/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647775008.jpg)
isak munda youtuber
ଆମ ଓଡ଼ିଆ ଘରର ପ୍ରିୟ ଖାଦ୍ୟ ପଖାଳ । ଗରିବ ଦିନ ମଜୁରିଆଠାରୁ ଆରମ୍ଭ କରି ବଡ଼ବଡିଆ ସମସ୍ତଙ୍କ ପ୍ରିୟ ଖାଦ୍ୟ ପଖାଳ କୁଡିଆ ଘରଠାରୁ ସୌଖିନ ହୋଟେଲ ସବୁଠି ପ୍ରସ୍ତୁତ ହୋଉଛି ପଖାଳ । ଆଜି ହେଉଛି ସେହି ପଖାଳ ଦିବସ ଆଉ ଏଥିପାଇଁ ବିଭିନ୍ନ ସ୍ଥାନରେ ଏ ନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ତେବେ ଆଜି ଏହି ପଖାଳ ଦିବସ ଉପଲକ୍ଷେ ପଖାଳ ଖାଇ ଖ୍ୟାତି ଅର୍ଜନ କରିଥିଲେ ସମ୍ବଲପୁରର ଆଦିବାସୀ ଯୁବକ ଇସକ ମୁଣ୍ଡା ।
ପଖାଳ ତାଙ୍କୁ ଆଣି ଦେଇଛି ନୂଆ ପରିଚୟ ପଖାଳ ଖାଇ ପାଇଛନ୍ତି ଖ୍ୟାତି, ମିଳିଛି ରୋଜଗାରର ମାଧ୍ୟମ ଆମେ କହୁଛୁ ସମ୍ବଲପୁରର ଆଦିବାସୀ ଯୁବକ ଇସକ ମୁଣ୍ଡାଙ୍କ କଥା । ଇସକ ମୁଣ୍ଡା ଦିନେ ପଖାଳକୁ ପିଆଜ ଏବଂ ଲଙ୍କା ଖାଇ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲେ ପରେ ସେ ଏଥିରୁ ରୋଜଗାର ମଧ୍ୟ ପାଇଛନ୍ତି । ୟୁଟ୍ୟୁବ୍ ରେ ଏହି ଭିଡିଓ ଛାଡ଼ି ସେ ଆଜି ରୋଜଗାରକ୍ଷମ ହୋଇଛନ୍ତି ।
ପଖାଳ ଦିବସରେ ସେ ମଧ୍ୟ ପଖାଳ ଖାଇବାକୁ ଭୁଲି ନାହାନ୍ତି ସଫଳତା ପାଇବା ପରେ ବି ସେ ପଖାଳ ଖାଉଛନ୍ତି । ଆଜି ପଖାଳ ଦିବସରେ ତାଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ଆମ ସମ୍ବଲପୁର ବ୍ଯୁରୋ ଚିଫ୍ ସଞ୍ଜୟ ଜେନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)