Advertisment

ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା

ପଛରେ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Man Carries Dead Son

Man Carries Dead Son

କଳାହାଣ୍ଡି: ଦାନ ମାଝି ଘଟଣାର ପୁନରାବୃତ୍ତି। ରାୟଗଡ଼ାରେ ପୁଅର ମୃତଦେହକୁ କାନ୍ଧରେ ବୋହିଲା ବାପା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୯ବର୍ଷର ପୁଅର ପ୍ରାଣ ହରାଇବା ପରେ, ତାର ମରଶରୀରକୁ ଘରକୁ ନେବା ପାଇଁ ମିଳିଲାନି ମହାପ୍ରୟାଣ ଗାଡ଼ି କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା। ଶେଷରେ ଶବକୁ କାନ୍ଧରେ ଲଦି ବାପା ଦେଢ଼ କିଲୋମିଟର ଚାଲି ଚାଲି ଘରକୁ ଫେରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଆକାଶ ବେନିଆ।

Advertisment

ରାୟଗଡ଼ା ସଦର ମହକୁମା ହରିଜନ ସାହିର ଆକାଶର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାପା ସୁରଧର ଓ ପରିବାର ଲୋକ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ତେବେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାପା ନିଜ ପୁଅର ମୃତଦେହକୁ କାନ୍ଧରେ ପକାଇ ଆଗରେ ଚାଲି ଚାଲି ଯିବା ଏବଂ ପଛରେ ପରିବାର ଲୋକେ ବାହୁନି ବାହୁନି କାନ୍ଦୁଥିବା ହୃଦୟ ବିଦାରକ ଦୃଶ୍ୟ ରାୟଗଡ଼ା ସହରବାସୀଙ୍କୁ ମର୍ମାହତ କରିଛି।

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ରାୟଗଡ଼ା ଜିଲ୍ଲାପାଳ କହିଛନ୍ତି ଯେ, ମୃତଦେହ ନେବା ପାଇଁ ସେଠାରେ ପର୍ଯ୍ୟାପ୍ତ ସଂଖ୍ୟାରେ ଗାଡ଼ି ରହିଛି।  ତେବେ ହୁଏତ ଭୁଲ୍ ବୁଝାମଣା କିମ୍ବା ବଚସାରୁ ଏହି ଘଟଣା ଘଟିଥାଇପାରେ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ 

Advertisment
Man Carries Dead Son
Advertisment
Advertisment