Advertisment

ବର୍ଷାକୁ ନେଇ ଚାଷୀ ଛାନିଆ, ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ

ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ।

author-image
Rajalaxmi Sahoo
Cyclone Sitrang Heavy rainfall alert leaves Odisha farmers in lurch

Cyclone Sitrang Heavy rainfall alert leaves Odisha farmers in lurch

ବାତ୍ୟା ‘ସିତ୍ରାଙ୍ଗ’ ପ୍ରଭାବରେ ଗତକାଲିଠୁ ଉପକୂଳ ଅଞ୍ଚଳରେ ପାଗ ବଦଳିଛି। କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି। ବାତ୍ୟା ପ୍ରଭାବରେ ଉପକୂଳ ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ପବନର ବେଗ ବି ଘଣ୍ଟାପ୍ରତି ୭୦ କି.ମି. ଛୁଇଁପାରେ।ଯାହାକୁ ନେଇ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ଆଉ ଚାଷୀଙ୍କୁ ଘାରିଛି ବର୍ଷା ଭୟ।

Advertisment

ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ। ଉପକୂଳ ଅଞ୍ଚଳ ପୁରୀଠୁ ଆରମ୍ଭ କରି ଉତ୍ତର ଉପକୂଳ ମୟୂରଭଞ୍ଜ ପର୍ଯ୍ୟନ୍ତ ସବୁଠି ହସୁଛି ସୁନାର ଫସଲ। ଆଉ ୧୦ କି ୧୫ ଦିନ ପରେ ପାଚିଲା ଧାନକୁ ଖଳାକୁ ନେବ ଚାଷୀ। ହେଲେ ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଚାଷୀଙ୍କ ମୁଣ୍ଡରେ ଚଡ଼କ ସାଜିଛି।

ଗତ ମାସରେ ବନ୍ୟା ଯୋଗୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଜଗତସିଂହପୁରରେ ବର୍ଷା ଭୟରେ ଚାଷୀ ପାଚିଲା ଆଉ ଅଧା ପାଚିଲା ଧାନକୁ ବି ସଂଗ୍ରହ କରିବା ଆରମ୍ଭ କରି ଦେଲେଣି। ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ୱରରେ ୨୪ ଓ ୨୫ ଦୁଇ ଦିନ ବର୍ଷା ଲାଗି ରହିବ। ଯାହାକୁ ନେଇ ଚିନ୍ତାରେ ଭୋଗରାଇ, ବସ୍ତା, ଜଳେଶ୍ୱର ଅଞ୍ଚଳର ଚାଷୀ। ଖାଲି ବର୍ଷା ନୁହେଁ ପବନର ବେଗ ବି ଉପକୂଳ ଅଞ୍ଚଳରେ ବଢ଼ିବ। ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କି.ମି., ଆଉ ୨୫ରେ ସର୍ବାଧିକ ଘଣ୍ଟାପ୍ରତି ୭୦ କି.ମି. ବେଗରେ ପବନ ବହିବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

Advertisment

ଆକଳନ ଅନୁସାରେ, ବାତ୍ୟା ଉପକୂଳଠାରୁ ୨୦୦ରୁ ୨୫୦ କିଲୋମିଟର ଦୂରରେ ଅତିକ୍ରମ କରିପାରେ। ତେଣୁ ସମୁଦ୍ର ଆଭ୍ୟନ୍ତରୀଣରେ ପବନର ବେଗ ଅଧିକ ରହିବ। ଏଥିପାଇଁ ୩ନଂ ବିପଦ ସଙ୍କେତ ଜାରି ହୋଇଥିବା ବେଳେ, ସମୁଦ୍ରରୁ କୂଳକୁ ପାରାଦୀପ, ଧାମରା,ବାସୁଦେବପୁର ଏବଂ ପୁରୀ ଅଞ୍ଚଳର ମତ୍ସ୍ୟଜୀବୀ ଫେରି ଆସିଛନ୍ତି। ୮୫% ପାଚି ଯାଇଥିବା ଧାନକୁ ସଂଗ୍ରହ କରି ରଖିବା ସହ ଜମିରୁ ପାଣି କାଟିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ରହିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।  

Cyclone Sitrang
Advertisment
Advertisment