• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special Story
କର୍କଟ ରୋଗୀଙ୍କ ପ୍ରତି ପ୍ରାଶାସନିକ ସମ୍ବେଦନହୀନତା

କଟକରେ କର୍କଟ ରୋଗୀଙ୍କ ପ୍ରତି ପ୍ରାଶାସନିକ ସମ୍ବେଦନହୀନତାର ଅନ୍ତ ନାହିଁ । ରହିବା ପାଇଁ ଆଶ୍ରା ଟିକେ ନପାଇ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ ।

Coal Rakes
ସାରା ଦେଶରେ ବିଜୁଳି ଉତ୍କଟ ସମସ୍ୟା; ପ୍ୟାସେଞ୍ଜର୍‌ ଟ୍ରେନ୍‌ ବଦଳରେ ଗଢ଼ିବ ମାଲଗାଡ଼ି

ଦେଶର ୭୦ ପ୍ରତିଶତ ବିଜୁଳି କୋଇଲା ଉପରେ ନିର୍ଭରଶୀଳ । ତେବେ କୋଇଲା ସଙ୍କଟର ତୁରନ୍ତ ସମାଧାନ ନ ହେଲେ, ଆଗକୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳରେ ଅନେକ ବାଧା ଉପୁଜିପାରେ ।

abhaya-pathak
ପୂର୍ବତନ IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କଲା ଇଡି

IFS ଅଭୟକାନ୍ତ ପାଠକଙ୍କ ସଂପତ୍ତି ଆଟାଚ୍ କରାଯାଇଛି ।

ngt
NGTରେ ହାଜର ହେଲେ କେନ୍ଦୁଝର ଜିଲ୍ଲାପାଳ

ଘସିପୁରା ତହସିଲ ମଦନପୁର ଗାଁରେ କାଜୁ ଜଙ୍ଗଲରୁ ମାଙ୍କଡା ପଥର ଖୋଳିବା ମାମଲାରେ ଆଜି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ କୋଲକାତା ବେଞ୍ଚରେ ହାଜର ହୋଇଛନ୍ତି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ

Special Story
ବିଷଧର ସହ ବିପଦଜନକ ଖେଳ : ବରଯାତ୍ରୀ ପ୍ରୋସେସନରେ ସତସତିକା ନାଗ ସହ ନାଗୀନ ଡାନ୍ସ

ବିଷଧର ସାପ ସହ ନାଚଗୀତ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ କରଞ୍ଜିଆ ବନବିଭାଗ ସଂପୃକ୍ତ ସାପୁଆକେଳା ରାମ ସିଂକୁ ଗିରଫ କରିଛି ।

scb medical
SCB ଓପିଡି ପାଇଁ ଅନଲାଇନ୍‌ ବୁକିଂ

ଏଣିକି SCB ଓପିଡିରେ ଲାଗୁ ହେବ ଅନଲାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥା । ଆସନ୍ତା ୯ ତାରିଖରୁ ଏହି ଅନଲାଇନ୍ ବୁକିଂ ବ୍ୟବସ୍ଥା ଆରମ୍ଭ କରାଯିବ ।

Special Story
କର୍କଟ ରୋଗୀଙ୍କ ପ୍ରତି ପ୍ରଶାସନିକ ସମ୍ବେଦନହୀନତା : ଡହ ଖରାରେ ସିଝୁଛନ୍ତି ଶହ ଶହ ଲୋକ

କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଆଗରେ ଏବେ ବି ଡହ ଖରାରେ ସିଝୁଛନ୍ତି ଶହ ଶହ ରୋଗୀ: ସବୁ ଦେଖି ଯେମିତି ଚାହିଁ ଜଳକା ସାଜିଛନ୍ତି କର୍ତ୍ତୃପକ୍ଷ । ସରକାରୀ କଳର ବଧିରପଣକୁ ନେଇ ପ୍ରଶ୍ନ

onion
ସରକାରୀ ପିଆଜ ବିହନ କିଣି କାନ୍ଦୁଛି ଚାଷୀ, ଲୁହ ପୋଛିବାକୁ କେହି ନାହିଁ

କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାରୀସ୍ତରରେ ଅନେକ ଯୋଜନା ହେଉଛି। ବିହନ, ଔଷଧ, କୃଷି ଯନ୍ତ୍ରପାତି ରିହାତି ଦରରେ ଯୋଗାଇ ଦିଆଯାଉଛି। ହେଲେ କଲ୍ୟାଣ ବଦଳରେ ଏହା ଚାଷୀଙ୍କୁ ସମସ୍ୟାରେ ପକାଉଛି। ନିମ୍ନମାନର ବିହନ ହେତୁ କ୍ଷତିଗ୍ରସ୍ତ ଖଡିଆଳର ପିଆଜ ଚାଷୀ...

