Advertisment

ଠିକାଦାର ହଡ଼ପ କରିନେଲେ ଆବାସ ଯୋଜନା ଘର

ଗରିବ ଲୋକଙ୍କ ରହିବା ପାଇଁ ସରକାର ଘର ଦେଲେ, ହେଲେ ଘର ଟଙ୍କାକୁ ଆତ୍ମସାତ୍ କଲେ ଠିକାଦାର। ଜନଜାତିଙ୍କ ସରଳତାର ସୁଯୋଗ ନେଇ ଘର କରିଦେବା ବାହାନାରେ ଚଳୁ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଫଳରେ ଘର ମିଳିବାର ୫ ବର୍ଷ ପରେ ବି ଭଙ୍ଗା କୁଡିଆରେ ଜୀବନ କାଟୁଛନ୍ତି  ମୟୂରଭଞ୍ଜ ଜିଲ୍ଲା କପ୍ତିପଦାର ବାସିନ୍ଦା ।

author-image
Pallipuspa Samal
ଅଦ୍ୟତନ ହୋଇଛି
The contractor looted the housing plan

The contractor looted the housing plan

ଗରିବ ଜନଜାତିଙ୍କ ପାଇଁ ସରକାର ଦେଲେ ‌ଆବାସ ଯୋଜନାରେ ଘର  ହେଲେ ଟଙ୍କା ହଡ଼ପ କରିନେଲେ ଠିକାଦାର  ଫଳରେ ଘର ପାଇବାର ୫ ବର୍ଷ ପରେ ବି ଏମିତି ଅବସ୍ଥାରେ ଜୀବନ ଜିଉଛନ୍ତି । ଲୋକେ  ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଏ ହେଉଛି ଉଠାଣ ସାହି ଗ୍ରାମରେ ୫୦ରୁ ଉର୍ଦ୍ଧ୍ୱ ଖଡ଼ିଆ ଓ ମାଙ୍କଡ଼ିଆ ପରିବାର ବସବାସ କରନ୍ତି  । ଆଜକୁ ପାଞ୍ଚ ବର୍ଷ ପୂର୍ବେ ସରକାରଙ୍କ ଆବାସ ଯୋଜନାରେ ଏମାନଙ୍କୁ ଘର ମିଳିଥିଲା । ହେଲେ ତାହା ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇ ପାରିନାହିଁ  କାରଣ ଆସିଥିବା ଘର ବାବଦ ଟଙ୍କାକୁ ଚଞ୍ଚକତା କରି ହଡପ କରିଛନ୍ତି ଠିକାଦାର ।

Advertisment

 ଗ୍ରାମର ଅଧିକାଂଶ ଲୋକଙ୍କୁ ମିଳିଥିବା ଘରର ଅବସ୍ଥା ଏମିତି  କାହାର କବାଟ ନାହିଁ ତ ଆଉ କାହାର ଛାତ ମଧ୍ୟ ପଡ଼ିନାହିଁ।   ଫଳରେ ୫ ବର୍ଷ ପୂର୍ବେ ଯାହା ଅବସ୍ଥା ଥିଲା, ଏବେ ବି ସମାନ ଅବସ୍ଥା । ଏ ବାବଦରେ ହିତାଧିକାରୀ ଠିକାଦାରଙ୍କୁ ପଚାରିଲେ ମିଳୁଛି ଧମକ୍ ।  ତେବେ ଏ ସମ୍ପର୍କରେ କପ୍ତିପଦା ବିଡିଓଙ୍କୁ ପଚାରିବାରୁ ହିତାଧିକାରୀ ମାନେ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି  ।

Mayurbhanj Housing Scams
Advertisment
Advertisment