• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଟକ ଜିଲ୍ଲା ବୈଦେଶ୍ୱର ଥାନା ଅଞ୍ଚଳରେ ହିଂସାକାଣ୍ଡ । ହୋଲି ଖେଳ ପରେ ଗାଁରେ ଦେଖାଦେଇଛି ରାଜନୈତିକ ହିଂସାକାଣ୍ଡ । ବାଙ୍କୀ ବୈଦେଶ୍ୱର ଥାନା କାଳିପୋଈ ପଞ୍ଚାୟତ ଚଢ଼େଇବନ୍ଧ ଗାଁରେ ଏହି ହିଂସାକାଣ୍ଡ ଘଟିଛି । ପଞ୍ଚାୟତ ନିର୍ବାଚନ ବେଳର ଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଲୋକେ ଚେଇବନ୍ଧ ଗାଁରେ ପହଞ୍ଚି କାର, ବାଇକ ଭଙ୍ଗାରୁଜା କରିବା ସହିତ ଲୁଟଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ଆକ୍ରମଣରେ ୪ଟି ଗାଡ଼ି ଭାଙ୍ଗି ଚୁରମାର ହୋଇଛି । ଆକ୍ରମଣ ବେଳର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ତେବେ ଏନେଇ ଫୋନ ଯୋଗେ ପୋଲିସକୁ ଜଣାଇଥିଲେ ବି ୨ରୁ ୩ ଘଣ୍ଟା ବିଳମ୍ବରେ ପୋଲିସ ପହଞ୍ଚିଥିବା ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

ପଞ୍ଚାୟତ ନିର୍ବାଚନ ପରଠାରୁ ଏହି ପଞ୍ଚାୟତରେ ଉତ୍ତେଜନା ଲାଗିରହିଥିବାର ପୋଲିସ ଜାଣିଥିଲେ ସୁଦ୍ଧା ସେଭଳି ପଦକ୍ଷେପ ଆଗୁଆ ନେଇ ନ ଥିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ଗାଁରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଫୋର୍ସ ମୃତୟନ ଅଛନ୍ତି । ଗିରଫ ସମ୍ପର୍କରେ ବୈଦେଶ୍ୱର ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।