ସାରା ଦେଶରେ ଆଜି ୫୭୦ଟି ସ୍ଥାନରେ ଜଳୁଛି ଜଙ୍ଗଲ। ଯେଉଁଥିରୁ ସର୍ବାଧିକ ୧୪୨ଟି ଅର୍ଥାତ୍ ପ୍ରାୟ ୨୫ ପ୍ରତିଶତ କେବଳ ଓଡ଼ିଶାରେ।
ବୋର୍ଡ ଅଫିସ୍ରେ ନାଲିପାଣି କାହାର ଦରକାର କିରେ? ଏଇଠି କ’ଣ ବଡ, ଛୋଟ ସବୁ ଭର୍ତ୍ତି ହୋଇ ରହିଛି ମଦ ବୋତଲ । ନାରଣ କଣ ହୋଇଛି କିରେ?
ଆଦର୍ଶ ଥାନା । ବୀରମହାରାଜପୁର...ଏଇ ଥାନାରେ ହେଲା ବାହାଘର । ଆଉ ବାହାଘରରେ ସାମିଲ ଥିଲେ ପୋଲିସ ବାବୁ । ଦେବୀ ଦୁର୍ଗାଙ୍କୁ ସାକ୍ଷୀ ରଖି ନିରାଡମ୍ବର ଭାବରେ ଥାନାରେ ହେଲା ବାହାଘର । ଏମିତି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଆଦର୍ଶ ଥାନା ପରିସରରେ ।
କବାଟଦରହ ଏକ ଏମିତି ପର୍ଯ୍ୟଟନସ୍ଥଳୀ ଯାହା ସବୁବେଳେ ସବୁ ଋତୁରେ ପର୍ଯ୍ୟଟକଙ୍କୁ ନିଜର ମନୋରମ ଶୋଭାରେ ବାନ୍ଧି ରଖିଥାଏ । କିନ୍ତୁ ଶୀତ ଦିନେ କବାଟଦରହର ଅପରୂପ ଶୋଭାରେ ମତୁଆଲ ହୋଇଯାଏ ପର୍ଯ୍ୟଟକ । ବାରମ୍ବାର ଏଠାକୁ ଆସିବାକୁ ଇଚ୍ଛା କରେ ଦେଖଣାହାରି । ତେବେ ଆବଶ୍ୟକ ଗମନାଗମନ ବ୍ୟବସ୍ଥା ସହ ପାନୀୟ ଜଳ, ବିଶ୍ରାମଘରର ବ୍ୟବସ୍ଥା ହେଲେ ଆହୁରି ପର୍ଯ୍ୟଟକଙ୍କ ସଂଖ୍ୟା ବଢିଯାନ୍ତା ।
କେନ୍ଦ୍ରାପଡ଼ା ଜିଲ୍ଲା ପଲେଇ ପଞ୍ଚାୟତର କିଛି ମହିଳାଙ୍କ ଉଦ୍ୟମକୁ ନେଇ ଏବେ ସାରା ଜିଲ୍ଲାରେ ଚର୍ଚ୍ଚା। ମାତ୍ର ୧୧ଜଣ ମହିଳା ଏକାଠି ହୋଇ ଏହିସବୁ ରଙ୍ଗୀନ ମାଛଚାଷ ଆରମ୍ଭ କରିଛନ୍ତି। ମିଶନ ଶକ୍ତି ସହାୟତାରେ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ବେଶ୍ କାୟା ବିସ୍ତାର ବି କରିସାରିଲାଣି। ଜୟଦୂର୍ଗା ସ୍ଵଂୟ ସହାୟକ ଗୋଷ୍ଠୀ ଏବେ ୩୨ ଟି ସ୍ଵତନ୍ତ୍ର କୁଣ୍ଡ ତିଆରି କରି ବଜାରର ଚାହିଦା ଅନୁଯାୟୀ ବିଶେଷ କରି ମଲ୍ଲି ଏବଂ ଗୋପୀ ପ୍ରଜାତିର ରଙ୍ଗୀନ ମାଛ ଏଠାରେ କରାଯାଉଛି ଚାଷ ।
କେବଳ ସ୍ମାର୍ଟ ଫୋନ୍ ପାଇଁ...ସ୍ୱାମୀକୁ ଛାଡିଲା ସ୍ତ୍ରୀ । କହିଲା, ତୁମଠୁ ଅଧିକ ମୋର ଫୋନ୍ ଦରକାର
ଯେଉଁଦିନ ପ୍ରମୋସନ ପାଇଲେ, ସେଦିନ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ଲମତାପୁଟ ଏସିଏଫ୍ ସୁରଜିତ୍ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି।
ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନକୁ ଆଦ୍ରୌ ପ୍ରଶୟ ଦିଆଯିବ ନାହିଁ। ଏପରିକି ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି।
ମୁହଁ ଫୁଲେଇଦେଲା ନୂଆ ପ୍ରକାର ମେକ୍ଅପ୍ . . . ବିବାହ କରିବାକୁ ମନା କରିଦେଲା ବର ....
ଏ ସ୍କୁଲ ଗୋପବନ୍ଧୁ ତିଆରି କରିଥିଲେ । ଭୂତକୋଠି ପାଲଟି ଗଲାଣି ସ୍କୁଲ । ପାଠ ପଢେଇବାକୁ ପଢିବାକୁ ଡରୁଛନ୍ତି ପିଲା ଆଉ ଶିକ୍ଷକ । ଛାତରୁ ଖସୁଛି ବଡ ବଡ ପ୍ଳାଷ୍ଟର୍ ।
କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?
କି ଯୁଗ ହେଲାରେ ନାରଣ । ବାପା ବେକରେ ଚପଲ ମାଳ । ବୋହୂ ସହ ଲାଗିବାକୁ କିଏ କହୁଥିଲା ?
ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।
ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବି ଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।
ଆଗେ ଆଗେ ବ୍ୟାଣ୍ଡ୍ ବାଜା, ପଛେ ପଛେ ଛାତ୍ରଛାତ୍ରୀଙ୍କ ଗହଣରେ ଘଟଣାର ମୁଖ୍ୟ ଚରିତ୍ର । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍ ରଙ୍ଗପତି ସ୍କୁଲର ବିଦାୟୀ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ବିଶ୍ୱାଳ ।
ବିଜୁ ବାବୁଙ୍କ ସନ୍ତକ ଓ ଅପାସୋରା ସ୍ମୃତି ବିଜଡ଼ିତ ଡାକୋଟା ବିମାନକୁ ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ଟର୍ମିନାଲ ୱାନ୍ ସମ୍ମୁଖରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପ୍ରଦର୍ଶିତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ।
ଗ୍ରୀଷ୍ମୠତୁ ଆରମ୍ଭ ନହେଉଣୁ ଜଳ କଷ୍ଟ ଭୋଗିଲେଣି ଲୋକେ । କେଉଁଠି କେନାଲରେ ଆସୁନି ପାଣି, କେଉଁଠି ଗାଡିଆ ପୋଖରୀ ଶୁଖିଲା, ତ ଆଉ କେଉଁଠି ନଳକୂଅରେ ଉଠୁନି ପାଣି । ପିଇବା ପାଣି ମୁନ୍ଦେ ପାଇଁ ଡହଳ ବିକଳ ସମସ୍ତେ । କଟକ, ପୁରୀ ଏବଂ ସାଲେପୁରରେ ଏପରି ସମସ୍ୟା ଦେଖିବା ପାଇଁ ମିଳୁଛି ।
୧୦୫ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ ତାଙ୍କୁ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇଥିଲା। ଏହି ସମୟରେ ଡିଜେ ସାଉଣ୍ଡ ସହ ସମସ୍ତେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଉଡ଼ାଣ ଭରିବା ପରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ରେ ଅବତରଣ କରିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିଥିଲେ ।
ଏଠି ଆଖିରେ କପଡ଼ା ବାନ୍ଧି ଦେଇଛି ପ୍ରଶାସନ । ସରକାରୀ ଅଧିକାରୀଙ୍କ ନାକ ନିଶ ତଳେ ଲୁଟ୍ ହେଉଛି ଟନ୍ ଟନ୍ ବାଲି । ଦିନ ଦ୍ୱିପ୍ରହରରେ ଏ ପ୍ରହସନ କୁଆଡ଼େ ନ ଦେଖିବା ପାଇଁ ବାବୁମାନେ କୁମ୍ଭକର୍ଣ୍ଣ ନିଦରେ ଶୋଇ ରହୁଥିବା ଅଭିଯୋଗ କରିଛନ୍ତି ସଚେତନ ନାଗରିକ…..
ପୁରୁଣା ଗାଡ଼ିକୁ ସ୍କ୍ରାପରେ ବିକ୍ରି ପାଇଁ ସରକାର ଆଣିଛନ୍ତି ନୂଆ ପଲିସି । ହେଲେ ଖତ ଖାଉଥିବା ଜବତ ଗାଡ଼ି ଗୁଡ଼ିକର କଣ ହେବ ଭାଗ୍ୟ?
2024 ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ସବୁ ଆମେରିକାର ହାଇୱେ ଭଳି ଚକାଚକ ଦିଶିବ । କେବଳ ଚକାଚକ କାହିଁକି ଆପଣ ସୁଖଦ ଯାତ୍ରାର ଆନନ୍ଦ ନେବେ । କାର୍ ହେଉ କି ବାଇକ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋର୍ ହେବେନି…
ବଲାଙ୍ଗିରର ପ୍ରେମୀ ଯୁଗଳ ରୋହିତ ଓ କବିତା । 4 ବର୍ଷର ପ୍ରେମ, ରୋହିତ ମଦ୍ୟପ ଜାଣି ମଧ୍ୟ ଜୀବନ ଚଲାବାଟରେ ଚାଲିବାକୁ ରାଜି ହେଲେ କବିତା । ଶେଷରେ ଏମିତି ଅବସ୍ଥାରେ ଉଜୁଡ଼ିଗଲା ସୁନାର ସଂସାର...
କାହାକୁ ସେ ଚିହ୍ନେନା କି ଜାଣେନା । ତଥାପି ନିଜ ଲୋକଙ୍କଠୁ ସେ ଅଧିକ ଦୁଃଖୀ, ଅଧିକ ମିୟମ୍ରାଣ । ପ୍ରିୟଜନଙ୍କ ଭଳି ସେ ବି ଶୋକାଭିଭୂତ । ହଁ, ଆମେ କହୁଛ ଏଇ ମାଙ୍କଡ଼ର କଥା ।
କେଉଁଠି ହୁତୁହୁତୁ ହୋଇ ଜଳୁଛି, ତ ଆଉ କେଉଁଠି କୁହୁଳି କୁହୁଳି ବ୍ୟାପୁଛି ଜଙ୍ଗଲ ନିଆଁ । ମୟୂରଭଞ୍ଜର ଶିମିଳିପାଳ, ଗଜପତି ମୋହନାର ନାରଙ୍ଗୀ, ଖୋର୍ଦ୍ଧାର ବରୁଣେଇ, ବାଲେଶ୍ୱରର ସୋର ଏବଂ କୁଲଡିହା ପାହାଡ଼ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ଖରାଦିନ ଆରମ୍ଭରୁ ଅଣାୟତ୍ତ ହେଲାଣି ଜଙ୍ଗଲ ନିଆଁ ।