Advertisment

ସେ ଜାଣିନି ମାଲିକ ତାକୁ ତଡିଦେଇଛି, ୧୫ ଦିନ ହେଲା ଘର ବାହାରେ ଜଗିଛି

ମାଲିକ ସିନା ପର କରିଦେଲା, ହେଲେ ସେ ଏତେ ବିଶ୍ୱସ୍ତ ଯେ ପାରିଲାନି ଦୂର କରି। ମାଲିକର ଏହି ଆଚରଣକୁ ସେ ବୁଝିପାରିଲାନି। ଦୁଇ ସପ୍ତାହ ଧରି ଘର ବାହାରେ ସେମିତି ଜଗି ରହିଲା। ଆସନ୍ତୁ ଜାଣିବା ପୂରା କାହାଣୀ।

author-image
Pramod Behera
ଅଦ୍ୟତନ ହୋଇଛି
Dog Sits Outside House For Weeks After Owner Abandons Him

Dog Sits Outside House For Weeks After Owner Abandons Him

କୁହାଯାଏ କୁକୁର ଭଳି ବିଶ୍ୱସ୍ତ ପ୍ରାଣୀ ଏ ଦୁନିଆରେ ଆଉ କେହି ନାହିଁ। ସେ ଯାହାର ଖାଏ ତା’ର ଗାଏ। ଦେଖାଯାଏ ମାଲିକର ସେ ଥରେ ନିଜର ହୋଇଗଲେ ଆଉ ଛାଡି ଯାଇପାରେନା। ଏମିତି ଏକ ବିଶ୍ୱସ୍ତ କୁକୁରର କାହାଣୀ ଏବେ ଚର୍ଚ୍ଚାକୁ ଆସିଛି। ନିଜ ମାଲିକ ଦ୍ୱାରା ପରିତ୍ୟକ୍ତ ହୋଇଥିଲେ ବି ଏହା ଜାଣି ନପାରି ଦୁଇ ସପ୍ତାହ ପର୍ଯ୍ୟନ୍ତ ନିଜ ମାଲିକ ଘର ବାହାରେ ଅପେକ୍ଷା କରିବା ଦେଖାଦେଇଛି।

Advertisment

କିନ୍ତୁ ସେହି ପଡ଼ୋଶୀମାନେ ନିହାତି ଧନ୍ୟବାଦର ପାତ୍ର, ଯେଉଁମାନେ ଏହି ନିରିହ କୁକୁରକୁ ଏଭଳି ଅବସ୍ଥାରେ ଦେଖି ଏଭରଗ୍ଲେଡସ୍ ଆଞ୍ଜେଲସ୍ ନାମକ ଏକ କୁକୁର ଉଦ୍ଧାର ସଂସ୍ଥାକୁ ଡାକିଥିଲେ। ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ତାକୁ ଖାଦ୍ୟ, ଜଳ, ଆଶ୍ରୟ ଦେବା ସହ ସମ୍ପୂର୍ଣ୍ଣ ଡାକ୍ତରୀ ପରୀକ୍ଷା କରାଇ କିଛି ଆବଶ୍ୟକ ଚିକିତ୍ସା କରାଇଥିଲେ।

ଉଦ୍ଧାରକାରୀ ଦଳ ଦ୍ୱାରା କୁକୁରର ନାମ ସାଲଭାଟୋର ରଖାଯାଇଛି। କୁକୁର ଆଶ୍ରୟସ୍ଥଳର ଜଣେ ମୁଖପାତ୍ର କହିଛନ୍ତି: "ମାଲିକର ପରିବାର ଦୂରକୁ ଚାଲିଯିବା ପରେ ସାଲଭାଟୋରଙ୍କୁ ଛାଡି ଦିଆଯାଇଥିଲା। ସେମାନେ ତାଙ୍କ ଘରକୁ ଫେରିବେ ବୋଲି ବିଶ୍ୱାସ କରି କୁକୁରଟି ତାଙ୍କ ଘର ସାମ୍ନାରେ ଅପେକ୍ଷା କରିଥିଲା। ପଡୋଶୀମାନେ ଆମକୁ କହିଥିଲେ ଯେ ସେ ଏକ ଭଲ ପରିବାରର ଗୃହପାଳିତ ପଶୁ। ତା’ର ଦୁଇଟି ଛୁଆ ମଧ୍ୟ ଅଛନ୍ତି।"

Advertisment

ସେ ଆହୁରି କହିଛନ୍ତି ଯେ “ଅବଶ୍ୟ, ସାଲଭାଟୋରଙ୍କୁ ଏକ ନୂଆ ଜାଗାରେ ଫିଙ୍ଗି ଦିଆଯାଇଥିଲା। ଫଳରେ ତାକୁ ଉଦ୍ଧାର କରି ଆରାମ ଦେବା କଷ୍ଟକର ହୋଇପଡିଥିଲା।”

ମୁଖପାତ୍ର କହିଛନ୍ତି ଯେ ସାଲଭାଟୋରର ଆଖିରେ ଦୁଃଖ ଅଛି ଏବଂ ପଶୁଙ୍କ ଆଖି ବହୁତ କଥା କହିପାରେ। ଯେତେବେଳେ ତାକୁ ପ୍ରଥମେ ଉଦ୍ଧାର କରାଯାଇଥିଲା ସେତେବେଳେ ସେ ଭୟାଳୁ ଏବଂ ଉଗ୍ର ଥିଲା। ତେଣୁ କୁକୁରଟିକୁ ସାଧାରଣ ଅବସ୍ଥାକୁ ଆଣିବା ପାଇଁ ଉଦ୍ଧାରକାରୀ ଟିମ୍‌କୁ ବହୁତ କଷ୍ଟ କରିବାକୁ ପଡିଥିଲା। ଏନେଇ ଅନେକ ଧୈର୍ଯ୍ୟ, ପ୍ରେମ, ଏବଂ ନିଷ୍ଠା ଆବଶ୍ୟକ ହୋଇଥିଲା।

ତେବେ ଖୁସିର କଥା ଯେ ଏହି କୁକୁରଟି ଆଶ୍ରୟସ୍ଥଳରେ ଦୁଇ ମାସ ବିତାଇବା ପରେ ଆଉ ଏକ ପରିବାରର ସ୍ନେହ ପାଇଛି। ଏହି ପରିବାର ତାକୁ ଗ୍ରହଣ କରିଛନ୍ତି। ପ୍ରକାଶଥାଉ ଯେ ଗତ ବର୍ଷ ତଳୁ ମୂଳ ମାଲିକ କୁକୁରଟିକୁ ତଡ଼ି ଦେଇଥିଲେ।

Dog Lover Ajab Gajab Trending Story
Advertisment
Advertisment