Advertisment

ସାମ୍ନାକୁ ଆସିଲା ନିଶାନ୍ତଙ୍କ ମୃତ୍ୟୁ ବେଳର ଦୃଶ୍ୟ, ଚିକିତ୍ସା ବଦଳରେ ହୋଇଥିଲା ପକେଟ୍‌ ଯାଞ୍ଚ !

ଭୀମଭୋଇ ମେଡ଼ିକାଲ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌ ଆସିଛି। ଓଟିଭି ହାତରେ ଲାଗିଥିବା ନିଶାନ୍ତଙ୍କ ମୃତ୍ୟୁ ବେଳର ଭିଜୁଆଲ ଏବେ ସାମ୍ନାକୁ ଆସିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bolangir MBBS Student Death

Bolangir MBBS Student Death

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଛାତ୍ର ନିଶାନ୍ତଙ୍କ ମୃତ୍ୟୁରେ ନୂଆ ଟ୍ୱିଷ୍ଟ୍‌ ଆସିଛି। ଓଟିଭି ହାତରେ ଲାଗିଥିବା ନିଶାନ୍ତଙ୍କ ମୃତ୍ୟୁ ବେଳର ଭିଜୁଆଲ ଏବେ ସାମ୍ନାକୁ ଆସିଛି। ଯାହା ଭିନ୍ନ କଥା କହୁଛି। ନିଶାନ୍ତ ପଡ଼ିଥିବା ଜାଗାରୁ ଉଠାଇ ଆଣି ତାଙ୍କୁ ପାର୍କିଂ ଏରିଆରେ ରଖାଯାଇଥିଲା। 

Advertisment

ଡିନ୍‌ଙ୍କ ଉପସ୍ଥିତିରେ ତାଙ୍କୁ ଚିକିତ୍ସା କରିବା କିମ୍ବା ତୁରନ୍ତ ହସ୍ପିଟାଲ ନେବା ବଦଳରେ ଜଣେ କର୍ମଚାରୀ ନିଶାନ୍ତଙ୍କ ପକେଟ୍ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ଏନେଇ କଲେଜ କର୍ତ୍ତୃପକ୍ଷ ଏବଂ ପୋଲିସ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ଦେବାକୁ ସେମାନେ ମନା କରିଛନ୍ତି।

ସୂଚନାଥାଉ କି, ଗତ ୨୨ ତାରିଖରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ନ୍ୟୁ ବଏଜ୍‌ ହଷ୍ଟେଲର ୫ ମହଲାରୁ ଡେଇଁ ପଡ଼ିଥିଲେ ନିଶାନ୍ତ। ସଙ୍ଗେସଙ୍ଗେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଶାନ୍ତଙ୍କ ଘର ହରିୟାଣାରେ ହୋଇଥିବା ବେଳେ ସେ MBBS ପ୍ରଥମ ବର୍ଷରେ ପଢ଼ୁଥିଲେ। ୫ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ଠେଲି ଦେଇଛନ୍ତି, ସେନେଇ ସନ୍ଦେହ ସୃଷ୍ଟି ହୋଇଛି। ଏହାକୁ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ ମଧ୍ୟ ରାଗିଂକୁ କଲେଜ କର୍ତ୍ତୃପକ୍ଷ ଅସ୍ୱୀକାର କରି ଆସୁଥିଲେ। କିନ୍ତୁ ନିଶାନ୍ତଙ୍କ ହ୍ୱାଟ୍ସଆପ୍‌ ଚାଟିଂ ସାମ୍ନାକୁ ଆସିବା କଲେଜରେ ରାଗିଂ ହେଉଥିବା ସ୍ପଷ୍ଟ ହୋଇଛି ।

Advertisment

କଲେଜରେ କିଭଳି ରାଗିଂ ଚାଲିଥିଲା ସେନେଇ ହ୍ୱାଟ୍ସଆପ୍‌ ଚାଟିଂରେ ବନ୍ଧୁଙ୍କ ସହ ନିଶାନ୍ତ  ଶେୟାର କରିଥିବା ହ୍ୱାଟ୍ସଆପ୍‌ ଚାଟିଂ ସାମ୍ନାକୁ ଆସିଛି। ଖେଳ ପଡ଼ିଆକୁ ସିନିୟରମାନେ ଜୋର୍ ଜବରଦସ୍ତ ଡାକୁଥିଲେ ବୋଲି ନିଶାନ୍ତ ବନ୍ଧୁଙ୍କୁ କହିଥିଲେ। ଏପରିକି କଲେଜରେ ଜୁନିଅରଙ୍କୁ ଖେଳିବା ପାଇଁ ଆଦୌ ଅନୁମତି ନଥିଲା। ସେହିପରି ପାର୍କ ଯିବାକୁ ମଧ୍ୟ ଜୁନିଅରଙ୍କୁ ଅନୁମତି ନଥିବା ଚାଟିଂରେ ଉଲ୍ଲେଖ କରାଯାଇଛି। କଲେଜ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବାକୁ ଡରୁଥିବା କଥା ନିଶାନ୍ତ ଚାଟିଂରେ ବନ୍ଧୁଙ୍କୁ କହିଥିଲେ। 

Bolangir MBBS Student Death Bolangir Medical College Bolangir Student Death MBBS Student Death
Advertisment
Advertisment