ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ...
ପତ୍ର ତୋଳିଲେ ପେଟ ପୂରୁଛି। ନ ହେଲେ ଉପାସ। ଏବେ ପ୍ଲାଷ୍ଟିକ ଓ ସୋଲ ତିଆରି ସାମଗ୍ରୀ ମିଳୁଥିବାରୁ ଚିନ୍ତାରେ ଶାଳପତ୍ର ତୋଳାଳି। ସଠିକ୍ ପ୍ରାପ୍ୟ ମିଳୁନଥିବାରୁ ଏବେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ...
ଗାଁ ପାଇଁ ଗୌରବ ଆଣିଲେ ଇନ୍ଦ୍ରଜିତ୍। ଦିନେ ମଫସଲ ଗାଁର ସରକାରୀ ସ୍କୁଲରେ ପାଠ ପଢୁଥିଲେ। ପରେ ରେଭେନ୍ସା, ଓୟୁଏଟିରେ ପାଠ ପଢି ହାବାର୍ଡ ବିଶ୍ୱବିଦ୍ୟାଳୟରେ କ୍ୟାନସର ଔଷଧ ଉପରେ ରିସର୍ଚ୍ଚ କରୁଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ୧୦ ଦେଶ ଦେଲେଣି ପୁରସ୍କାର। ଏମିତି ପୁଅକୁ ନେଇ ସାରା ଅଂଚଳ କରୁଛି ଗର୍ବ।
କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...
କଳିଯୁଗର କୁଳାଙ୍ଗାର ପୁଅ। ବୁଢା ବାପାକୁ ଶୁଭୁନି କି ଚାଲିପାରୁନି। ବୋଝ ଭାବି ପାଇଖାନାରେ ବାପାକୁ ଫୋପାଡ଼ି ଦେଲେ ପୁଅ-ବୋହୂ। ଦୁଃଖ ସହିପାରିଲେନି ପଡ଼ୋଶୀ। ପାଇଖାନା ପାଖରେ ବାଉଁଶ ବାନ୍ଧି ତିଆରି କରିଦେଲେ ଅସ୍ଥାୟୀ ଘର...ହେଲେ ପାଖ ମାଡ଼ୁନାହାନ୍ତି ପିଲା
ଦଳ ସଫା ନାଁରେ ଦୁର୍ନୀତି। ଚିହ୍ନା ଠିକାଦାରଙ୍କ ସହ ସଲାସୁତରା କରି ଲକ୍ଷଲକ୍ଷ ଟଙ୍କା ଖାଇଦେଉଛନ୍ତି ସରକାରୀ ବାବୁ। କେନାଲ ଦଳ ସଫା ନାଁରେ ଭୟଙ୍କର ଅନିୟମିତତା...ଦେଖନ୍ତୁ କେମିତି ଓ କେଉଁଠି ଏବଂ କେତେ ପରିମାଣରେ ହୋଇଛି ଦୁର୍ନୀତି?
ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ...
ଧନ୍ୟ ଏ ଠିକାଦାର। ଯିଏ ତିଆରି କରିଛି ଏ ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...
