Advertisment

କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପଖାଳର ଚାହିଦା

ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ହେଉଛି ପଖାଳ ଦିବସ।କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପ୍ରସ୍ତୁତି ହୋଇଥାଏ ପଖାଳ।

author-image
Rajalaxmi Sahoo
Pakhala Dibasa

Pakhala Dibasa

ଓଡ଼ିଆ ଘରର ପ୍ରିୟ ଖାଦ୍ୟ ହେଉଛି ପଖାଳ। ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ହେଉଛି ପଖାଳ। ଆଜି ହେଉଛି ପଖାଳ ଦିବସ।କୁଡ଼ିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପ୍ରସ୍ତୁତି ହୋଇଥାଏ ପଖାଳ। ଏଥିପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ହୋଇଛି ସ୍ୱତନ୍ତ୍ର ପଖାଳ। ହେଲେ ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଅନ୍ତର୍ଗତ ଆରୁହା ଗାଁର ସୌଦାମିନୀ ଦାସଙ୍କ ପଖାଳ ପ୍ରସ୍ତୁତି ଟିକେ ନିଆରା। ତାଙ୍କ ପଖାଳକୁ ଯିଏ ଦେଖିବ ସେଥିପ୍ରତି ରହିବ ସ୍ୱତନ୍ତ୍ର ଆକର୍ଷଣ। 

Advertisment

ସକାଳ ହେଲେ ଘରେ ଆରମ୍ଭ ହୋଇଯାଏ ସଜବାଜ। ଆଉ ତା’ପରେ ରୋଷେଇ କାର୍ଯ୍ୟର ପ୍ରସ୍ତୁତି। ଚୁଲି ଲାଗେ, ବସେ ଭାତ ହାଣ୍ଡି। ଏପଟେ ସଜଡ଼ା ଚାଲିଥାଏ ବିଭିନ୍ନ ପ୍ରକାରର ମସଲା।  ନଡ଼ିଆ, ଲେମ୍ବୁ, ଆମ୍ବ, କାକୁଡ଼ି, କଞ୍ଚା ଲଙ୍କା, ପୁଦିନାପତ୍ର, ମଲ୍ଲୀ ଫୁଲ ପାଣି, ଭୃସୁଙ୍ଗ ପତ୍ର, କମଳା ଚୋପା ଓ ପତ୍ର, ଆମ୍ବ କସି ଅଦା ଏଭଳି ୧୨ ପ୍ରକାରର ଜିନିଷ ବ୍ୟବହାର କରାଯାଇ ପ୍ରସ୍ତୁତ ହୁଏ ଦହି ପଖାଳ।  ଆଉ ତା ସାଙ୍ଗକୁ ବିଭିନ୍ନ ପ୍ରକାରର ଭଜା। ଯେମିତିକି ବାଇଗଣ ଭଜା, କଦଳୀ ଭଜା, ସଜନା ଶାଗ ଭଜା, କୋଶଳା ଶାଗ ଭଜା ସହ ବଡ଼ିଚୁରା, ବାଈଗଣ ଭର୍ତ୍ତା, ପାମ୍ପଡ, ଆଳୁ, ସଜନା ଛୁଇଁଠାରୁ ଆରମ୍ଭ କରି ମାଛ ଭଜା

ଆରୁହା ଗାଁର ସୌଦାମିନୀ ଦାସ ପ୍ରତିବର୍ଷ ଖରାଦିନେ ପ୍ରସ୍ତୁତ କରିଥାନ୍ତି ଏଭଳି ସ୍ପେଶାଲ ପଖାଳ। ସୌଦାମିନିଙ୍କ ହାତ ରନ୍ଧା ପଖାଳର ଖୁବ୍ ଚାହିଦା ରହିଛି। ତାଙ୍କ ହାତରେ ପ୍ରସ୍ତତ ପଖାଳକୁ ବେଶ୍‌ ଆନନ୍ଦରେ ଖାଇଥାନ୍ତି ପରିବାରଠାରୁ ଆରମ୍ଭ କରି ସାହି ପଡ଼ିଶା। 

Advertisment

ଖରା ଦିନେ ଘରେ ଘରେ ପଖାଳର ଆଦର ବେଶ ବଢି ଯାଏ।  ପ୍ରବଳ ଖରାରେ ବେଳେ ପେଟରେ ପଖାଳ ତୋରାଣି ଟିକେ ପଡ଼ିଗଲେ ବହୁତ ଆନନ୍ଦ ମିଳେ। ଓଡ଼ିଆ ଘରର ଅଧିକାଂଶଙ୍କ ଘରେ ପ୍ରତିଦିନ ପଖାଳ ହେଉଥିବା ବେଳେ ଆଜିର ପଖାଳ ଦିବସରେ ପ୍ରସ୍ତୁତି ଟିକେ ଭିନ୍ନ ଥାଏ। ସୌଦାମିନୀଙ୍କ ଘରେ ପ୍ରତି ବର୍ଷ ଖରା ଦିନେ ପଖାଳ ଖାଇବା ଲାଗି ଭିଡ଼ ଜମେ। ସାହି ପଡ଼ିଶା ଏକାଠି ବସି ଖାଇଥାନ୍ତି ପଖାଳ। ତେଣୁ ଖରା ଦିନ ଆସିଗଲେ କେହି ହାତଛଡା କରିନ୍ତିନି ସୌଦାମିନୀଙ୍କ ହାତ ତିଆରି ସ୍ୱତନ୍ତ୍ର ପଖାଳ। 

Pakhala Dibas Pakhala Day Pakhala Dibasa
Advertisment
Advertisment