/odishatv-khabar/media/post_attachments/uploadimage/library/16_9/16_9_0/s_1666414396.jpg)
Inaugurated in 2017, childrens' park turns into jungle in Odisha's Jajpur
ପାଚେରୀ ବେଡ଼ା ହୋଇଛି, ଫଳକ ବି ଲାଗିଛି। ହେଲେ ଯୁଆଡ଼େ ଚାହିଁବେ ସିଆଡ଼େ ଖାଲି ବୁଦା ଓ ଘାସ। କେଉଁଠି ଘାସ ଭର୍ତ୍ତି ତ ଆଉ କେଉଁଠି ଭାଙ୍ଗିରୁଜି ଗଲାଣି ସରଞ୍ଜାମ। ପାର୍କ ପରେ ପାର୍କ ସିନା ତିଆରି ହେଲା ହେଲେ ରକ୍ଷଣାବେକ୍ଷଣ ଦାୟିତ୍ୱ କିଏ ନେବ ତାକୁ ନେଇ ପ୍ରଶ୍ନ ଉଠିଛି। ଯାଜପୁର ଜିଲ୍ଲା ବ୍ୟାସନଗରରେ ଥିବା ପାର୍କରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି।
ଯାଜପୁର ଜିଲ୍ଲା ବ୍ୟାସନଗର ସହର ଇନ୍ଧିରା ଗାନ୍ଧି ମହିଳା କଲେଜ ପଛରେ ଥିବା ଶିଶୁ ଉଦ୍ୟାନର ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ୨୦୧୭ ମସିହାରେ ଏହାକୁ ଉଦ୍ଘାଟନ କରାଯାଇଥିଲା। ହେଲେ ଖାଲି ପାଚେରୀ ବେଢ଼ା ହୋଇ ନିର୍ମାଣ କାମକୁ ଯେପରି ଭୁଲି ଯାଇଛି ପୌରପାଳିକା। ତେଣୁ ଏବେ ଏହି ନିର୍ମାଣାଧିନ ପାର୍କ ପାଲଟିଛି ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ।
ଖାଲି ଏହି ଗୋଟିଏ ପାର୍କ ନୁହେଁ ବ୍ୟାସନଗର ମ୍ୟୁନିସିପାଲଟି ଅଞ୍ଚଳରେ ଅନେକ ପାର୍କର ଅବସ୍ଥା ଏଭଳି ା ସହରକୁ ସୌନ୍ଦର୍ଯ୍ୟକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ପାର୍କ ନିର୍ମାଣ ହୋଇଛି। ହେଲେ କିଛି କାମ କରୁଛି ଆଉ କିଛି ଅଧାରେ ଅଟକିଛି। ଯେଉଁ ସବୁ ପାର୍କ ଏବେ କାର୍ଯ୍ୟକ୍ଷମ ରହିଛି। ସେଥିରେ ବି ନାନା ଅବ୍ୟବସ୍ଥା। କେଉଁଠି ଜିମ୍ ଉପକରଣ ଭାଙ୍ଗି ଯାଇଛି ଆଉ କିଛିରେ ରକ୍ଷଣାବେକ୍ଷଣ ଯୋଗୁ ବ୍ୟବହାର ଉପଯୋଗୀ ହୋଇପାରୁନି।
ଦୀର୍ଘ ଦିନର ଦାବି ପରେ ବ୍ୟାସନଗରରେ ପାର୍କ ନିର୍ମାଣ ହୋଇଛି। ଲୋକେ ବି ନିଜର ବହୁମୂଲ୍ୟ ସମୟ ପାର୍କରେ ବିତାଉଛନ୍ତି। ହେଲେ ପାର୍କରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାର୍କରେ ଥିବା ସାମଗ୍ରୀ ଭାଙ୍ଗି ଯାଇ ଥିବାରୁ ବିପଦଜନକ ସ୍ଥିତି ବି ଉପୁଜିଛି। ସେପଟେ ଏସବୁ ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି। ଏବେ ଆହୁରି କିଛି ପାର୍କ ନିର୍ମାଣ କରିବାକୁ ଯୋଜନା ରଖାଯାଇଛି। ହେଲେ ପୂର୍ବରୁ ଥିବା ଉଦ୍ୟାନକୁ କାର୍ଯ୍ୟକାରୀ ଓ ମରାମତି ନକରି ପୁଣି ନୂଆ ଯୋଜନା କାହା ଉଦ୍ଦେଶ୍ୟରେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
(ରିପୋର୍ଟ- ଜନ୍ମେଜୟ ଦାସ, ଯାଜପୁର)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)