Advertisment

ଆମ୍ବୁଲାନ୍ସ ନଆସିବାରୁ ଅଟୋ ଆସିଲା, ଅଧାବାଟରେ ଧୋକା ଦେଲା !

ପୁଣି ଶେଷରେ ଅଟୋରେ ନେବାବେଳେ କଣ ଘଟିଥିଲା ଜାଣନ୍ତୁ।

author-image
Chandan Shishu
Aambulance

Aambulance

କେନ୍ଦୁଝର(ପ୍ରଣୟ କୁମାର ପାଣି): ମୃତ୍ୟୁ ଯେବେ ନେବାକୁ ଚାହିଁବ, ତାକୁ କିଏ ଅଟକାଇବ। କିନ୍ତୁ ଏଠି ଅବ୍ୟବସ୍ଥା ଯୋଗୁଁ ଜୀବନ ଯୁଦ୍ଧରେ ହାରିଗଲା ଜଣେ ଯୁବକ। ପୋଖରୀରେ ବୁଡ଼ିଯାଇଥିବା ଜଣେ ଯୁବକ ବଞ୍ଚିବା ପାଇଁ ଚିତ୍କାର କରୁଥିଲେ। ଯାହା ହେଉ ଭାଗ୍ୟ ସାଥ୍‌ ଦେଲା। ଗୁରୁତର ଅବସ୍ଥାରେ ଉଦ୍ଧାର ହେବା ପରେ ଲୋକେ ଆମ୍ୱୁଲାନ୍ସକୁ କଲ୍‌ କରିଥିଲେ କିନ୍ତୁ ଆସିଲାନି। ପୁଣି ଶେଷରେ ଅଟୋରେ ନେବାବେଳେ କଣ ଘଟିଥିଲା ଜାଣନ୍ତୁ।   

Advertisment

କେନ୍ଦୁଝର ଟାଉନ ଥାନା ହରିଡା ଗୋଠ ଠାରେ ଥିବା ଏକ ପୋଖରୀକୁ ଜଣେ ଯୁବକ ଶତ୍ରୁଘନ ବେହେରା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ଯୁବକଙ୍କ ନାଁ ଶତ୍ରୁଘ୍ନ ବେହେରା। ସେ ଆଜି ହୋଲି ଖେଳି ସାରିବା ପରେ ଗାଧେଇବାକୁ ପୋଖରୀକୁ ଯାଇଥିବାବେଳେ ଗୋଡ଼ ଖସି ଯିବାରୁ ସେ ପୋଖରୀରେ ବୁଡି ଯାଇଥିଲେ । ଗାଁ ଲୋକ ଦେଖି ତାଙ୍କୁ ଉଦ୍ଧାର କରି ୧୦୮ କୁ ଯୋଗାଯୋଗ କରିଥିଲେ। ମାତ୍ର ମେଡିକାଲ ଠାରୁ ୭ କିଲୋମିଟର ଦୂରରେ ଥିବା ହରିଡାଗୋଠ ଗ୍ରାମକୁ ପହଞ୍ଚଲାନି ୧୦୮ ଆମ୍ବୁଲାନ୍ସ।

ବାଧ୍ୟ ହୋଇ ଅଟୋରେ ଗୁରୁତର ବ୍ୟକ୍ତିଙ୍କୁ ଅଣାଯାଉଥିବା ବେଳେ ସହରର ମଣ୍ଡୁଆ ଠାରେ ଅଟୋରେ ତେଲ ସରିଯାଇଥିଲା। ଏକ ବାଇକରେ ଉକ୍ତ ବ୍ୟକ୍ତିଙ୍କୁ କେନ୍ଦୁଝର ମେଡିକାଲକୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ଦେଖିବା ପରେ ମୃତ ଘୋଷଣା କରିଥିଲେ। ଏଠାରେ ଦିନ ୧୨ ଟା ରେ ପହଂଚି ଥିଲେ ମଧ୍ୟ ୪ଟା ପରେ ପୋଷ୍ଟମଟମ କରାଯିବା ନେଇ ପରିବାର ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ।

Advertisment
Ambulance Drowning Case
Advertisment
Advertisment