚପଲ ଛାଡ଼ିକି ଶ୍ରୀମନ୍ଦିରକୁ ଆସିବି’

ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Devotee Enters Lord Jagannath Temple With Slippers

Devotee Enters Lord Jagannath Temple With Slippers

କୋଭିଡ୍ କଟକଣା କୋହଳ ହେବା ପରେ ଆଜି ରବିବାର ମଧ୍ୟ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର। ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ଏସବୁ ଭିତରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚପଲ ପିନ୍ଧି ଜଣେ ଭକ୍ତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରି ରୋଷଘର ନିକଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ସେହି ସମୟରେ ଜଣେ ରୋଷ ପାଇକ ଏହା ଦେଖି ଆଶ୍ୱର୍ଯ୍ୟ ହୋଇ ତାଙ୍କୁ ଧରି ସିଂହଦ୍ୱାର ବାହାରକୁ ନେଇ ଆସିଥିଲେ।

Advertisment

ଘଟଣାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି, ‘ମୁଁ ଜଣେ ହିନ୍ଦୁ। ହୋସ୍‌ରେ ମୁଁ ଏସବୁ କରିନାହିଁ। ମୋ ମୁଣ୍ଡ ଠିକ୍‌ ନାହିଁ। କାଲି ହୋଟେଲ୍‌ରେ ଚପଲ ଛାଡ଼ିକି ଶ୍ରୀମନ୍ଦିରକୁ ଆସିବି। ମୋର୍‌ ଭୁଲ୍‌ ହୋଇଯାଇଛି ଓ ଏଥିପାଇଁ ମୁଁ କ୍ଷମାପ୍ରାର୍ଥନା କରୁଛି।’ 

ଉକ୍ତ ବ୍ୟକ୍ତିଙ୍କୁ ଧରିଥିବା ରୋଷ ପାଇକ ଜଣକ ଘଟଣାକୁ ନେଇ କହିଛନ୍ତି, ‘ବ୍ୟକ୍ତି ଜଣକ ରୋଷ ଆଡ଼େ ବୁଲୁଥିବା ଦେଖିବାକୁ ପାଇଥିଲି। ଏହା ଦେଖିବା ପରେ ମୁଁ ତାଙ୍କୁ ଧରି ବାହାରକୁ ଆଣିଥିଲି। ଗୋଡ଼ରୁ ଚପଲ କାଢ଼ି ହାତରେ ଏହାକୁ ଧରି ସେ ବାହାରକୁ ଆସିଥିଲେ। ଠିକ୍‌ ଭାବେ ଚେକିଂ ହେଉନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା।’ ଘଟଣାପରେ କଡ଼ାକଡ଼ି ଚେକିଂ କରାଯାଇ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବା ନେଇ ସାଧାରଣରେ ଦାବି ହୋଇଛି। 

Advertisment

ସୂଚନାଥାଉ କି, କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ଗତ ଦୁଇ ବର୍ଷ ଧରି ରବିବାର ଦିନ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହୁଥିଲା l  ଏଣିକି ଆଜିଠୁ ସପ୍ତାହର ସବୁ ଦିନ ଭଳି ପ୍ରତି ରବିବାର ବି ଭକ୍ତଙ୍କ ପାଇଁ ଖୋଲା ରହିବ ଶ୍ରୀମନ୍ଦିର। ଗତ ୧୨ ତାରିଖରେ ଜିଲ୍ଲାପାଳଙ୍କ ଅଧକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା। 

Puri Jagannath Temple Puri Srimandir
Advertisment
Advertisment