Advertisment

ନନ୍ଦନକାନନରେ ରୀତିମତ ଜୀବ ମଡ଼କର କାରଣ କଣ ?

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗଲା କିଛି ମାସ ଧରି ଲଗାତାର ଜାରି ରହିଛି ମୃତ୍ୟୁର ବିଭୀଷିକା।

author-image
Chandan Shishu
serious questions about safety of animals in zoo

serious questions about safety of animals in zoo

ପଶୁପ୍ରେମୀଙ୍କ ପାଇଁ ପୁଣି ଏକ ଦୁଃଖଦ ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଖି ବୁଜିଲା ଆଫ୍ରିକୀୟ ସିଂହୀ। ପ୍ରାଣୀ ଉଦ୍ୟାନ କର୍ତ୍ତୃୃପକ୍ଷଙ୍କ ଶତ ଚେଷ୍ଟା ପରେ ବି ରକ୍ଷା ହୋଇପାରିନି ସିଂହୀର ଜୀବନ। ଆଜି ସକାଳେ ଚିଡ଼ିଆଖାନା ଖୋଲିବା ପରେ ସିଂହ ଏନକ୍ଲୋଜର ଦାୟିତ୍ୱରେ ଥିବା ପଶୁ ସହାୟକ ୨୯(ବି) ଖୁଆଡ଼ରେ ରହୁଥିବା ସିଂହୀ ଗଙ୍ଗାର ଆଚରଣ ଓ ସ୍ବଭାବରେ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ। ଏ ନେଇ ସେ ତୁରନ୍ତ ଦାୟିତ୍ୱରେ ଥିବା କର୍ମଚାରୀ, ଅଧିକାରୀ ଓ ଭେଟନାରୀ ଟିମ୍‌କୁ ଜଣାଇଥିଲେ।

Advertisment

ପରେ ସିଂହ ଖୁଆଡ଼ରେ ଆରମ୍ଭ ହୋଇଥିଲା ଗଙ୍ଗାର ଚିକିତ୍ସା।ଠିକ୍ ସେତିକିବେଳେ ଖୁଆଡ଼ ଭିତର ପାଣି କୁଣ୍ଡରୁ ଏକ ସାପ ବାହାରି ଯାଉଥିବାର ଲକ୍ଷ୍ୟ କରାଯାଇଥିଲା। ତେଣୁ ସିଂହୀକୁ କାଳେ ସାପ କାମୁଡ଼ି ଥାଏ ବୋଲି ଅନୁମାନ କରି ସଙ୍ଗେ ସଙ୍ଗେ ତାକୁ ୩ଟି ଆଣ୍ଟି ଭେନମ୍ ଇଂଜେକସନ୍ ଦିଆଯାଇଥିଲା। ଏହାସତ୍ତ୍ୱେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଆଖି ବୁଜି ଦେଇଥିଲା ଗଙ୍ଗା।

ଏପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗଲା କିଛି ମାସ ଧରି ଲଗାତାର ଜାରି ରହିଛି ମୃତ୍ୟୁର ବିଭୀଷିକା। ତଥ୍ୟ କହୁଛି ଗତ ୪ ମାସ ଭିତରେ ବିଭିନ୍ନ କାରଣରୁ ନନ୍ଦନକାନରେ ୪୫ରୁ ଅଧିକ ଜୀବଜନ୍ତୁଙ୍କ ମୃତ୍ୟୁ ହେଲାଣି। ଚଳିତ ମାସରେ ଏକ ଗୟଳ ଓ ବଜ୍ରକାପ୍ତାର ମୃତ୍ୟୁ ହୋଇଥିଲା। ସେହିପରି ଏପ୍ରିଲରେ ୨ ବାଘ ଶାବକ, ଗୋଟିଏ ସିଂହୀ, ଗୋଟିଏ ଜଳହସ୍ତୀ, ଗୋଟିଏ ସମ୍ବର, ଏକ ମାଣ୍ଡାରିନ୍ ବତକ ଏବଂ ଗୋଟିଏ ପେଲିକାନ ପକ୍ଷୀକୁ ମିଶାଇ ମୋଟ୍ ୧୦ ଜୀବଜନ୍ତୁଙ୍କ ଜୀବନ ଯାଇଥିଲା।

Advertisment

ମାର୍ଚ୍ଚରେ ଏକ ଧଳାବାଘ ଶାବକ, ଅହିରାଜ ସାପ, ଭାରତୀୟ ଶାଗୁଣା, ବାଦୁଡ଼ି ଓ ବଜ୍ରାକାପ୍ତାଙ୍କୁ ମିଶାଇ ୬ ଏବଂ ଫେବ୍ରୁଆରୀରେ ଏକ ବାଘ ଶାବକ, କୃଷ୍ଣସାର ମୃଗ, ଶମ୍ବର, ଝିଙ୍କକୁ ମିଶାଇ ୭ ଜୀବଜନ୍ତୁ ମୃତ୍ୟୁମୁଖରେ ପଡ଼ିଥିଲେ। ତେବେ ଜାନୁଆରୀରେ ସର୍ବାଧିକ ୧୮ ଜୀବଜନ୍ତୁଙ୍କ ମୃତ୍ୟୁ ଘଟିଥିଲା, ଯାହାକି ଏବେ ପଶୁପ୍ରେମୀ ଓ ପରିବେଶବିତଙ୍କ ଚିନ୍ତା ବଢାଇ ଦେଇଛି। ପ୍ରଶ୍ନ ଉଠୁଛି ଓଡ଼ିଶା ତଥା ପୂର୍ବାଞ୍ଚଳର ଏ ପ୍ରମୁଖ ପ୍ରାଣୀ ଉଦ୍ୟାନରେ ଏଭଳି ରୀତିମତ ଜୀବ ମଡ଼କର କାରଣ କଣ? ଯଦି ଏ ଧାରା ବଜାୟ ରହେ, ତେବେ ଆଗକୁ କେମିତି ଚାଲିବ ନନ୍ଦନକାନନ ? ସେ ଚିନ୍ତା ସମସ୍ତଙ୍କୁ ଘାରିଛି।

ରିପୋର୍ଟ: ଆଲୋକ ମହାନ୍ତି ଓ ଅର୍ଚ୍ଚନା ଶତପଥୀ

Nandankanan Zoo
Advertisment
Advertisment