• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Tattoo
ସାବଧାନ !! ହାତରେ କି ବେକରେ ଟାଟୁ କରିଛନ୍ତି କି ? ଡାକ୍ତର କହିଲେଣି ବଡ଼ ବିପଦ ହୋଇପାରେ ଟାଟୁ

ଟାଟୁ କରିବାକୁ ହେଲେ ଛୁଞ୍ଚି ଓ ରଙ୍ଗରେ ଭିନ୍ନ ଭିନ୍ନ ଚିତ୍ର କିମ୍ବା କିଛି ନାଁ ଲେଖିବାର ଟ୍ରେଣ୍ଡ ଚାଲିଛି । ହେଲେ ଆଜିର ଯୁବପିଢି ଟାଟୁ ନାଁରେ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନଷ୍ଟ କରୁଥିବା ସହିତ ପ୍ଲାଷ୍ଟିକ ସର୍ଜରୀ ଭଳି ମାରାତ୍ମକ ଉପାୟକୁ ବି ଆପଣାଉଛନ୍ତି । ହେଲେ ସାମାନ୍ୟତମ ଅସାବଧାନତା ହେଲେ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହେବା କଥାକୁ କିନ୍ତୁ ସେମାନେ ଭୁଲି ଯାଉଛନ୍ତି ।

Without electricity
ପ୍ରତିଶ୍ରୁତି ହେଲା ପ୍ରତାରଣା : ୫ ବର୍ଷ ହେଲା ଗାଁରେ ଜଳୁନି ବିଜୁଳି

୫ ବର୍ଷ ହେଲାଣି ଗାଁକୁ ବିଜୁଳି ଦେବାର ବ୍ୟବସ୍ଥା କଲା ପ୍ରଶାସନ । ଆଜିଯାଏଁ କିନ୍ତୁ ଜଳିପାରିଲାନି ବିଜୁଳି...ବାରମ୍ବାର ଅଭିଯୋଗ କଲେ ହେଲେ ଲାଭ ମିଳୁନି ।

Jay Jagannath
ଶ୍ରୀଜିଉଙ୍କ ଶ୍ରୀଅଙ୍ଗର ହୋଇନି କ୍ଷତି ସୂଚନା ଦେଲେ ବରିଷ୍ଠ ଦଇତାପତି ସେବାୟତ

ମୂଷା ଓ ଅସରପା ଏସବୁକୁ କାଟି ଦେଇଥିବା କହିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରା । ଖସାପଡା ନୀତି ସମୟରେ ଏହାକୁ ଭରଣା କରାଯାଇଛି । କୌଣସି ପ୍ରକାରରେ ମହାପ୍ରଭୁଙ୍କ ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୋରାତ୍ମକୁ ଦୂର ନକଲେ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି ବୋଲି ସେ ଦୋହରାଇଛନ୍ତି ।

Farmer Problem
ସବୁ ସାରିଦେଲା ବର୍ଷା : ହିଡ଼ ମୁଣ୍ଡରେ କାନ୍ଦୁଛି ଚାଷୀ

୩ ମାସର କଠିନ ପରିଶ୍ରମ ଓ ଲକ୍ଷାଧିକ ଟଙ୍କାର ତରଭୁଜ ଓ ପନି ପରିବା ଗତକାଲି ବର୍ଷା ଓ କୁଆ ପଥର ମାଡ଼ରେ ନଷ୍ଟ ହେବାକୁ ବସିଲାଣି । ତେଣୁ କେମିତି ଫସଲକୁ ବଞ୍ଚାଇବେ ସେନେଇ କସରତ କରୁଛି ଚାଷୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ କୃଷ୍ଣନଗର ଗାଁର ୧୦ ଜଣ ଚାଷୀଙ୍କର ଏବେ ସମଦଶା । ପାଖାପାଖି ୧୬ ଏକର ଜମିରେ ୧୦ ଲକ୍ଷ ଟଙ୍କା ବିନିଯୋଗ କରି ତରଭୁଜ ଓ ପନିପରିବା ଚାଷ କରିଥିଲେ । ଖରାଦିନେ ଲାଲ ଟକଟକ ମିଠା ତରଭୁଜ ବିକି ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା

reels in darkness
ପ୍ରତିଶ୍ରୁତି ହେଲା ପ୍ରତାରଣା : ୫ ବର୍ଷ ହେଲା ଗାଁରେ ଜଳୁନି ବିଜୁଳି

ମୟୂରଭଞ୍ଜ କପ୍ତିପଦା ବ୍ଲକ ମାଙ୍କଡପଡାର ଚେମଚେଟା ଗାଁରେ ୩୦ରୁ ଉର୍ଦ୍ଧ୍ୱ ଲୋଧା ପରିବାର ବସବାସ କରନ୍ତି । ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ପାହାଡ ଉପରେ ସେମାନେ ରହିଆସୁଛନ୍ତି । ପାହାଡ ଉପରେ ରହୁଥିବାରୁ ଅଧିକାଂଶ ମୌଳିକ ସୁବିଧା ବି ଏମାନେ ପାଇନାହାନ୍ତି । ବିଜୁଳି ଜଳିବ, ଗାଁ ଆଲୋକିତ ହେବ...କିଛି ଏମିତି ଆଶାରେ ପ୍ରଶାସନ ଗାଁର ଅନେକ ପରିବାରକୁ ସୋଲାର ଲାଇଟ୍‌ ଯୋଗାଇ ଦେଇଥିଲା । କିନ୍ତୁ ବାସ୍ତବରେ ତାହା ଏଯାଏଁ ଜଳିଲା ନାହିଁ କି ଗାଁ ଆଲୋକିତ ହେଲା ନାହିଁ ।

