ମନର କଥା କହୁଛି କଲମ। ପାଟିରେ ପାଇପ୍ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍ କଲେଣି ସତ ହେଲେ କିଛି ଲାଭ ମିଳୁନି...ଏବେ ସାହାଯ୍ୟ ଅପେକ୍ଷାରେ ସୂର୍ଯ୍ୟ
ଛି ଛି ଏ ପାନ ଗନ୍ଧ ଶୁଣିକି ମୋ ପେଟ କଇଁ ଧରୁଛି। ଏଇନା ମୁଁ ବାନ୍ତି କିରିବି। ମୋର ଦୁଃଖକୁ ଧ ପଡ଼ୁଥିଲା ତୁମ ପାଖରେ ନେସି ହେବା ପାଇଁ...ମାଆ କହିଲା ବେଳକୁ ଦେହରେ ନିଆଁ ଲାଗିଯାଉଛି...
ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ....ଶୋକାକୂଳ ପରିବେଶରେ ପୂରା ପରିବାର
ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...
ଆଲୋ ପିକୁଳି ବୋଉ ନବୀନା ରାଇଜରେ ଚାଉଳ ସରିଲା କେମିତି? ଇଲୋ ବୋଉ ଏଇଠି ଚାଉଳ ନେବ କ’ଣ? ଚେପା ହୋଇଯିବରେ ନାରଣ। ନାଏବ ସରପଞ୍ଚ ଆଉ ଲୋକଙ୍କ ମଧ୍ୟରେ ଏମିତି ଚାଉଳ ଫୁଟିଲା ଯେ ଭାତ ପୂରା ଜାଉ ହୋଇଗଲା....
ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍। ଲୋକେ ବି ବେଶ୍ ଭିଡ଼ ଜମାଉଛନ୍ତି....ଦେଖନ୍ତୁ କେମିତି ପରସା ଯାଉଛି ଖାଇବା
ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
କପି କରି ଧରାପଡ଼ି ଯିବାରୁ ଜଣେ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି। କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରି କ୍ଲାସ୍ ରୁମ୍ରୁ ବାହାର କରି ଦେଇଥିଲେ ବୋଲି ବୈଷ୍ଣବଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ପୁଣି ବସ୍ ଓଲଟି ଯାତ୍ରୀ ଆହତ । ସୁନ୍ଦରଗଡ ଜିଲ୍ଲା ଝରିଆପାଲି ନିକଟରେ ବସ୍ ଓଲଟି ୧୫ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି ।
କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ। ଡକାୟତି ମାମଲାରେ ଅଟକ ଥିବା ୨ ଜଣ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।
ରାତି ଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲଙ୍କୁ ଗାଁ ଲୋକେ ଅଟକ ରଖିଥିବା ସୂଚନା ମିଳିଛି।
ନାଗ ସହ ନାଗିନ୍ ଡ୍ୟାନ୍ସ...କେବେ ଦେଖିଛନ୍ତି କି ? ଭିଡିଓରେ ଦେଖନ୍ତୁ ଏହି ଅବିଶ୍ୱାସନୀୟ ଦୃଶ୍ୟ...
ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ ।
ଆମେରିକାର ଏକ ଯୋଜନାର ଖୁଲାସା ହୋଇଛି। ଏହି ଖୁଲାସା ପରେ ସାରାଦୁନିଆରେ ଉତ୍ତେଜନା ଦେଖାଦେଇଛି। ଏକ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଚନ୍ଦ୍ରରେ ପରମାଣୁ ବମ ବିସ୍ଫୋରଣ ପାଇଁ ଆମେରିକା ଯୋଜନା ଉପରେ ବିଚାର କରୁଛି।
ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁଚିସ୍ମିତା ନନ୍ଦ। ଆସନ୍ତୁ ଜାଣିବା ତାଙ୍କ ପିଲାଦିନର ସ୍ୱପ୍ନ…
ପଦଯାତ୍ରାକୁ ପ୍ରଶାସନର ବାରଣ ସତ୍ତ୍ୱେ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ତେବେ ତାଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼।
ଭୀମଭୋଇ ମେଡ଼ିକାଲ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍ ଆସିଛି। ଓଟିଭି ହାତରେ ଲାଗିଥିବା ନିଶାନ୍ତଙ୍କ ମୃତ୍ୟୁ ବେଳର ଭିଜୁଆଲ ଏବେ ସାମ୍ନାକୁ ଆସିଛି।
ଏ ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ..
