Advertisment

ତାଟି ଘେରା ପାଇଖାନା ପାଖରେ ବସିଛି ଗୁପଚୁପ୍ ଫ୍ୟାକ୍ଟ୍ରି

ନକଲି ସାମଗ୍ରୀର ଏ ପ୍ରାବଲ୍ୟ ଭିତରେ ଯେମିତି ଅସଲି ଜିନିଷକୁ ଭୁଲିଗଲେଣି କଟକବାସୀ।

author-image
Chandan Shishu
Duplicate sauce manufacturing unit busted in Cuttack

Duplicate sauce manufacturing unit busted in Cuttack

ଆପଣ ଗୁପଚୁପ୍ ଖାଇବାକୁ ଭଲ ପାଆନ୍ତି ନା? ହେଲେ ଖାଇବା ସାବଧାନ ରୁହନ୍ତୁ। କଟକର କିଛି ଯାଗାରେ ତିଆରି ହେଉଛି ଆପଣଙ୍କ ପ୍ରିୟ ଚଟପଟା ଖାଦ୍ୟ। ଯେଉଁଠି ସିଏମସିର ଅଳିଆ ଗଦା ହେଉଛି, ଗନ୍ଧରେ ନାକ ଫାଟି ପଡୁଛି, ତାରି ପାଖରେ ଛଣାହେବା ପୂର୍ବରୁ ଗୁପଚୁପ୍ ଶୁଖୁଛି। ମାଛି ଭଣଭଣ। ଯେଉଁଠି ତାଟି ଘେରା ପାଇଖାନା ତାରି ପାଖରେ ବସିଛି ଗୁପଚୁପ୍ ଫ୍ୟାକ୍ଟ୍ରି। କେବଳ ସେତିକି ନୁହେଁ, ବାସି ସିଝା ଆଳୁ, ଦୂଷିତ ଖଟାପାଣି, ପୋଡ଼ା ତେଲ।

Advertisment

ଗୋଟିଏ କି ଦୁଇଟି ନୁହେଁ, ଶଙ୍କରପୁର ନାକେଇପଡ଼ିଆ ଅଞ୍ଚଳରେ ବିହାର ଅଞ୍ଚଳରୁ ଆସି ରହୁଥିବା ୫୦-୬୦ରୁ ଅଧିକ ପରିବାର ନିଇତି ଏମିତି ଏଇ ଭଳି ପରିବେଶରେ ଗୁପଚୁପ୍ ବନୋଉଛନ୍ତି, ଆଉ ଆପଣଙ୍କୁ ଖୁଆଉଛନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଆଜି ସକାଳୁ ସକାଳୁ ଠିକ୍ ଗୁପଚୁପ୍ ପ୍ରସ୍ତୁତି ବେଳେ ସିଏମସିର ସ୍ୱାସ୍ଥ୍ୟ ବିଭାଗ ଟିମ୍। ଏଠି ଚଢ଼ାଉ କରି ବିପୁଳ ପରିମାଣର ଗୁପଚୁପ୍ ଓ ଗୁପଚୁପ୍ ତିଆରି ସାମଗ୍ରୀ ଜବତ୍  କରି ନଷ୍ଟ କରିଛି, ତାଗିଦ୍ ବି କରିଛି।

ଏପଟେ ନକଲି ଖାଦ୍ୟ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଥିବା କଟକ ଜଗତପୁରରୁ ଗଲାକାଲି ଅପମିଶ୍ରିତ ମୃଦୁ ପାନୀୟ ଫାକ୍ଟ୍ରି ଠାବ ପରେ ଆଜି ପୁଣି ଧରାପଡ଼ିଛି ଅପମିଶ୍ରିତ ନକଲି ସସ୍‌ର ବେପାର। କମିଶନରେଟ୍ ପୋଲିସ୍ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରି ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲଗା ଅପମିଶ୍ରିତ ସସ୍ ଜବତ୍ କରିବା ପରେ ମୂଳ ଖୋଜି କଟକ ବାରଙ୍ଗ ଅଞ୍ଚଳରୁ ଏହାର ଫ୍ୟାକ୍ଟ୍ରିକୁ ଠାବ କରିଛି ଏହି ଘଟଣାରେ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି।

Advertisment

କେବେ ନକଲି ଘିଅ, ନକଲି ତେଲ, ନକଲି ସସ୍, ନକଲି ମସଲା, ନକଲି ଜର୍ଦ୍ଦା, ତ ପୁଣି କେତେବେଳେ ନକଲି ଗଙ୍ଗାଜଳ ନକଲି ସାମଗ୍ରୀର ଏ ପ୍ରାବଲ୍ୟ ଭିତରେ ଯେମିତି ଅସଲି ଜିନିଷକୁ ଭୁଲିଗଲେଣି କଟକବାସୀ। ହେଲେ ଏତେ ଧରପଗଡ଼, ଚଢ଼ାଉ ସତ୍ତ୍ୱେ ପୁଣି କେମିତି ନକଲି ଚେର ମାଡୁଛି, ତାହା ହିଁ ବଡ଼ ଆଶ୍ଚର୍ଯ୍ୟ।
ରିପୋର୍ଟ: ପ୍ରଭାତ ବିଷୋୟୀ ଓ ଦେବାଶିଷ ମହାନ୍ତି

Cuttack Gupchup
Advertisment
Advertisment