ଗତକାଲି ରାତି ସାଢ଼େ ୯ଟାରୁ ସାଢ଼େ ୧୧ଟା ମଧ୍ୟରେ ବାତ୍ୟା ବାଂଲାଦେଶର ବରିଷଲ ନିକଟରେ ଉପକୂଳ ଅତିକ୍ରମ କରିଛି। ଏହି ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁ ଅନେକ ଧନଜୀବନ ନଷ୍ଟ ହୋଇଛି।
ଅତିପ୍ରବଳ ବର୍ଷା ହେଲେ ଫସଲ ନଷ୍ଟ ହେବା ସହ ସାର ମଧ୍ୟ ନଷ୍ଟ ହେବ। ଯାହାକୁ ନେଇ ଚିନ୍ତାରେ ଉପକୂଳ ଅଞ୍ଚଳରେ ରହୁଥିବା ଲୋକେ। ପ୍ରବଳ ବର୍ଷା ଆଶଙ୍କାରେ ଚାଷୀମାନେ ଛାନିଆ ଥିବାବେଳେ ମତ୍ସ୍ୟଜୀବୀଙ୍କୁ ଘାରିଛି ପବନ ଭୟ।
ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ‘ସିତ୍ରାଙ୍ଗ’ ଘଣ୍ଟା ପ୍ରତି ୧୨ କି.ମି. ବେଗରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରୁଛି।
ଆଜି ଉପକୂଳ ଓଡିଶାରେ ପବନର ବେଗ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ରହିପାରେ। ସର୍ବାଧିକ ପବନର ବେଗ ଘଣ୍ଟା ପ୍ରତି ୫୫ କିଲୋମିଟରକୁ ବୃଦ୍ଧି ହୋଇପାରେ।
ଗତକାଲିର ଅବପାତ ଘନୀଭୂତ ହୋଇ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି।
ସମୁଦ୍ରରୁ ମାଡି ଆସୁଛି ବାତ୍ୟା...ଓଡିଶା ନଛୁଇଁଲେ ବି ଘଷି ହୋଇ ଯିବ ବାଂଲାଦେଶ !! ୨୨ରୁ ଆରମ୍ଭ ହୋଇଯିବ ବର୍ଷା...ଅଶାନ୍ତ ହେବ ସମୁଦ୍ର
ଓଡ଼ିଶା ଉପରୁ ସାମାନ୍ୟ ଟଳିଛି ବାତ୍ୟା ବିପଦ । ଆଜି ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୪ ତାରିଖରେ ଏହା ବାତ୍ୟାର ରୂପ ନେଇ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବ । ଅର୍ଥାତ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନଛୁଇଁ, ରାଜ୍ୟ ଉପକୂଳକୁ ସମାନ୍ତରଳ ଭାବେ ଅତିକ୍ରମ କରିବା ସହିତ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବ
ଭାରତୀୟ ପାଣିପାଗ ବିଭାଗର ସଦ୍ୟ ଆକଳନ ଅନୁସାରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ନୁହେଁ ବରଂ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇବ
ବର୍ଷାକୁ ନେଇ ଛାନିଆ ଚାଷୀକୂଳ, ଦରପାଚିଲା ଧାନକୁ ଆଗୁଆ କାଟିନେଲେ ଚାଷୀ
ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ । ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ।
ଆଇଏମଡି ଜିଏଫଏସ୍ ମଡେଲ କହୁଛି, ଓଡିଶାରେ ସ୍ଥଳ ଭାଗ ଛୁଇଁ ପାରେ ବାତ୍ୟା ସିତ୍ରାଙ୍ଗ । ତେବେ ଆଇଏମ୍ଡି ବାତ୍ୟାର ଗତିପଥ ଓ ଲ୍ୟାଣ୍ଡଫଲ୍ ନେଇ ଏଯାଏଁ କୌଣସି ଆକଳନ କରିନାହିଁ ।
କେଉଁଠି କରିବ ଲ୍ୟାଣ୍ଡଫଲ ? ଲ୍ୟାଣ୍ଡଫଲ ବେଳେ ବାତ୍ୟାର ତୀବ୍ରତା କେତେ ରହିବ? ପବନର ବେଗ କେତେ ହେବ ଆଉ କେତେ ପରିମାଣର ବର୍ଷା ହେବ? ଏହାକୁ ନେଇ ଆଇଏମ୍ଡିର କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ବିଭିନ୍ନ ମଡେଲ୍ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।