Father Son Death
ମୃତ୍ୟୁ ଏମିତି ବି ଆସେ !! ବାପାଙ୍କ ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଗଲା

ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ..ଶୋକାକୂଳ ପରିବେଶରେ ପୂରା ପରିବାର।

Accident
ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୨ ମୃତ, ୫ ଆହତ

ମାଲକାନଗିରି କାଲିମେଳା ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୫ ଗୁରୁତର ।

Baloch rebels
ବେଲୋଚ୍ ବିଦ୍ରୋହୀଙ୍କ ଚରମବାଣୀ : ବେଲୋଚିସ୍ତାନ ନଛାଡ଼ିଲେ ଭୋଗିବ ଭୟଙ୍କର ପରିଣତି

ପାକିସ୍ତାନ ସେନାକୁ ବେଲୋଚ୍ ବିଦ୍ରୋହୀଙ୍କ ଖୋଲା ଚ୍ୟାଲେଞ୍ଜ । ପାହାଡ଼ କି ଅଗମ୍ୟ ଉପତ୍ୟକାରେ ନୁହେଁ... ଏଣିକି ଲାହୋର, କରାଚି ଓ ଇସଲାମାବାଦ୍ରେ ହେବ ମୁକାବିଲା । କରାଚି ବିଶ୍ୱବିଦ୍ୟାଳୟରେ ଆତ୍ମଘାତୀ ଆକ୍ରମଣ କରି ନିଜ ଉପସ୍ଥିତି ଜାହିର କରିଛନ୍ତି ବେଲୋଚ୍ ବିଦ୍ରୋହୀ

Help Birds
କଥା କହିପାରୁନଥିବା ଜୀବଜନ୍ତୁଙ୍କ ମନର କଥା ବୁଝୁଛି ଅନନ୍ୟା

ଅସହ୍ୟ ଖରାରେ ଛଟପଟ ଜୀବ ମାନଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରି ଚର୍ଚ୍ଚାରେ ନୟାଗଡ଼ର ଚର୍ଚ୍ଚିତ ଯୁବ ଗୋଷ୍ଠୀ 'ଅନନ୍ୟା ଫାଉଣ୍ଡେସନ' l ଯୁବ ଗୋଷ୍ଠୀଙ୍କ ଏହି ନିଆରା ପ୍ରୟାସ ପାଇଁ ସବୁଆଡୁ ଛୁଟିଛି ପ୍ରଶଂସାର ସୁଅ l

News Fuse
୩୦୦ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କୁ ଫୋନ୍‌ କଲେ ସୁର ଭାଇ

୩୦୦ ମହିଳାଙ୍କୁ ନେଇ ମନ୍ତ୍ରୀଙ୍କୁ ଫୋନ୍‌ କଲେ ସୁର ଭାଇ। ହ୍ୟାଲୋ କହିଲେନି ବରଂ ହୁଳହୁଳି ଦେଲେ। କହିଲେ, ରେଡ୍ଡି ରେଡ୍ଡି ଆମେ ଲିଷ୍ଟ ପଠାଇ ଦେବୁ। ଇଲୋ ଇଏ କୋଉ ମନ୍ତ୍ରୀଙ୍କୁ ଫୋନ୍‌ କରିଥିଲେ କି ସୁର ଭାଇ?

special story
ଗୌରବ ଆଣିଲେ ଦୁଇ ଭାଇ : ରଣପା ନୃତ୍ୟ କରି ରେକର୍ଡ କଲେ ବିଭୂଦତ୍ତ ଓ ବିଭାସ...

କୁନି ପିଲା ହୋଇଥିଲେ ବି ଲୋକକଳାକୁ ବଂଚାଇ ରଖିବାକୁ କରିଛନ୍ତି ପ୍ରୟାସ। ଗଂଜାମର ଅନନ୍ୟ ଲୋକକଳା ରଣପା ନୃତ୍ୟ ପରିବେଷଣ କରି ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ଦୁଇ ଖଣ୍ଡ ବାଉଁଶ ବାଡ଼ି ଉପରେ ନାଚି କରିଛନ୍ତି ରେକର୍ଡ। ଜାଣନ୍ତୁ, ବିଭୂଦତ୍ତ ସାହୁ ଓ ବିଭାସ ସାହୁଙ୍କ ସଫଳତାର କାହାଣୀ...