IPS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର ।
ପରିବାର ଲୋକଙ୍କ ମନରେ ତିଳେ ବି ଦୁଃଖ ନାହିଁ
ମହଙ୍ଗା ପଡ଼ିଲା ପ୍ରେମ। ଭଲ ପାଇବାରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ଅନ୍ୟମାନଙ୍କ ଟଙ୍କାକୁ ହଡ଼ପ କରିବାକୁ ମଧ୍ୟ ପଛାଇଲେ ନାହିଁ। ଆଉ ହଡ଼ପ ଟଙ୍କାକୁ ବୟଫ୍ରେଣ୍ଡ୍ ଆକାଉଣ୍ଟକୁ ପଠାଉଥିଲେ ପ୍ରେମିକା।
୭୦ ବର୍ଷ ବୟସରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର। ଛାତ୍ରଛାତ୍ରୀଙ୍କ ଗହଣରେ ବସି ବିଧାୟକ ପରୀକ୍ଷା ଦେଇଥିବା ଦେଖିବାକୁ ମିଳିଛି।
ରାଜଧାନୀର ଯୁବକ ଯୁବତୀ, ଛାତ୍ରଛାତ୍ରୀ ଓ ବିଶେଷ କରି ଗରିବ ଲୋକମାନେ ଉପକୃତ ହେବେ।
ମାଗଣା ସେବା ପାଇବାକୁ ଗରିବ ରୋଗୀଟିଏ ବି ଧାଇଁ ଆସୁଛି ରାଜ୍ୟର ବଡ଼ ବଡ଼ ଡାକ୍ତରଖାନାକୁ। ହେଲେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପରିସରରେ, ମୁଣ୍ଡଫଟା ଖରାରେ ଦିନ ଦିନ ଧରି ଶହ ଶହ ରୋଗୀ ଓ ସେମାନଙ୍କ ସପର୍କୀୟ ଯେମିତି ପଡ଼ି ରହିଛନ୍ତି, ଯନ୍ତ୍ରଣା ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି।
ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍। ଲୋକେ ବି ବେଶ୍ ଭିଡ଼ ଜମାଉଛନ୍ତି..ଦେଖନ୍ତୁ କେମିତି ପରସା ଯାଉଛି ଖାଇବା
ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିବା ଏକ ଭଡ଼ାଘରୁ ବାପା, ମା ଓ ଝିଅର ମୃତଦେହ ମିଳିଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଜଣାପଡ଼ିଥିଲା କି ଏମାନେ ବନ୍ଦ କୋଠରୀରେ ଆତ୍ମହତ୍ୟା କରିଛନ୍ତି ।
ମୁଣ୍ଡଫଟା ଖରାରେ ଯେତେବେଳେ ସହର ଜଳୁଛି, ମଣିଷ ତ ମଣିଷ ଚଢେଇ ଚିରୁଗୁଣୀ ବି ନିଜ ବସାରୁ ବାହାରିବାକୁ ଡରୁଛନ୍ତି ।
ରାୟଗଡାର ଡି.ଶ୍ରୀନିବାସ ଜୈବିକ ପଦ୍ଧତିରେ ଫଳାଉଛନ୍ତି ଭଳିକି ଭଳି ପନିପରିବା ଓ ଫଳ। ଏହାସହ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଛନ୍ତି ରୋଜଗାର ।
ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ ।
ଭଙ୍ଗାଦଦରା ପାଇଖାନା ଭିତରେ ବୁଢା ବାପାଟାକୁ ଫୋପାଡ଼ି ଦେଇଛନ୍ତି ପୁଅ ବୋହୂ ।
ଲାଞ୍ଚ ଦେବା ପରେ ମଧ୍ୟ କାମ ନହେବାରୁ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ଆବେଦନକାରୀ ।
ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ
ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...
ବେଙ୍ଗାଲୁରୁରେ ଦାଦନ ଖଟିବାକୁ ଯାଇଥିଲେ। ଏବେ ଗାଁକୁ ଫେରି ହଳଦିଆ ତରଭୁଜ ଚାଷ କଲେ। ବଜାରର ଚାହିଦା ଏତେ ଅଧିକ ଯେ, ପାଳ ପାଖରୁ ତରଭୁଜ ନେଇ ଯାଉଛନ୍ତି ବେପାରୀ। ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା।
କଚାବାଦାମ ଗୀତ ସୋସିଆଲ ମିଡ଼ିଆର ସେନସେସନ ପାଲଟିଲା ପରେ ଭୁବନ ବାଦ୍ୟକାର ପାଇଲେ କି ଚାକିରି? ରେଲୱେର ଷ୍ଟେସନ ମ୍ୟାନେଜର ପୋଷ୍ଟରେ ଚାକିରି ପାଇଥିବା ସାମ୍ନାକୁ ଆସିଲା ଭିଡ଼ିଓ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଜାଣନ୍ତୁ ସତ କଣ?