/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666448369.jpeg)
Electric Shock
ବିଦ୍ୟୁତ ତାରର ବେଆଇନ ହୁକ୍ରେ ଲାଗିଗଲା ଛେଳି । ସେହି ଛେଳିକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମହିଳାଙ୍କ ମୃତ୍ୟୁ । ଏହି ଅଘଟଣ ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଟାଙ୍କିରି ଜୁଆଙ୍ଗ ସାହିରେ ।
ମୃତକ ହେଲେ ନିରାଧି ଜୁଆଙ୍ଗ, କାଠି ଜୁଆଙ୍ଗ ଓ ମଞ୍ଜରୀ ଜୁଆଙ୍ଗ । ସଂପର୍କରେ ଏମାନେ ଶାଶୁ, ବୋହୂ ଓ ପୁତୁରା ବୋହୂ । ପରିବାର ଲୋକଙ୍କ କହିବା ଅନୁସାରେ ଜଙ୍ଗଲକୁ ଏମାନେ ଛେଳି ଚରଇବାକୁ ଯାଇଥିଲେ । ଏହି ସମୟରେ ବେଆଇନ ଭାବେ ଏଲ୍ଟି ଲାଇନ୍ରୁ ହୁକ୍ କରାଯାଇଥିବା ତାରରେ ଲାଗି ଯାଇଥିଲା ଗୋଟିଏ ଛେଳି ।
ସେହି ଛେଳିକୁ ବିଦ୍ୟୁତ ତାରରୁ ଅଲଗା କରିବାକୁ ଯାଇ ଜଣକ ପରେ ଜଣେ ୩ ମହିଳାଙ୍କ ମୃତ୍ୟୁ ହୋଇଛି । ବେଆଇନ ହୁକ୍ କରିଥିବା କୁମୁଦ ନାୟକ ଓ କୁବେର ନାୟକ ନାଁ ଟାଟା ପାୱାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।
ତେବେ ପ୍ରକାଶ ଥାଉକି, ଜଙ୍ଗଲ ମଧ୍ୟରେ ବେଆଇନ୍ ଭାବେ ବିଦ୍ୟୁତ୍ ତାର ଟଣା ଯାଇଥିଲେ ସୁଦ୍ଧା, ଏଥିପ୍ରତି ବିଦ୍ୟୁତ ବିଭାଗ ଓ ବନ ବିଭାଗର ନିଘା ନଥିବା ଅଭିଯୋଗ ହୋଇଛି। ଉଭୟ ବିଭାଗର ଦାୟିତ୍ଵହୀନତା ଯୋଗୁ ଆଜି ତିନି ତିନିଟି ମୂଲ୍ୟବାଦ ଜୀବନ ଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)