/odishatv-khabar/media/post_attachments/uploadimage/library/16_9/16_9_0/s_1678159431.jpg)
Vulgar dance performances bans on Jatra and Melody stages
ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନକୁ ଆଦ୍ରୌ ପ୍ରଶୟ ଦିଆଯିବ ନାହିଁ। ଏପରିକି ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ସମସ୍ତ ପ୍ରକାର ଅଶ୍ଳୀଳ ଦୃଶ୍ୟ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖାଯାଇଛି।
ଯାତ୍ରା ଓ ମେଲୋଡି ପାଇଁ ଅନୁମତି ଦେବା ବେଳେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ମଧ୍ୟ କୁହାଯାଇଛି। ଯେପରିକି କୌଣସି ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନ ହେବ ନାହିଁ। ଏହାସହ ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ବିଭାଗର ନିର୍ଦ୍ଦେଶକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରା ଓ ମେଲୋଡି ରାଜ୍ୟରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ।
କିନ୍ତୁ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂଳାପ ଓ ଅଭିନୟ ଦ୍ୱାରା ପରିବାର ସଦସ୍ୟ ଏକାଠି ବସି ନାଟକ ଦେଖିବା ସମ୍ଭବ ହେଉନି। ଯୁବକ, ଯୁବତୀମାନେ ବିପଥଗାମୀ ହେଉଛନ୍ତି । ଏହାସହ ଆମର ସଂସ୍କୃତି ମଧ୍ୟ କଦର୍ଥ ହେଉଛି । ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)