ଜଣେ କାର୍ଯ୍ୟରତ ଡାକ୍ତର ସରକାରୀ ଡାକ୍ତରଖାନା ଭିତରେ ମଦ କେମିତି ପିଉଛନ୍ତି ? ସ୍ଥାନୀୟ ଲୋକେ ଏହାର୍ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହିତ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।
ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ।
ପଶୁ ପକ୍ଷୀଙ୍କୁ ଆଦର କରିବା, ସ୍ନେହ ଶ୍ରଦ୍ଧା କରି ପାଳି ପୋଷି ସେବା ଯତ୍ନ କରିବା ମହତ କାମଟିଏ ନିଶ୍ଚୟ। ହେଲେ ପାଳିତ ପଶୁଟିଏ ଦୁନିଆରୁ ଚାଲିଯିବା ପରେ ଘର ସଦସ୍ୟ ଭଳି ତାର ଶେଷକୃତ୍ୟ ସମ୍ପନ୍ନ କରିବା କଣ କମ୍ ବଡ଼ କଥାଟିଏ? ଏମିତି କାମଟିଏ କରିଛନ୍ତି ରାଜଧାନୀ ଭୁବନେଶ୍ୱରର ବାସିନ୍ଦା ସୁନାକର ସ୍ୱାଇଁ…
ଗ୍ରୀଡ୍କୋ ଓ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି । ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ।
ଗଛ ବଢିବା ପାଇଁ ହୋଇଥିବା ଟ୍ରେଞ୍ଚ ପ୍ରକଳ୍ପ କାମ କରୁଛନ୍ତି ଠିକାଦାର ସବିତା ମିଞ୍ଜ । ତାଙ୍କୁ ପଚାରିଲେ ସେ କାମ ସରିନଥିବା କଥା ସଫେଇ ଦେଉଛନ୍ତି
କେନ୍ଦ୍ରାପଡ଼ା ଆଳିରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଘୋଟାଲା
ଆମେ ମୁଣ୍ଡିଆ ମାରିବାକୁ ପଛରୁ ଧାଉଁଛୁ, ହେଲେ ଇଏ କଣ ଆମକୁ ଦେଖି ଧାଉଁଛନ୍ତି। ଏ ଠାଣି ପଛରେ ରହିଛି ବଡ କାହାଣୀ...ପ୍ରତାରଣା ପାଇଁ ଏବେ ମାମୁଁଘର ଗଲେ ଡାକ୍ତର ବାବୁ
ଦିନ ବଢିବା ସାଙ୍ଗେ ବଢୁଛି ସୁମିତ୍ରାଙ୍କ ମୁଣ୍ଡ। ବାପା ଚାଲିଯିବା ପରେ ପର ଦୁଆରେ ମୂଲ ଲାଗି ଘର ଚଳାଉଛି ମାଆ। ଝିଅର କଷ୍ଟକୁ ଦେଖି ପାରୁନି କି ସହିପାରୁନି...କାନ୍ଦି କାନ୍ଦି ମାଗୁଛି ସହାୟତା। କହୁଛି, ମତେ ସାହାଯ୍ୟ କର, ମୋ ଝିଅକୁ ଭଲ କରିଦିଅ....
କୁଆଡେ ଗଲରେ ଚଂଚଳା, ଚାନ୍ଦିନୀ, ଭୁଆ....ଖାଇବା ବେଳ ହେଲାଣି, ଆସ ଧାଇଁ ଧାଇଁ। ବାସ୍ ଏଇ ଡାକ ଶୁଣିବା ମାତ୍ରେ ଉପେନ୍ଦ୍ରଙ୍କ ପାଖକୁ ଛୁଟେ ବିଲେଇ, କୁକୁରଙ୍କ ସୁଅ। ସରକାର ଦେଉଥିବା ୫ କିଲୋ ଚାଉଳରେ ନିଜ ପେଟ ସହ ପୂରାଉଛନ୍ତି ୧୫ ଜୀବଙ୍କ ପେଟ
ଝିଅର ବଡ଼ ଡିମାଣ୍ଡ...ଯେଉଁ ପୁଅ ଏହି ସବୁ କ୍ରାଇଟେରିଆ ଫୁଲ୍ କରୁଥିବ ସେଇ ପୁଅର ଏଇ ଝିଅ ହାତ ଧରିବ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏଇ ବିଜ୍ଞାପନ
ଆପଣ ଟ୍ରେନରେ ଯିବା ବେଳେ ଏମିତି ଦୃଶ୍ୟ ନିଶ୍ଚୟ ଦେଖିଥିବେ। ନମାଜ ସମୟ ହେଲେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ନିଜ ସିଟ ପାଠରେ ନମାଜ ପାଠ କରିଥାନ୍ତି। ହେଲେ ଏ ଦୃଶ୍ୟ ଟିକେ ନିଆରା। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବାଟ ଓଗାଳି ଏହି କିଛି ସଂଖ୍ୟାଲଘୁ ନମାଜ ପଢିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। କଥା ଯାଇ ପହଂଚିଛି ରେଳବାଇ ସୁରକ୍ଷା ବୋର୍ଡ ନିକଟରେ...
