• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୋଲି ପାଳନ ବେଳେ ଗଣ୍ଡଗୋଳ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳ ଗଡ଼ବାନ୍ଧଗୋଡ଼ା ଗାଁରେ ହୋଲି ପାଳନ ବେଳେ ଗଣ୍ଡଗୋଳ ହୋଇଛି । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ସାଇଁକୂଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପଞ୍ଚାୟତ ନିର୍ବାଚନ ସମୟରୁ ଏହି ଗାଁରେ ରାଜନୈତିକ ଉତ୍ତେଜନା ଲାଗି ରହିଛି । ଆଜି ତାହା ଉଗ୍ରରୂପ ଧାରଣ କରିଥିଲା ।

ଗୋଟିଏ ଗୋଷ୍ଠୀର ଲୋକେ ଏକାଠି ହୋଇ ରଙ୍ଗ ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ସେମାନଙ୍କ ଉପରକୁ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି । ପରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଛି । ୫ ଆହତଙ୍କୁ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ ।

ସେହିପରି ବାଲେଶ୍ୱର ଜିଲ୍ଲା ସୋର ଥାନା ମହୁମୁହାଣ ପଞ୍ଚାୟତର ଗୋବିନ୍ଦପୁର ଗାଁରେ ରଙ୍ଗ ଖେଳକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରରେ ୩ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ଗାଁରେ କିଛି ଲୋକ ରଙ୍ଗ ଖେଳୁଥିବାବେଳେ ସେହି ଗାଁର କିଛି ଲୋକ ଆସି ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ । ଏହାକୁ ନେଇ ଧିରେ ଧିରେ ଉତ୍ତେଜନା ବୃଦ୍ଧି ପାଇଥିଲା । ପରେ ଘଟଣା ଉଗ୍ରରୂପ ନେଇଥିଲା ପରସ୍ପରଙ୍କ ଭିତରେ ଆକ୍ରମଣ ପ୍ରତି ଆକ୍ରମଣ ହେବାରୁ ୩ ଜଣ ଆହତ ହୋଇଛନ୍ତି ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଅବିର ବଦଳରେ ରକ୍ତରେ ଖେଳିଲେ ଦୁର୍ବୃତ୍ତ । ପୋଲସରାରେ ଜଣେ ଯୁବକଙ୍କୁ ରାସ୍ତାରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ମୁକ୍ତାମାଳାଦେଇପୁର ଶାସନରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରିଛନ୍ତି । ମୃତକ ହେଲେ ଗାଁର ଅମିତ ଆଚାର୍ଯ୍ୟ । ଗତକାଲି ମଧ୍ୟ ରାତ୍ରୀରେ ଘଟିଛି ହତ୍ୟାକାଣ୍ଡ । ଏକାଧିକ ଯୁବକ ତାଙ୍କୁ ଖଣ୍ଡାରେ ହାଣି ହତ୍ୟା କରିବା ପରେ ଫେରାର ହୋଇଯାଇଛନ୍ତି । ପୋଲସରା ପୋଲିସ ଏବଂ ପୁରୁଷୋତ୍ତମପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛନ୍ତି ।