Advertisment

ଅଭିଳାଷା ହେଲେ ଦେଶର ପ୍ରଥମ ମହିଳା ଯୁଦ୍ଧ ବିମାନ ଚାଳକ

କ୍ୟାପ୍‌ଟେନ ଅଭିଳାଷା ବରାକଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏକ ଯୁଦ୍ଧ ବିମାନ ଚାଳକ ଭାବରେ ଆର୍ମି ଆଭିଏସନ୍ କର୍ପସ୍‌ରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ ଅଭିଳାଷା ଦେଶର ପ୍ରଥମ ମହିଳା ହୋଇଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Captain Abhilasha became the first woman combat aviator

Captain Abhilasha became the first woman combat aviator

ଦେଶର ପ୍ରଥମ ମହିଳା ଆର୍ମି କର୍ପସ୍‌ ଭାବରେ ବୁଧବାର କ୍ୟାପ୍‌ଟେନ ଅଭିଳାଷା ବରାକଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏକ ଯୁଦ୍ଧ ବିମାନ ଚାଳକ ଭାବରେ ଆର୍ମି ଆଭିଏସନ୍ କର୍ପସ୍‌ରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ ଅଭିଳାଷା ଦେଶର ପ୍ରଥମ ମହିଳା ହୋଇଛନ୍ତି।

Advertisment

ଭାରତୀୟ ସେନା ଅନୁଯାୟୀ ୨୬ ବର୍ଷୀୟା ଅଭିଲାଷା ବରାକ ନିଜ ତାଲିମକୁ ସଫଳତାର ସହ ସମାପ୍ତ କରିଛନ୍ତି, ଏହା ପରେ ତାଙ୍କୁ ଆର୍ମି ଆଭିଏସନ କର୍ପସରେ ଭର୍ତ୍ତି କରାଯାଇଛି। ବୁଧବାର ଦିନ ସେ ୩୬ ସେନା ପାଇଲଟଙ୍କ ସହ ପ୍ରତିଷ୍ଠିତ ୱିଙ୍ଗ୍‌ରେ ସମ୍ମାନିତ କରାଯାଇଥିଲା।

ପ୍ରକାଶଥାଉ ଯେ ୧୫ ଜଣ ମହିଳା ଅଧିକାରୀ ଆର୍ମି ଆଭିଏସନ୍‌ରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେମାନଙ୍କ ମଧ୍ୟରୁ ପାଇଲଟ୍ ଆପ୍ଟିଚ୍ୟୁଡ୍ ବ୍ୟାଟେରୀ ଟେଷ୍ଟ୍‌ ଏବଂ ମେଡିକାଲ୍ ପରେ କେବଳ ଦୁଇଜଣ ଅଧିକାରୀଙ୍କୁ ଚୟନ କରାଯାଇଥିଲା।

Advertisment

ଏହାକୁ ନେଇ ଏୟାର ଚିଫ୍ ଭି. ଆର୍ ଚୌଧରୀ କହିଛନ୍ତି ଯେ ବାୟୁସେନା ରକ୍ଷଣାବେକ୍ଷଣ କମାଣ୍ଡର କର୍ମଚାରୀମାନେ ପୂର୍ବାନୁମାନ ସହିତ ନୂତନ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାର ଆହ୍ୱାନ ଗ୍ରହଣ କରନ୍ତି। ନାଗପୁରରେ ଆୟୋଜିତ ମେଣ୍ଟେନାନ୍ସ କମାନର କମାଣ୍ଡର୍ସ ସମ୍ମିଳନୀରେ ଏୟାର ଚିଫ୍ ଯୋଗ ଦେଇଥିଲେ।

ବାୟୁସେନା ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଯୁଦ୍ଧ ବିମାନର ରକ୍ଷଣାବେକ୍ଷଣରେ କମାଣ୍ଡରଙ୍କ ଅବଦାନକୁ ବାୟୁସେନା ମୁଖ୍ୟ ପ୍ରଶଂସା କରିଛନ୍ତି। ଚିନ୍ତାଧାରାର ସମନ୍ୱୟ ଏବଂ ସେଗୁଡିକର କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ମେଣ୍ଟେନାନ୍ସ କମାଣ୍ଡର ଆତ୍ମନିର୍ଭରଶୀଳତାକୁ ସେ ପ୍ରଶଂସା କରିଥିଲେ।

Women Empowerment
Advertisment
Advertisment