/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678091355.jpg)
Bride Lands In ICU
ବାହାଘର ପାଇଁ ପ୍ରସ୍ତୁତି ଚାଲିଥାଏ । କନ୍ୟାପକ୍ଷ ସବୁ କାମ ସାରି କେବଳ ବରର ଆଗମନକୁ ଅନେଇଥାନ୍ତି । କେତେବେଳ ବର ଆସିବ ଆଉ ହାତଗଣ୍ଠି ପଡ଼ିବ । କନ୍ୟାର କିନ୍ତୁ ଗୋଟିଏ ସ୍ୱପ୍ନ...ସେ ନୂଆପ୍ରକାର ମେକ୍ଅପ୍ ନେଇ ବରକୁ ପୂରା ଚମକେଇଦେବ । ଏଇ କଥା ଭାବି ସ୍ୱପ୍ନ ରାଇଜରେ ବୁଲୁଥିବା କନ୍ୟା ମେକ୍ଅପ୍ ରୁମ୍ରୁ ଜମା ବାହାରୁନଥାଏ । କିନ୍ତୁ ତା’ପରେ ଯାହା ଘଟିଲା ଶୁଣିଲେ ଆପଣ ନିଶ୍ଚୟ ତାଜୁବ୍ ହେବେ ।
ବର ହାଜର ହେଇଗଲା, କିନ୍ତୁ କନ୍ୟା ଜମା ମେକ୍ରୁମ୍ ଛାଡୁନଥାଏ । ୟା ଭିତରେ ଘର ଲୋକ ବ୍ୟସ୍ତ ହୋଇ କନ୍ୟାକୁ ଡାକିବାକୁ ଗଲା ବେଳକୁ ଯାହା ଦେଖିଲେ ସେମାନଙ୍କ ବୁଦ୍ଧି ହଜିଗଲା । ନୂଆ ପ୍ରକାର ମେକ୍ଅପ୍ରେ କନ୍ୟାର ମୁହଁ ପୂରା କଳାପଡ଼ି ଫୁଲି ଯାଇଛି । କନ୍ୟା ବିଚରା ବି ତା’ ମୁହଁ ଦେଖି ଚିନ୍ତାରେ ପଡ଼ିଗଲା ।
ଅଧିକ ପଢ଼ନ୍ତୁ: ବିବାହ ମଣ୍ଡପରେ ବରକୁ ଦେଖି କନ୍ୟା ବେହୋସ, ଭାଙ୍ଗିଲା ବାହାଘର...
ଏଭଳି ଅବସ୍ଥାରେ ବର ଆଉ କନ୍ୟାକୁ ଯେତେବେଳେ ବେଦିକୁ ଅଣାଗଲା, ସମସ୍ତେ ତାଜୁବ୍। କନ୍ୟାର ମୁହଁ ଦେଖି ଆଉ କାହା ମୁହଁରୁ କିଛି କଥା ବାହାରିଲାନି । କେହି କେହି କନ୍ୟା ବଦଳ କଥା ବି ଭାବିଲେ । କିନ୍ତୁ ବୁଝୁ ବୁଝୁ ଜଣାଗଲା ଯେ, ମେକ୍ଅପ୍ ଯୋଗୁ ଏପରି ହୋଇଛି।
ତେବେ କନ୍ୟାର ଏଭଳି ଚେହେରା ଦେଖି ବର ବେଦିରୁ ଉଠିଯିବା ପରେ ବରଘର ଲୋକ ବାହାଘର ଭାଙ୍ଗିଦେଇଥିଲେ । କର୍ଣ୍ଣାଟକ(Karnataka) ର ହସନ୍ ଜିଲ୍ଲାର ଅରସିକିରି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । କନ୍ୟାଘର ପକ୍ଷରୁ ସଂପୃକ୍ତ ପାର୍ଲର ବିରୋଧରେ ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ସଂପୃକ୍ତ କନ୍ୟା ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)