Advertisment

କପି ଧରାପଡ଼ିବାରୁ ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର ! ହଷ୍ଟେଲରୁ ମିଳିଲା ମୃତଦେହ

କପି କରି ଧରାପଡ଼ି ଯିବାରୁ ଜଣେ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି। କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରି କ୍ଲାସ୍‌ ରୁମ୍‌ରୁ ବାହାର କରି ଦେଇଥିଲେ ବୋଲି ବୈଷ୍ଣବଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Engineering Student Deadbody Found From Hostel Room

Engineering Student Deadbody Found From Hostel Room

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣା ମନରୁ ନଲିଭୁଣୁ ଆଉ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଏବେ ସନ୍ଦେହ ଘେରରେ। କପି କରି ଧରାପଡ଼ି ଯିବାରୁ ଜଣେ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି। ଜଟଣୀ ସ୍ଥିତ ସେଞ୍ଚୁରିୟାନ  ବିଶ୍ୱବିଦ୍ୟାଳୟର ଛାତ୍ର ବୈଷ୍ଣବ ଭରଦ୍ୱାଜ ପତି(୨୦)ଙ୍କ ଝୁଲନ୍ତା ମୃତଦେହ ହଷ୍ଟେଲରୁ ମିଳିଛି। ଗତକାଲି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଯାଜପୁର ଜିଲ୍ଲାରେ ବୈଷ୍ଣବଙ୍କ ଘର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, B.SC ୨ୟ ବର୍ଷର ଛାତ୍ର ବୈଷ୍ଣବଙ୍କର ଗତକାଲି ଶେଷ ପରାକ୍ଷା ଥିଲା। ପରୀକ୍ଷାରେ କପି କରୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଧରିଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରି କ୍ଲାସ୍‌ ରୁମ୍‌ରୁ ବାହାର କରି ଦେଇଥିଲେ ବୋଲି ବୈଷ୍ଣବଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଯାହାକୁ ସହି ନପାରି ହଷ୍ଟେଲକୁ ଯାଇ ଗାମୁଛାରେ ଫାଶି ଦେଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। 

ପୁଅର ମୃତ୍ୟୁକୁ ନେଇ ବୈଷ୍ଣବଙ୍କ ମା’ କହିଛନ୍ତି, ‘ପରୀକ୍ଷା ପୂର୍ବରୁ ମୋ ପୁଅ ବହୁତ୍ ଖୁସି ଥିଲା। ସକାଳ ସାଢ଼େ ୧୧ଟାରେ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇ ଥିବାବେଳେ ଦିନ ପ୍ରାୟ ୨ଟା ବେଳେ ପରିବାର ଲୋକଙ୍କୁ ଜଣାଯାଇଥିଲା।’ ତେଣୁ ପୁଅର ମୃତ୍ୟୁ ପଛରେ କଲେଜର ହାତ ଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। 

Advertisment

ପ୍ରକୃତରେ କପି କରି ଧରାପଡ଼ିବାରୁ ବୈଷ୍ଣବ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ଅଛି, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। 

Student Suicide Student Found Dead
Advertisment
Advertisment