Advertisment

ହୋଲି ସେଲିବ୍ରେସନ ବେଳେ ଫୁଟିଲା ଗୁଳି, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ

ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ପରେ ସ୍ଥିତି ନିୟନ୍ତ୍ରଣ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bombs Hurled And Firing In Brahmagiri

Bombs Hurled And Firing In Brahmagiri

ପୁରୀ ଜିଲ୍ଲା ବ୍ରହ୍ମଗିରିର ଦଣ୍ଡୁଆସିପଡ଼ା ଗାଁରେ ବୋମାମାଡ଼ ଓ ଗୁଳି ଚାଳନା ହୋଇଛି। ଏଥିରେ ଜଣେ ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଁରେ ସ୍ଥିତି ନିୟନ୍ତ୍ରଣ ଲାଗି ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛିି। ଗାଁରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ ଲୋକଙ୍କ ଗତିବିଧି ଉପରେ ନଜର ରଖାଯାଇଛିି।

Advertisment

ଅନ୍ୟପକ୍ଷେ, ଗିରଫ ଭୟରେ ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି। ଗତକାଲି ହୋଲି ଖେଳ ବେଳେ ୨ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିବାରୁ ବୋମାମାଡ଼ ଓ ଗୁଳି ଚାଳନା ହୋଇଥିଲା। ବୋମାମାଡ଼ରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ୩୦ରୁ ଊର୍ଦ୍ଧ୍ୱ ବୋମାମାଡ଼ ସହ ୧୦ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡ଼ିଛି।

ସୂଚନାଥାଉ କି, ପୂର୍ବରୁ ଗତ ଫେବୃଆରୀ ୧୦ରେ ପ୍ରଥମ ଥର ପାଇଁ ୨ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୮ଜଣ ଗୁରୁତର ହୋଇଥିଲେ। ପରେ ଫେବୃଆରୀ ୧୯ ତାରିଖରେ ପୁଣି ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ପ୍ରାୟ ୪୦ ରୁ ଊର୍ଦ୍ଧ୍ୱ ବୋମାମାଡ଼ ହୋଇଥିଲା।

Advertisment
Holi Celebration Firing Bombing
Advertisment
Advertisment