ମାଲିକ ସିନା ପର କରିଦେଲା, ହେଲେ ସେ ଏତେ ବିଶ୍ୱସ୍ତ ଯେ ପାରିଲାନି ଦୂର କରି। ମାଲିକର ଏହି ଆଚରଣକୁ ସେ ବୁଝିପାରିଲାନି। ଦୁଇ ସପ୍ତାହ ଧରି ଘର ବାହାରେ ସେମିତି ଜଗି ରହିଲା। ଆସନ୍ତୁ ଜାଣିବା ପୂରା କାହାଣୀ।
ସରକାରୀ ବାବୁଙ୍କ ବେପରୁଆ ମନୋଭାବ କି ଭୁଲ୍ ନିଷ୍ପତ୍ତି । କାରଣ ଯାହାବି ହେଉ, ଏଲ-ଏଣ୍ଡ-ଟି ଭଳି ଏକ ଘରୋଇ କଂପାନୀକୁ ସରକାର ଦେବେ ଶହେ କୋଟି ଟଙ୍କା । ୧୯ ବର୍ଷ ତଳର ଏଲ୍-ଆଣ୍ଡ-ଟି କଂପାନୀକୁ ଠିକା କାମ, ଚୁକ୍ତି ଅନୁସାରେ ୨୦ କୋଟି ଟଙ୍କା ପଇଠ କଲେନି । ମାମଲା କୋର୍ଟକୁ ଗଲା ଓ ଶେଷରେ ଶହେ କୋଟି ଜରିମାନା ପୈଠ ନିର୍ଦ୍ଦେଶ ଆସିଛି
୧୯ ବର୍ଷ ତଳର ଏଲ୍-ଆଣ୍ଡ-ଟି କଂପାନୀକୁ ଠିକା କାମ, ଚୁକ୍ତି ଅନୁସାରେ ୨୦ କୋଟି ଟଙ୍କା ପଇଠ କଲେନି । ମାମଲା କୋର୍ଟକୁ ଗଲା ଓ ଶେଷରେ ଶହେ କୋଟି ଜରିମାନା ପୈଠ ନିର୍ଦ୍ଦେଶ ଆସିଛି । ସୁଧମୂଳ ସହ ଏବେ ଏତେ ଟଙ୍କା ଗଣାହେବ ରାଜ୍ୟ ରାଜ୍ୟକୋଷରୁ ।
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ ମହିଳାଙ୍କ ମୃତ୍ୟୁ ଘଟିଛି। ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ପରେ ଜଣେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି।
ଧାମନଗର ଯାଇଛନ୍ତି ନିର୍ବାଚନ ପ୍ରଚାର କରିବାକୁ । ହେଲେ ସେ ସକାଳେ ଉଠିଲା ବେଳକୁ ଘର ସାମନାରେ ଲାଗୁଛି ଲୋକଙ୍କର ଭିଡ । କରୁଛନ୍ତି ରୋଗୀସେବା । ଲୋକପ୍ରିୟ ହୋଇଗଲେଣି ଡାକ୍ତରରୁ ବିଧାୟକ ହୋଇଥିବା ଡାକ୍ତର ଭୂଦାନ ମୁର୍ମୁ ।
ଯାଜପୁର ଜିଲ୍ଲା ବ୍ୟାସନଗର ସହର ଇନ୍ଧିରା ଗାନ୍ଧି ମହିଳା କଲେଜ ପଛରେ ଥିବା ଶିଶୁ ଉଦ୍ୟାନର ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ୨୦୧୭ ମସିହାରେ ଏହାକୁ ଉଦ୍ଘାଟନ କରାଯାଇଥିଲା।