Apana Eka Nuhanti
ବାପାଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କୁ ସାହାଯ୍ୟ ମାଗୁଛନ୍ତି ଦୁଇ ନାବାଳିକା ଝିଅ

କଙ୍କଡ଼ାହାଡ଼ର କରୁଣ କାହାଣୀ। ମାଆ ଆରପାରିରେ ବାପା ବିଛଣାରେ। ଯିଏ ଦିନେ ରୋଜଗାର କରି ପରିବାର ଚଳାଉଥିଲା ସିଏ ଆଜି ରୋଗ ଶଯ୍ୟାରେ। ଆଣ୍ଠୁଗଣ୍ଠିର ଯନ୍ତ୍ରଣା ଛଟପଟ ହେଉଛନ୍ତି ରସିକ। ଭୋକ ଉପାସରେ ବାପାଙ୍କ ଚିକିତ୍ସା କେମିତି ହେବ ସେ ଚିନ୍ତାରେ ଦୁଇ ଝିଅ। ସରକାର ସାହାଯ୍ୟ ନମିଳିଲେ ଭାସିଯିବ ରସିକଙ୍କ ଛୋଟିଆ ସଂସାର

special report
ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ : ନୀରିହଙ୍କ ମନକଥା ବୁଝି ଖାଇବାକୁ ଓ ପିଇବାକୁ ଦିଅନ୍ତି ହିମାଂଶୁ

ଏମିତି ଜଣେ ଯୁବକ, ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ। ଯାହାଙ୍କ ଅନାବିଳ ଭଲ ପାଇବା ଆଗରେ ସବୁ କିଛିକୁ ପଛରେ ପକାଇ ଦେଇଛି। ଚାକିରି ଜୀବନରୁ ଅବସର ସମୟ କାଢି ଟଙ୍କା ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବା କରି ଚାଲିଛନ୍ତି। ଭେଟନ୍ତୁ, ଢେଙ୍କାନାଳର ପଶୁପକ୍ଷୀ ପ୍ରେମୀ ହିମାଂଶୁ ବାରିକଙ୍କୁ...

Special Story
ପ୍ରବଳ ପରିଶ୍ରମ ପଡ଼ୁଛି, ହେଲେ ସଠିକ୍ ପ୍ରାପ୍ୟ ପାଉନାହାଁନ୍ତି ଶାଳପତ୍ର ତୋଳାଳି

ପତ୍ର ତୋଳିଲେ ପେଟ ପୂରୁଛି। ନ ହେଲେ ଉପାସ। ଏବେ ପ୍ଲାଷ୍ଟିକ ଓ ସୋଲ ତିଆରି ସାମଗ୍ରୀ ମିଳୁଥିବାରୁ ଚିନ୍ତାରେ ଶାଳପତ୍ର ତୋଳାଳି। ସଠିକ୍ ପ୍ରାପ୍ୟ ମିଳୁନଥିବାରୁ ଏବେ ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ଆଦିବାସୀ...

Meet Odisha's Indrajit
ସରକାରୀ ସ୍କୁଲରୁ କ୍ୟାନସର ସାଇଣ୍ଟିଷ୍ଟ୍‌

ଗାଁ ପାଇଁ ଗୌରବ ଆଣିଲେ ଇନ୍ଦ୍ରଜିତ୍‌। ଦିନେ ମଫସଲ ଗାଁର ସରକାରୀ ସ୍କୁଲରେ ପାଠ ପଢୁଥିଲେ। ପରେ ରେଭେନ୍ସା, ଓୟୁଏଟିରେ ପାଠ ପଢି ହାବାର୍ଡ ବିଶ୍ୱବିଦ୍ୟାଳୟରେ କ୍ୟାନସର ଔଷଧ ଉପରେ ରିସର୍ଚ୍ଚ କରୁଛନ୍ତି। ନିଜର ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ପାଇଁ ୧୦ ଦେଶ ଦେଲେଣି ପୁରସ୍କାର। ଏମିତି ପୁଅକୁ ନେଇ ସାରା ଅଂଚଳ କରୁଛି ଗର୍ବ।

eNAM Portal For Online Trading Of Agricultural Commodities
ଇ-ନାମ ମାର୍କେଟିଂ ପାଇଁ ପ୍ରଶାସନର ପ୍ରସ୍ତୁତି ଜୋରଦାର, ଦୋ ଛକିରେ ଚାଷୀ

କୃଷିଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି ସହ ମାର୍କେଟରେ ଚାଷୀ କିପରି ଉଚିତ ମୂଲ୍ୟ ପାଇପାରିବ, ସେ ନେଇ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ଇ-ନାମ ମାର୍କେଟିଂ ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା କରୁଛନ୍ତି। ଇ-ନାମ ମାର୍କେଟିଂ ନେଇ ଚାଷୀ ଖୁସି ଥିଲେ ମଧ୍ୟ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି...

