• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁରୀର ଏକ ମାର୍କେଟ କମ୍ପ୍ଲେକ୍ସରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ସହରର ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଯିବା ଫଳରେ ହୁତୁହୁତୁ ହୋଇ ଏବେ ବି ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିବାରେ ଲାଗିଛି । ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଏହି ଅଗ୍ନିକାଣ୍ଡ ହୋଇଛି ।

ନିଆଁ ପ୍ରଥମ ମହଲାରେ ଥିବା ଏକ ଡ୍ରେସ୍ ଦୋକାନରେ ଲାଗିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ।

ମାର୍କେଟ୍‌ କମ୍ପ୍ଲେକ୍ସରେ ବଡ଼ଧରଣର ଅଗ୍ନିକାଣ୍ଡ ଯୋଗୁଁ ଆଖପାଖ ସ୍ଥାନ ଧୂଆଁମୟ ହୋଇଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର କର୍ମଚାରୀମାନ ନିୟୋଜିତ ରହିଛନ୍ତି । ହେଲେ ପ୍ରବଳ ଧୂଆଁ କାରଣରୁ ନିଆଁ ଲିଭା କାର୍ଯ୍ୟରେ ବାଧା ଉପୁଜୁଛି । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଭିଡ଼ ଲାଗି ରହିଛି । ପୋଲିସ ମଧ୍ୟ ଘଟଣାସ୍ଥଳରେ ପହିଞ୍ଚିଛି ।

ମାର୍କେଟ କମ୍ପ୍ଲେକ୍ସରେ ଥିବା ୩ ଜଣ ଅଣନିଶ୍ୱାସୀ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏବେ ବି କିଛି ଲୋକ ମାର୍କେଟ କମ୍ପ୍ଲେକ୍ସରେ ଫସି ରହିଥିବା ଅନୁମାନ କରାଯାଉଛି ।