railway passengers
୨୦୨୧-୨୨ରେ ଉଲ୍ଲେଖନୀୟ ସଫଳତା ପାଇଛି ରେଲୱେ। ଗତବର୍ଷ ରେଲୱେ ୧ ଲକ୍ଷ ୯୦ ହଜାର କୋଟି ଟଙ୍କା ବିନିଯୋଗ କରିଥିବାବେଳେ ଚଳିତବର୍ଷ ୨ ଲକ୍ଷ ୪୫ ହଜାର କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଛି। ଗତବର୍ଷ ପ୍ରଡକ୍ସନ ୟୁନିଟ୍ ସବୁଠୁ ବେଶି ସଫଳତା ହାସଲ କରିଛି। ଭୁବନେଶ୍ୱର ରେଲୱେ ଅଡ଼ିଟୋରିୟମ୍ରେ ଆୟୋଜିତ ୬୭ ତମ ରାଷ୍ଟ୍ରୀୟ ରେଳ ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଏହି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ସେ କହିଛନ୍ତି ୯୬୯ ଇଲେକ୍ଟ୍ରିକ ଲୋକୋ ମୋଟିଭ୍ ସରିଛି। ଏହାସହ ୬ ହଜାର ୨୯୧ LBH କୋଚେସ୍ କାମ ହୋଇଛି। ଏବର୍ଷର ଲକ୍ଷ୍ୟ ରହିଛି ୧୧୫୦ ଲୋକୋ ମୋଟିଭ୍ ସହ ୮ରୁ ୯ ହଜାର କୋଚ୍ ତିଆରି ହେବ। ସେହିପରି ଏବର୍ଷ ୬ ହଜାର କିଲୋମିଟର ରେଲୱେ ନିର୍ମାଣ କରାଯିବ। ଆଗାମୀ ୫୦ ବର୍ଷର ଲକ୍ଷ୍ୟ ରଖି ଭାରତୀୟ ରେଲେୱେର ବିକାଶ ପାଇଁ ଚିନ୍ତା କରିବାକୁ ପଡ଼ିବ ବୋଲି ଅଭିଭାଷଣରେ କହିଛନ୍ତି ରେଳମନ୍ତ୍ରୀ।
ରାଷ୍ଟ୍ରୀୟ ରେଳ ପୁରସ୍କାର ପ୍ରଦାନ ଉତ୍ସବ ଅବସରରେ ଦେଶର ବିଭିନ୍ନ ଜୋନର ୧୫୫ ଜଣ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲାା ରେଳବାଇ କର୍ମଚାରୀ ଭାବେ ରେଳ ସୁରକ୍ଷା, ଯାତ୍ରୀ ସୁରକ୍ଷା ସହ ସ୍ବଚ୍ଛତା ଆଦି କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)