Man, Wife Throw Father In Toilet In Odisha's Balasore
କଳିଯୁଗର କୁଳାଙ୍ଗାର ପୁଅ, ବୁଢା ବାପାକୁ ପାଇଖାନାରେ ଫିଙ୍ଗିଦେଲେ ପୁଅ-ବୋହୂ

କଳିଯୁଗର କୁଳାଙ୍ଗାର ପୁଅ। ବୁଢା ବାପାକୁ ଶୁଭୁନି କି ଚାଲିପାରୁନି। ବୋଝ ଭାବି ପାଇଖାନାରେ ବାପାକୁ ଫୋପାଡ଼ି ଦେଲେ ପୁଅ-ବୋହୂ। ଦୁଃଖ ସହିପାରିଲେନି ପଡ଼ୋଶୀ। ପାଇଖାନା ପାଖରେ ବାଉଁଶ ବାନ୍ଧି ତିଆରି କରିଦେଲେ ଅସ୍ଥାୟୀ ଘର...ହେଲେ ପାଖ ମାଡ଼ୁନାହାନ୍ତି ପିଲା

Over Rs 50 Lakh Embezzled In Water Weed Cleaning Project From Salia Dam
ଦଳ ସଫା ନାଁରେ ୫୦ ଲକ୍ଷ ଚଳୁ

ଦଳ ସଫା ନାଁରେ ଦୁର୍ନୀତି। ଚିହ୍ନା ଠିକାଦାରଙ୍କ ସହ ସଲାସୁତରା କରି ଲକ୍ଷଲକ୍ଷ ଟଙ୍କା ଖାଇଦେଉଛନ୍ତି ସରକାରୀ ବାବୁ। କେନାଲ ଦଳ ସଫା ନାଁରେ ଭୟଙ୍କର ଅନିୟମିତତା...ଦେଖନ୍ତୁ କେମିତି ଓ କେଉଁଠି ଏବଂ କେତେ ପରିମାଣରେ ହୋଇଛି ଦୁର୍ନୀତି?

cycle
ସୌମ୍ୟଙ୍କ ସୋଲାର୍ ସାଇକେଲ୍ : ଘଣ୍ଟା ପ୍ରତି ୩୫ କିଲୋମିଟର ବେଗରେ ଦୌଡୁଛି

ପୁରୁଣା ସାଇକେଲକୁ ଦିଆଯାଇଛି ନୂଆ ରୂପ। ଆଉ ଏଥିରେ ଖଞ୍ଜା ଯାଇଛି ସୌର ଶକ୍ତି ଦ୍ୱାରା ଚାର୍ଜ ହେଉଥିବା ବ୍ୟାଟେରୀ। ବିନା ଇନ୍ଧନରେ ସାଇକେଲ ଗଡ଼ିବା ସହ ବାଇକର ବିକଳ୍ପ ହୋଇପାରିଛି। ଏହି ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ାର ସୌମ୍ୟ ରଞ୍ଜନ ପଲାଇ...

Massive Corruption In Drainage Work
ଡ୍ରେନ୍ ଟଙ୍କା ଖାଇଗଲେ... ପାଣି ନିଷ୍କାସନ ବଦଳରେ ଡ୍ରେନରେ ହେବ କି ମଶା ଚାଷ?

ଧନ୍ୟ ଏ ଠିକାଦାର। ଯିଏ ତିଆରି କରିଛି ଏ ଡ୍ରେନ୍। ଆଖି ଖୋଲିବା ଦିନଠାରୁ ଆପଣ କେବେ ହେଲେ ଏମିତିକା ଡ୍ରେନ୍ ଦେଖିନଥିବେ, ଯାହା ଆନନ୍ଦପୁର ପୌର ପରିଷଦ ଅଂଚଳରେ ତିଆରି ହୋଇଛି। ଯେମିତି ସେମିତି ଡ୍ରେନ୍ କାମ କରି ଟଙ୍କା ଚଳୁ କରି ଦେଇଛନ୍ତି ଠିକାଦାର...

ନାରାୟଣଙ୍କ ମାଆ ଓ ସାନ ଭାଇ
ଛୁଟି ନମିଳିବାରୁ ଘୁଞ୍ଚିଲା ଯବାନଙ୍କ ବାହାଘର

ପରିବାର ଲୋକଙ୍କ ମନରେ ତିଳେ ବି ଦୁଃଖ ନାହିଁ