୨୦୨୧-୨୨ ଆର୍ଥିକ ବର୍ଷରେ ଆୟକର ବିଭାଗର ସର୍ବକାଳୀନ ରେକର୍ଡ କର ସଂଗ୍ରହ । ନଗଦ ୧୪ ଲକ୍ଷ କୋଟି ଆଦାୟ ହୋଇଥିବା ବେଳେ ମୋଟ ୧୬ଲକ୍ଷ ୩୪ ହଜାର କୋଟି ପ୍ରତ୍ୟେକ୍ଷ କର ସଂଗ୍ରହ ହୋଇଛି । ସେହିପରି ଇ-ଫାଇଲିଙ୍ଗ ପୋର୍ଟାଲରେ ୭ କୋଟି ୧୪ ଲକ୍ଷ ଅଧିକ ଆୟକର ରିଟର୍ନ ଭରିଛନ୍ତି ଆୟକର ଦାତା ।
Also Read
ଓଡ଼ିଶାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୫,୪୮୧ କୋଟି କର ଆଦାୟ ହୋଇଛି । ପୂର୍ବରୁ ଏହି ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ଥିଲା ୧୪ ହଜାର କୋଟି । ଓଡ଼ିଶାରେ ୮୨% କର କର୍ପୋରେଟ ଟାକ୍ସରୁ ଆଦାୟ ହେଉଛି । ଏହା ମଧ୍ୟରୁ ଖଣିରୁ ୫୩% କର ଆଦାୟ ହେଉଥିବା ବେଳେ ବନ୍ଦର ବ୍ୟବସାୟରୁ ୨୫% କର ଆଦାୟ କରାଯାଇଛି । ଓଡ଼ିଶାରୁ ୯ ହଜାର ୬ ଶହ କୋଟି ଆଦାୟ ହୋଇଛି ।