ବିଭିନ୍ନ ସ୍ତରରେ ସାହିତ୍ୟିକ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କର ମତ ସଂଗ୍ରହ କରାଯାଇ ପୁରସ୍କାରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି । ସିଂହାରୀ ସେବାୟତଙ୍କ ଗୋଡ଼ ଖୁଣ୍ଟିଆ ସେବାୟତଙ୍କ ଦେହରେ ବାଜିବାରୁ ମହାସ୍ନାନ କରାଯାଇଛି । ତେବେ ଆଜି ଶ୍ରୀଜିଉଙ୍କର ବନକ ଲାଗି ନୀତି ହେବ । ଏନେଇ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗୁପ୍ତ ସେବା ନୀତି ପାଇଁ ଦିନ ୪ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।
କଳିଙ୍ଗର ଗର୍ବ ଆଉ ଗୌରବର କାହାଣୀ ବର୍ଣ୍ଣନା କରେ ଓଡ଼ିଆଙ୍କ ଏହି ପାରମ୍ପରିକ କଳା । କେତେ ବୀର ଥିଲେ ଆମ ପୂର୍ବଜ, କେତେ ସମୃଦ୍ଧ ଥିଲା ଆମ ସଂସ୍କୃତି ।
ଇ-ଫାଇଲିଙ୍ଗ ପୋର୍ଟାଲରେ ୭ କୋଟି ୧୪ ଲକ୍ଷ ଅଧିକ ଆୟକର ରିଟର୍ନ ଭରିଛନ୍ତି ଆୟକର ଦାତା ।
ଇଏ କାଳେ ଆମ ସ୍ୱାସ୍ଥ୍ୟ ସେବା !! ରୋଗୀ ପଛେ ଯନ୍ତ୍ରଣାରେ ଛଟପଟ ହେଉଥାଉ, ହେଲେ ଏମାନେ ଆଗେ ମୋବାଇଲ ବନ୍ଧକ ନରଖିଲେ ମିଳିବନି ଷ୍ଟ୍ରେଚର? ଏଇଟା ମେଡ଼ିକାଲ ନା ମୋବାଇଲ ବନ୍ଧକ ବ୍ୟାଙ୍କ?
ଦେଖିବାକୁ କିନି ପିଲା ହୋଇଥିଲେ ବି ଲୋକକଳାକୁ ବଂଚାଇ ରଖିବାକୁ କରିଛନ୍ତି ପ୍ରୟାସ। ଗଂଜାମର ଅନନ୍ୟ ଲୋକକଳା ରଣପା ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ ନାଚି କରିଛନ୍ତି ରେକର୍ଡ। ଜାଣନ୍ତୁ, ବିଭୂଦତ୍ତ ସାହୁ ଓ ବିଭାସ ସାହୁଙ୍କ ସଫଳତାର କାହାଣୀ.
ପରିବହନ ନିଗମର ଲାଭ କମିବାର କାରଣ କଣ? କାହିଁକି ଏମିତି ଦେବାଳିଆ ସ୍ଥିତିରେ ନିଗମ? ଘରୋଇ ବସ ଗୁଡିକ ଲାଭରେ ଚାଲୁଥିବା ବେଳେ କାହିଁକି କ୍ଷତି ସହୁଛି ପରିବହନ ନିଗମ ? ଭିତ୍ତିଭୂମିର ଅଭାବ ନା ରହୁଛି ସରକାରଙ୍କ ଆନ୍ତରିକତା ଅଭାବ ?