Advertisment

ସରକାର ଶୁଣିଲେନି, ନିଜସ୍ୱ ଖର୍ଚ୍ଚରୁ ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ...

ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜସ୍ୱ ଖର୍ଚ୍ଚରୁ ସଞ୍ଚୟ କରି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ। ପିଲା କହିଲେ ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ...ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ହେବେ ରଞ୍ଜନ

author-image
Otv Khabar Bureau
Balasore man

Balasore man

ସୁନ୍ଦର ଭାବରେ ସ୍କୁଲ୍‌ର ପାଇଖାନା କାନ୍ଥରେ ରଙ୍ଗ ମରାଯାଇଛି । ପ୍ରତି ସରକାରୀ ସ୍କୁଲରେ ପାଇଖାନା ଏମିତି ତିଆରି ହେଉ ବୋଲି ସମସ୍ତଙ୍କର ଆଶା । ଏଥରେ ନୂଆ କଥା କଣ? କାରଣ କେଉଁ ସରକାର ଏହି ପାଇଖାନା ତିଆରି କରିନାହାନ୍ତି, ବରଂ ଜଣେ ବଦାନ୍ୟ ବ୍ୟକ୍ତି ଏହାକୁ ତିଆରି କରିଛନ୍ତି। ଯାହାକୁ ନେଇ ଏବେ ବଢିଛି ଚର୍ଚ୍ଚା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶର ରେମଣା ବ୍ଲକ୍‌ ଭାଗବତ ଗୋସାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ।

Advertisment

ବିଦ୍ୟାଳୟରେ ଶିକ୍ଷକ ଅଛନ୍ତି , ଛାତ୍ରଛାତ୍ରୀ ଅଛନ୍ତି , ପାଠ ପଢା ମଧ୍ୟ ହେଉଛି । ହେଲେ ବଡ ସମସ୍ୟା ଯେ, ଆଜି ପର୍ଯ୍ୟନ୍ତ ପିଲାମାନେ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପିଇବା ପାଣି ପାଇଁ ସେମିତି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ କିମ୍ବା ଶୌଚାଳୟଟିଏ ନାହିଁ । ଯାହା ପାଇଁ ଦୂରଦୂରନ୍ତରୁ ଆସୁଥିବା ପିଲାମାନେ ବହୁ ଅସୁବିଧାରେ ସମ୍ମୁଖିନ ହେଉଛନ୍ତି । ତେବେ ଏହା ଜାଣିପାରି ସ୍ଥାନୀୟ ଗାଁର ଜଣେ ସହୃଦୟ ବ୍ୟକ୍ତି ରଞ୍ଜନ କୁମାର ବେହେରା ବିନା ସ୍ୱାର୍ଥରେ ନିଜ ଖର୍ଚ୍ଚରୁ କିଛିକିଛି ଅର୍ଥ ଜମା କରି ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିର୍ମଣା କରିଛନ୍ତି ପାଇଖାନା ଗୃହ ।

ପିଲାଙ୍କ ସୁବିଧା ପାଇଁ ସରକାର ଯୋଜନା ପରେ ଯୋଜନା କରୁଛନ୍ତି । ପାଣି ପରି ଟଙ୍କା ଖର୍ଚ୍ଚ ବି କରୁଛନ୍ତି। ହେଲେ ସ୍କୁଲରେ ପିଲାଙ୍କ ପାଇଁ ଖଣ୍ଡେ ପାଇଖାନା ତିଆରି ହୋଇପାରିଲାନି। ଯେଉଁଠି ପିଲାଙ୍କ କଥା ସରକାର ବୁଝିପାରିଲେନି ସେଇଠି ଜଣେ ବଦାନ୍ୟ ବ୍ୟକ୍ତି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ । ମିଳିଥିବା ସୂଚନା ଅନୁସାରେ, ପାଇଖାନା ତିଆରି କରିଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କାର କରାଯିବ ।

Advertisment
Special Story Balasore Man Builds Toilet
Advertisment
Advertisment