କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ। ଡକାୟତି ମାମଲାରେ ଅଟକ ଥିବା ୨ ଜଣ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ବଲାଙ୍ଗିର ଜିଲ୍ଲା ସଇଁତଳା ଥାନା ବଡ଼ମାଲ ଫାଣ୍ଡିରୁ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଦ୍ୱୟ ଚମ୍ପଟ ମାରିଛନ୍ତି।
ସୂଚନା ଅନୁସାରେ, ଗତକାଲି ଏକ ଡକାୟତି ମାମଲାରେ କନକେଲ ଗାଁରୁ ପୋଲିସ ଉଭୟଙ୍କୁ ଧରିଥିଲା।