/odishatv-khabar/media/post_attachments/uploadimage/library/16_9/16_9_0/death__1652841181.jpg)
death
ବଜ୍ରାଘାତରେ ନେଲା ଜୀବନ । ସମୁଦ୍ରକୂଳରେ ବସିଥିବା ବେଳେ ବ୍ରଜାଘାତରେ ଚାଲିଗଲା ଛାତ୍ରଙ୍କ ଜୀବନ । ଗଞ୍ଜାମ ଗୋପାଳପୁର ସମୁଦ୍ର କୂଳରେ ଘଟିଛି ଏହି ଘଟଣା । ମୃତକ ଜଣକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବୋଟିନ୍ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ଅମିତ ନାୟକ ବୋଲି ଜଣାପଡିଛି ।
Advertisment
ଗତକାଲି ଅମିତ ଓ ତାଙ୍କ ଜଣେ ସହପାଠୀ ମିଶି ସମୁଦ୍ର କୂଳରେ ବସିଥିଲେ । ଏହି ସମୟରେ ବ୍ରଜଘାତ ହୋଇଥିଲା । ସେହିସମୟରେ ଅମିତ ମୋବାଇଲ୍ ବ୍ୟବହାର କରିବା ସହ କାନରେ ଇୟରଫୋନ୍ ଲଗାଇଥିଲେ । ଠିକ୍ ସେତିକିବେଳେ ଅମିତ ବଜ୍ରାଘାତର ଶିକାର ହୋଇଥିଲେ । ଏହାସହ ଅଘଟଣ ବେଳେ ମୋବାଇଲ୍ ଫାଟି ଯାଇଥିବାର ସୂଚନା ମିଳିଛି । ତେବେ ଅମିତଙ୍କ ମୃତ୍ୟୁ ପଛର କାରଣ ଏବେସୁଦ୍ଧା ଜଣାପଡିନାହିଁ ।
ତେବେ ଅମିତଙ୍କ ମୃତ୍ୟୁ କିପରି ହେଲା ସେନେଇ ଏବେ ଖୋଳତାଡ଼ କରାଯାଉଥିବାବେଳେ ତାଙ୍କ ବାନ୍ଧବୀ ଏବେ ହସ୍ପିଟାଲ୍ରେ ଚିକିତ୍ସିତ ଅବସ୍ଥାରେ ରହିଥିବା ଜଣାପଡିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)