/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651117575.jpg)
Real 'Nagin Dance'- Snake Charmer Dances With Cobra During Wedding Procession In Odisha
ସାଧାରଣତଃ ନାଗିନ୍ ଡ୍ୟାନ୍ସ କହିଲେ ବରଯାତ୍ରୀ କଥା ମନେ ପଡିଯାଏ । କାରଣ ବରଯାତ୍ରୀରେ ହିଁ ଲୋକମାନେ ନାଗିନ୍ ଡ୍ୟାନ୍ସ କରିବାକୁ ବେଶ୍ ପସନ୍ଦ କରିଥାନ୍ତି । ହେଲେ କେବେ ଶୁଣିଛନ୍ତି କି ନାଗ ସହ ନାଗିନ୍ ଡ୍ୟାନ୍ସ ? ଶୁଣିବାକୁ ହୁଏତ ଆଶ୍ଚର୍ଯ୍ୟ ଲାଗିଥାଇପାରେ ହେଲେ ଏହା ଏକ୍ଦମ୍ ସତ ଘଟଣା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଦେଖିବାକୁ ମିଳିଛି ଏହି ଅଦ୍ଭୂତ ଦୃଶ୍ୟ ।
କରଞ୍ଜିଆରେ ଜଣକ ବରଯାତ୍ରୀରେ ବାଜା ବାଜୁଥିବା ସହ ସମସ୍ତେ ଝୁମୁଛନ୍ତି ଆଉ ତାସହ ନାଗକୁ ବି ସାମିଲ କରିଛନ୍ତି । ଟୋକେଇ ଭିତରେ ନାଗକୁ ଧରି ଘେରାଇ ବୁଲୁଛନ୍ତି କେଳା । ବରଯାତ୍ରୀରେ ଥିବା ଲୋକେ ବି ନାଗୀନ୍ ଧୂନ୍ରେ ବେଶ୍ ନାଚୁଛନ୍ତି । ଏମିତିକି ନା କାହାର ଭୟ, ନା କାହାକୁ ଖାତିର ଥିବା ଦେଖିବାକୁ ମିଳିଛି । ଯଦିଓ ସାପଟି ଟୋକେଇ ବାହାରକୁ ଆସିଥାନ୍ତା ତେବେ କଣ ହୋଇଥାନ୍ତା ତାହା ଭାବିଲେ ବି ଦେହରେ ଶିହରଣ ସୃଷ୍ଟି ହେଉଯାଉଛି । ହେଲେ ସେସବୁକୁ ଭୁଲି ଲୋକେ ବେଶ୍ ମଜା ନେଉଛନ୍ତି ।
ଏହି ଘଟଣାକୁ ବନ ବିଭା ଗୁରୁତ୍ୱ ସହ ନେଇ ସାପୁଆ କେଳା ସମେତ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ତେବେ କୌଣସି ବି ଜୀବଜନ୍ତୁ, ବିଶେଷ ଭାବେ ବିଷଧର ସାପକୁ ଧରି ଏହିପରି କରିବା ଆଇନ୍ଗତ ଅପରାଧ ଅଟେ । ତେଣୁ ଏପରି କରି ନିଜ ଜୀବନକୁ ବିପଦ ମୁହଁକୁ ଠେଲିବା ଆଦୌ ଉଚିତ୍ ନୁହେଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)