Advertisment

ସୌରଶକ୍ତିରେ ଆଲୋକିତ ହେବ କୋଣାର୍କ, କଳାହାଣ୍ଡି ତେନ୍ତୁଳିପଦା ସୌରଶକ୍ତି ପ୍ରକଳ୍ପରୁ ଆସିବ ବିଜୁଳି

ଗ୍ରୀଡ୍‌କୋ ଓ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ ମଧ୍ୟରେ ଚୁକ୍ତି । ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ।

author-image
Satyendu Shekher Mishra
undefined

Sun Temple

ସୌରଶକ୍ତିରେ ଝଟକିବ ସୂର୍ଯ୍ୟମନ୍ଦିର । ରାଜ୍ୟର ପ୍ରଥମ ସୋଲାର ଟାଉନ୍ ହେବ ଅର୍କକ୍ଷେତ୍ର । ଗୁଜରାଟ ମୋଢେରା ଭଳି ସୋଲାର ସହରରେ ପରିଣତ ହେବ କୋଣାର୍କ ଏନଏସି । ସୂର୍ଯ୍ୟମନ୍ଦିର ସମେତ ପୂରା ଅଞ୍ଚଳ ସୌରଶକ୍ତି ଦ୍ୱାରା ହିଁ ଆଲୋକିତ ହେବ । ଟ୍ୱିଟ୍ କରି ଏହି ସୂଚନା ଦେଇଛି ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା ବା ଗ୍ରୀଡ୍‌କୋ । ଏଥିଲାଗି କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାୱାଟ୍‌ର ସୌର ପ୍ରକଳ୍ପ ।

Advertisment

କେନ୍ଦ୍ର ସରକାରଙ୍କ MNRI ସ୍କିମ୍ ଅନ୍ତର୍ଗତ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବ କୋଣାର୍କ ସୂର୍ଯ୍ୟନଗରୀ । ପ୍ରାଇଭେଟ୍ ଲିମିଟେଡ୍ ନାମକ କନ୍‌ସୋର୍ଟିୟମ ଏଠାରୁ ଉତ୍ପାଦନ ହେବାକୁ ଥିବା ସୌରଶକ୍ତି ଷ୍ଟେଟ୍ ଗ୍ରୀଡ୍ ସହ ଯୋଡ଼ିହେବ, ଯାହାକି କୋଣାର୍କ ସୋଲାରାଇଜେସନ୍ ପ୍ରକଳ୍ପ ପାଇଁ ବ୍ୟବହାର ହେବ । ଏଥିପାଇଁ ନିକଟରେ ଗ୍ରୀଡ୍‌କୋ ସହ ଶକ୍ତି କ୍ରୟ ଚୁକ୍ତି ବା ପିପିଏ ସ୍ୱାକ୍ଷର କରିଛି କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍ ।

ସୂର୍ଯ୍ୟଦେବଙ୍କ ଉପାସନାସ୍ଥଳ କୋଣାର୍କ ସହ ସୌରଶକ୍ତିର ସଂପର୍କ ସ୍ଥାପନ ଲକ୍ଷ୍ୟରେ ୨୦୨୦ ମେ’ରେ କୋଣାର୍କକୁ ସୋଲାର ସିଟି କରିବା ନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର । ଚୁକ୍ତି ଅନୁସାରେ, କୋଣାର୍କ ସୂର୍ଯ୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍ ଠାରୁ ୨୫ ବର୍ଷ ଲାଗି ସୌରଶକ୍ତି କିଣିବ ଗ୍ରୀଡ୍‌କୋ । ସେହିପରି କିଲୋୱାଟ୍ ପିଛା ୨ ଟଙ୍କା ୭୭ ପଇସା ଦେବ ଏହି ପ୍ରକଳ୍ପ ରେ ୪୦ରୁ ୪୫ କୋଟି ଟଙ୍କା ପୁଞ୍ଜିନିବେଶ କରିବ କେଣାର୍କ ସୂଯର୍ୟନଗରୀ ପ୍ରାଇଭେଟ୍ ଲିମିଟେଡ୍ କନ୍‌ସୋର୍ଟିୟମର ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, କୋଣାର୍କ ସୋଲାରାଇଜେସନ୍ ପ୍ରକଳ୍ପ କାମ ଖୁବ୍‌ଶୀଘ୍ର ଆରମ୍ଭ ହେବ ୨୦୨୩ ଶେଷ ସୁଦ୍ଧା ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Advertisment

ଅନ୍ୟତମ ପ୍ରାଚୀନ ସୂର୍ଯ୍ୟ ଉପାସନପୀଠ ଗୁଜରାଟ ମୋଢେରାକୁ ସଂପୂର୍ଣ୍ଣ ସୌରଚାଳିତ କରାଯାଇଛି । ସଂପୂର୍ଣ୍ଣ ସୌରଚାଳିତ ହେବାରେ ଏହା ଦେଶର ପ୍ରଥମ ଗାଁ । ଗତ ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ । ସୌରପ୍ରକଳ୍ପ ପ୍ରତିଷ୍ଠା ଦ୍ୱାରା ଏଠାରେ ଥିବା ସୂର୍ଯ୍ୟମନ୍ଦିର ମଧ୍ୟ ରଙ୍ଗବେରଙ୍ଗରେ ଆଲୋକରେ ଉଦ୍ଭାସିତ ହେଉଛି ।

Sun Temple Konark Temple
Advertisment
Advertisment