/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651122013.jpg)
15 passengers injured after the bus in which they were travelling overturns near Jhariapali
ପୁଣି ବସ୍ ଓଲଟି ଯାତ୍ରୀ ଆହତ । ସୁନ୍ଦରଗଡ ଜିଲ୍ଲା ଝରିଆପାଲି ନିକଟରେ ବସ୍ ଓଲଟି ୧୫ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡ଼ିଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଏକ ବସ୍ ହେମଗିରିରୁ ସୁନ୍ଦରଗଡ ଯାଉଥିବା ବେଳେ ଦୁର୍ଘଟଣାଗସ୍ତ ହୋଇଛି । ବସ୍ଟି ଯାଉଥିବା ସମୟରେ ସାମ୍ନା ପଟରୁ ଆସୁଥିବା ଏକ ଟ୍ରକକୁ ସାଇଡ୍ ଦେଉଥିବା ବେଳେ ଭାରସାମ୍ୟ ହରାଇ ବସ ଓଲଟି ପଡ଼ିଥିଲା । ଫଳରେ ବସ୍ରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିବା ସହ ପୋଲିସକୁ ସୂଚନା ଦେଇଥିଲେ । ଗରୁତର ଅବସ୍ଥାରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ସର୍ଗିପାଲି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
-ସୁନ୍ଦରଗଡ଼: ଭାରସାମ୍ୟ ହରାଇ ଓଲଟିଲା ବସ୍; ୧୫ ଯାତ୍ରୀ ଆହତ
-ଲେଫ୍ରିପଡ଼ା ଥାନା ଝରିଆପାଲି ନିକଟରେ ଓଲଟିଲା ବସ୍
-ହେମଗିରି ପଟରୁ ସୁନ୍ଦରଗଡ଼ ଆସୁଥିବା ବେଳେ ଦୁର୍ଘଟଣା#Accident#Sundargarh#OTV— ଓଟିଭି (@otvkhabar) April 28, 2022
ସେହିପରି ଏହା ଆଜି ନୁହେଁ ଗତ ଏପ୍ରେଲ୍ ମାସ ୮ ତାରିଖରେ ମଧ୍ୟ ଏହିଭଳି ସମାନ ଘଟଣା ଘଟିଥିଲା । ଭୁବନେଶ୍ୱର ଜୟଦେବ ବିହାର ଓଭର ବ୍ରିଜ ତଳେ ବସ୍ ଦୁର୍ଘଟଣା ହୋଇଥିଲା । ବସ୍ଟି ଶ୍ରମିକଙ୍କୁ ନେଇ ନୟାପଲ୍ଲୀରୁ ପଟିଆ ଯାଉଥିବାବେଳେ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ହେଲେ ସୌଭାଗ୍ୟ ବଶତଃ ଦୁର୍ଘଟଣାରୁ ୩୦ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)