ରାସ୍ତା କଡ଼ରେ ଅଖା, ଝୁଡି ଓ ଟୋକେଇରେ ସଜା ହୋଇ ରହିଛି ବଢ଼ିଆଳ। ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ, ଉଚିତ୍ ମୂଲ୍ୟ ଦେଉନାହାଁନ୍ତି ଗ୍ରାହକ।
ରେଳରେ ଝୁଲୁଛି ଗେଣ୍ଡୁମାଳ। ଗାଡ଼ି ଛାଡ଼ିବାକୁ ରେଡ଼ି, ରଙ୍ଗ ଦେବାରେ ବ୍ୟସ୍ତ କର୍ମଚାରୀ।
ଆଧ୍ୟତ୍ମିକ ପରିବେଶରେ କମ୍ପୁଛି ଶ୍ରୀକ୍ଷେତ୍ର। ମଠରେ ରହି କାର୍ତ୍ତିକ ବ୍ରତ କରି ଭାଇଚାରର ସନ୍ଦେଶ ଦେଉଛନ୍ତି ବିଦେଶୀ ଭକ୍ତ...
ଦୁଇ ଦେଶ ମଧ୍ୟରେ ଚିର ଶତ୍ରୁତା। କିନ୍ତୁ କୁନି ଝିଅଟିଏ ପାଖରେ ତାହା ହାରିଗଲା। ପାକିସ୍ତାନର ୨ ବର୍ଷୀୟା ଝିଅ ଅମୀରାର ଜୀବନ ବଞ୍ଚାଇଲେ ଭାରତୀୟ ଡାକ୍ତର। ଏହି ଘଟଣା ବାର୍ତ୍ତା ଦେଇଛି, ଦେଶ-ଦେଶ ଭିତରେ ଶତ୍ରୁତା ଥାଇପାରେ, ହେଲେ ଦୁଇଦେଶର ମଣିଷଙ୍କ ଭିତରେ ମାନବିକତା ମରିନାହିଁ।
ଟ୍ରାଫିକ ନିୟମ ଆଗରେ ସମସ୍ତେ ସମାନ। ସେହିଭଳି ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଫଟୋରେ ଏହା ଦେଖିବାକୁ ମିଳୁଛି ଯେ ଜଣେ ଟ୍ରାଫିକ ପୋଲିସ ଅନ୍ୟ ଜଣେ ପୋଲିସଙ୍କର ଚାଲାଣ କାଟୁଛନ୍ତି।
ଡୁଗୁ ପାଇଁ ଶୋକାକୁଳ ପରିବେଶ । ୪ ଦିନ ହେବ ଚୁଲି ଜଳିନି, କି ପେଟକୁ ଦାନା ବି ଯାଇନି । ଘରର ପ୍ରତ୍ୟକ ସଦସ୍ୟଙ୍କ ଓଦା ଆଖି ଓ ଭଙ୍ଗା ମନ ଦେଖିଲେ ଯେ କେହି ବି ଠଉରାଇ ପାରିବ ଯେ ଡୁଗୁ ବିନା କେତେ ଦୁଃଖ, ଯନ୍ତ୍ରଣାରେ ବିତୁଛି ଜୀବନ ।
ରିପବ୍ଲିକ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ଏହାର ଶିକାର ହୋଇଛନ୍ତି।
ମାତୃଭାଷା ଯଦି ଗଣମାଧ୍ୟମର ଦୃଷ୍ଟି ଶକ୍ତି ହୁଏ, ଇଂରାଜୀ ଭାଷା ଚଷମା ସଦୃଶ। ଯଦି ଦୃଷ୍ଟିଶକ୍ତି ଥିବ ତା’ ହେଲେ ଚଷମା କାମ କରିବ ବୋଲି ପୂର୍ବତନ ଉପରାଷ୍ଟ୍ରପତି କହିଛନ୍ତି।