Advertisment

ଆଜି ସୂର୍ଯ୍ୟପରାଗ: ଜାଣନ୍ତୁ, କେଉଁ ସମୟରେ ଲାଗିବ ପରାଗ ଓ କ’ଣ ସବୁ ବାରଣ ହୋଇଛି....

ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Solar Eclipse 2022

Today Solar Eclipse

ଆଜି ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟପରାଗ। ଏହି ଆଂଶିକ ସୂର୍ଯ୍ୟପରାଗ ଆଜି ଅପରାହ୍ଣ ୨ଟା ୨୮ରେ ଆରମ୍ଭ ହୋଇ ୫ଟା ୩୨ରେ ଶେଷ ହେବ। ଏହା ଏସିଆ ଓ ୟୁରୋପ ମହାଦେଶରେ ଦୃଶ୍ୟମାନ ହେବ। ଭୁବନେଶ୍ୱରରେ ଅପରାହ୍ଣ ୪ଟା ୫୬ ମିନିଟରୁ ୫ଟା ୧୬ ଯାଏ ଅର୍ଥାତ୍ ପ୍ରାୟ ୨୦ ମିନିଟ୍ ପାଇଁ ଏହି ମହାଜାଗତିକ ଦୃଶ୍ୟ ଦେଖାଯିବ। ଏଠି ଘୋଡ଼େଇ ହେବ ସୂର୍ଯ୍ୟର ମାତ୍ର ୧୦ରୁ ୧୫% ଅଂଶ। 

Advertisment

ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇ ପୃଥିବୀର ଯେଉଁ ସବୁ ଅଞ୍ଚଳରେ ପଡ଼େ ସେଠାରେ ସୂର୍ଯ୍ୟପରାଗ ଦେଖାଯାଏ। ତେବେ ସୂର୍ଯ୍ୟପରାଗକୁ କେବେବି ଖାଲି ଆଖିରେ ନ ଦେଖିବାକୁ ବୈଜ୍ଞାନିକମାନେ ସତର୍କ କରିଛନ୍ତି।

ଅଧିକ ପଢ଼ନ୍ତୁ: ସୂର୍ଯ୍ୟପରାଗ ବେଳେ ଏହିସବୁ କାର୍ଯ୍ୟ କରନ୍ତୁ ନାହିଁ...

ଜ୍ୟୋତିର୍ବିଦ୍‌ଙ୍କ ମତରେ, ଆଜି କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟପରାଗ ପଡ଼ୁଛି। ସୂର୍ଯ୍ୟପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆଜି ଭୋର୍ ୪ଟା ୫୬ରୁ ପାକତ୍ୟାଗ ଓ ଦେବ ନୀତି ନିଷେଧ କରାଯାଇଛି। ଗ୍ରହଣ ସ୍ପର୍ଶ ଆଜି ଅପରାହ୍ନ ୪ଟା ୫୬ ମିନିଟ୍‌ ୫୨ ସେକଣ୍ଡରେ ଏବଂ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ ସେକେଣ୍ଡରେ ରହିଛି।

Advertisment

ଆଜି ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ନୀତିକାନ୍ତି ପାଳନ ହେଉଛି। ଗତକାଲି ରାତି ୧୨ଟାରେ ଦ୍ୱାରଫିଟା ସହ ଆଜି ଭୋର୍ ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିଛି। ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଆଜି ଅପରାହ୍ଣ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ।

ଜାଣନ୍ତୁ, ସୂର୍ଯ୍ୟପରାଗ ସମୟରେ କ’ଣ କରିବା ଉଚିତ୍‌ ନୁହେଁ...

  • ଠାକୁର ପୂଜା ବନ୍ଦ ରହିବା ସହ ଠାକୁର ଘର ମଧ୍ୟ ବନ୍ଦ ରଖନ୍ତୁ
  • ରନ୍ଧନ କାର୍ଯ୍ୟ ବନ୍ଦ ରହିବ 
  • ଖାଦ୍ୟ ଗ୍ରହଣ ବନ୍ଦ ରହିବ 
  • କୌଣସି ବୃକ୍ଷକୁ ସ୍ପର୍ଶ କରନ୍ତୁ ନାହିଁ
  • କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ
  • ଘରର ଝରକା, କବାଟ ଖୋଲା ରଖନ୍ତୁ ନାହିଁ 
  • ସ୍ୱାମୀ ଓ ସ୍ତ୍ରୀ ଶାରୀରିକ ସମ୍ପର୍କ ସ୍ଥାପନ କରନ୍ତୁ ନାହିଁ
  • ଗର୍ଭବତୀ ମହିଳା ଏହି ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହିଁ
  • କଟାକଟି ବା ସିଲେଇ କାର୍ଯ୍ୟ କରନ୍ତୁ ନାହିଁ
Solar Eclipse
Advertisment
Advertisment