Advertisment

ଗୋଟିଏପଟେ ଚାଲିଥିଲା ସେଲିବ୍ରେସନ, ଅନ୍ୟପଟେ ଚାଲିଗଲା ଅନେକ ଜୀବନ

ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି।କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି।

author-image
Rajalaxmi Sahoo
Road Accident

Road Accident

ସାରା ଦେଶରେ ଗତକାଲି ରଙ୍ଗର ପର୍ବ ହୋଲି ପାଳନ କରାଯାଇଥିଲା। ଗୋଟିଏପଟେ ହସଖୁସିରେ ଲୋକମାନେ ହୋଲି ସେଲିବ୍ରେସନ କରୁଥିବା ବେଳେ ଅନ୍ୟପଟେ ବିଭିନ୍ନ ସ୍ଥାନରେ ଏହି ସମୟରେ ଦୁଃଖଦ ଘଟଣା ଘଟିଛି। କେଉଁଠି ନଦୀରେ ବୁଡ଼ି ଜୀବନ ଚାଲି ଯାଇଥିବା ବେଳେ ଆଉ କେଉଁଠି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। 

Advertisment

ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବିଦେଇବଡ଼କୁଦର ଛକ ନିକଟରେ ଗତକାଲି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହୋଲି ଖେଳି ସାରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଛି। ବାଇକ୍‌ରେ ଆସୁଥିବା ୨ ଯୁବକଙ୍କ ଉପରେ ଟ୍ରକ୍ ମାଡ଼ିଯିବା ଫଳରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ- ସୁରେନ୍ଦ୍ର ମହନ୍ତ ଓ ଲିକୁ ନାୟକ। 

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସୁରେନ୍ଦ୍ର ଓ ଲିକୁ ହୋଲି ଖେଳ ସାରି ବାଇକ୍‌ରେ ଘରକୁ ଫେରୁଥିଲେ। ତେବେ ୪୯ ନମ୍ବର ଜାତୀୟ ରାଜପଥରେ ସାମ୍ନା ପଟୁ ଆସୁଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌ ସହ ସେମାନଙ୍କର ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ବାରକୋଟ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଲିକୁଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ପରେ ପୋଲିସ ସେମାନଙ୍କୁ ବୁଝାସୁଝା କରିଥିଲା।

Advertisment

ଅନ୍ୟପକ୍ଷେ, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ବାଲିପୋଷୀ ଗାଁରେ ସଡ଼କ ଦୁର୍ଘଟଣାରେ କକା ଓ ପୁତୁରା ପ୍ରାଣ ହରାଇଛନ୍ତି। କେନ୍ଦୁଝର ଜିଲ୍ଲା ଚରୁଆଁଗୋଡ଼ାର ନାନ୍ଦୁରାମ ନାଏକ ଓ ପୁତୁରା କ୍ଷୀତିଶ ନାଏକ ଏକ ବରଯାତ୍ରୀରେ ସାମିଲ ହୋଇ ବାଇକ୍‌ରେ ଦିଗଧର ଗାଁକୁ ଯାଉଥିଲେ। ବାଲିପୋଷୀ ଠାରେ ଭାରସାମ୍ୟ ହରାଇ ସେମାନଙ୍କର ବାଇକ୍‌ ଗଛକୁ ପିଟି ଦେବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

Road Accident Accident
Advertisment
Advertisment