/odishatv-khabar/media/post_attachments/uploadimage/library/16_9/16_9_0/s_1678008793.jpg)
Bargarh man dies at 105 years, people celebrate death procession
ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହି କହିପାରିବେ ନାହିଁ। ସବୁଦିନ ପାଇଁ ନିଜ ଲୋକଙ୍କୁ ହରାଇବା ପରେ ଦୁଃଖରେ ସମସ୍ତେ ଭାଙ୍ଗି ପଡ଼ିଥାନ୍ତି। ଶୋକାକୁଳ ପରିବେଶ ସହ ଲୁହରେ ଭିଜିଥାଏ ସମସ୍ତଙ୍କ ଆଖି। ହେଲେ ବରଗଡ଼ ଜିଲ୍ଲା କଳଙ୍ଗାପାଳି ଗାଁରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଗାଁର ୧୦୫ ବର୍ଷୀୟ କୁଶ ମେହେରଙ୍କ ମୃତ୍ୟୁ ପରେ ତାଙ୍କୁ ଶୋଭାଯାତ୍ରାରେ ମଶାଣିକୁ ନିଆଯାଇଥିଲା। ଏହି ସମୟରେ ଡିଜେ ସାଉଣ୍ଡ ସହ ସମସ୍ତେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, କୁଶ ମେହେରଙ୍କ ମୃତ୍ୟୁ ପରେ ଶୋକର ଛାୟା ପରିବର୍ତ୍ତେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ସମାଜର ରୀତିନୀତି ଅନୁଯାୟୀ, ଘରଠୁ ମଶାଣି ନେବା ଯାଏ ଏକ ନିଆରା ଭାବେ କୁଶଙ୍କୁ ଵିଦାୟ ଦେଉଥିବା ଦୃଶ୍ୟ ଅଞ୍ଚଳବାସୀଙ୍କୁ ଚକିତ କରିଥିଲା।
ପରିବାର ପକ୍ଷରୁ ଡିଜେ ସାଉଣ୍ଡର ବ୍ୟବସ୍ଥା କରାଯାଇଥିଲା। ଏହାପରେ ଶୋଭାଯାତ୍ରାରେ ସମସ୍ତ ପରିବାର ବର୍ଗ, ବନ୍ଧୁବାନ୍ଧବ, ଜାତିଭାଇ ଗାଁ ଦାଣ୍ଡରେ ଡ୍ୟାନ୍ସ କରି ଅନ୍ତିମ ବିଦାୟ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)