odisha farmer
ଅଦିନିଆ ବର୍ଷା ଧୋଇନେଲା ଚାଷୀ ସମ୍ପତ୍ତି; ଉଜୁଡ଼ିଲା ସୁନାର ଫସଲ

ରାୟଗଡ଼ାର କାଶୀପୁର, କଳାହାଣ୍ଡିର କୋକସରା ଆଉ ଭଦ୍ରକର ବାସୁଦେବପୁର । ପଶ୍ଚିମା ଝଡ଼ ପ୍ରଭାବରେ ହଠାତ ଝଡ-ବର୍ଷା ପରେ ସବୁଠି ପୂରନ୍ତା କ୍ଷେତର ଉଜୁଡ଼ା ସ୍ଥିତି ଉପଜିଛି ।

Matric Girl Student Allegedly Commits Suicide In Jajpur
ମାଟ୍ରିକ ପରୀକ୍ଷାରେ ଭଲ ନହେବାରୁ ଆତ୍ମହତ୍ୟା କଲେ ଛାତ୍ରୀ

ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି।

Panic grips in Sunabeda sancuary after Royal Bengal Tiger reportedly killed elderly woman
ସାବଧାନ ! ! ! ବୁଲୁଛି ମହାବଳ, ବାଡ଼ିରୁ ବୃଦ୍ଧାଙ୍କୁ ଝାମ୍ପି ନେଇ ନେଲା ଜୀବନ...

ବାଡ଼ିରୁ ଝାମ୍ପି ନେଇ ବୃଦ୍ଧାଙ୍କ ଜୀବନ ନେଲା ମହାବଳ ବାଘ। ଘରଠାରୁ କିଛି ଦୂରକୁ ନେଇ ମହାବଳ ବାଘ ବୃଦ୍ଧାଙ୍କୁ ମାରି ଛାଡ଼ି ପଳାଇଥିବା ଜଣାପଡ଼ିଛି।

Maa Durga
ସ୍ୱପ୍ନାଦେଶ ଦେଲେ ମା’ ଜଗତଜନନୀ ଦୁର୍ଗା, ମାଟି ଖୋଳିବାରୁ ମିଳିଲେ ଗଙ୍ଗା ଦେବୀ

ଜଗତଜନନୀ ମା ଦୁର୍ଗାଙ୍କର ଏମିତି କିଛି ସ୍ୱପ୍ନାଦେଶ ମିଳିବା ପରେ ପୂଜକ ଅବିଳମ୍ବେ ଜଗନ୍ନାଥ ମନ୍ଦିର ପରିସରକୁ ଧାଇଁ ଗଲେ । ସ୍ୱପ୍ନାଦେଶ ଅନୁସାରେ ନିର୍ଦ୍ଧାରିତ ସ୍ଥାନରେ ଯଥା ରୀତିନୀତି ଅନୁସାରେ ଖନନ କାମ ଆରମ୍ଭ କରିଦେଲେ । 7 ଫୁଟ୍ ଖୋଳିବା ପରେ ଶେଷରେ ସତ ହେଲା ସ୍ୱପ୍ନାଦେଶ । ମିଳିଲେ ନାଗ ମୂର୍ତ୍ତି ଥିବା ଗଙ୍ଗା ମାତାଙ୍କ ଦିବ୍ୟ ଓ ଅଲୌକିକ ପ୍ରତିମା..

Orphan Child
ବାପା-ମାଆ ଚାଲିଗଲେ...୧୦ ମାସର ଭଉଣୀକୁ ବିସ୍କୁଟ ଦେଇ ବଞ୍ଚାଇଛି ଭଉଣୀ

ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ । ଅନାଥ ହୋଇଗଲେ ୫ ଭାଇ-ଭଉଣୀ । ୧୦ ମାସର କୁନି ଭଉଣୀକୁ ବଞ୍ଚାଇବା ଲାଗି ବିସ୍କୁଟ ଖୁଆଉଛି ବଡ଼ ଭଉଣୀ । ମାଆ-ବାପାଙ୍କ ସ୍ନେହ ସାନ ଭାଇଭଉଣୀଙ୍କ ଉପରେ ଅଜାଡି ପକାଉଛି ବଡ଼ ଭଉଣୀ

News Fuse
ଏ ଲୋ ଷ୍ଟାଣ୍ଡାର୍ଡ ଠକ ଲାଇଫ୍ ରେ ଫାଷ୍ଟ ଟାଇମ୍ ଦେଖୁଛୁ

ଏଇ ଚୋରର ବୁଦ୍ଧି ସାଙ୍ଗରେ ବିବେକ ବି ଅଛି । ଗୋଟେ ନେଲା ଆଉ ଛାଡିଦେଲା । ଆଉ ଏ ଗାଡି ନମ୍ୱର ଉପରେ ଲଗେଜ ଭାରି ପଡିଲେ କଣ ହୁଏ

Crocodile Attack
ସାବଧାନ ! ନଦୀରେ ବୁଲୁଛି ବଉଳା କୁମ୍ଭୀର

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗମେଇ ନଦୀରେ କୁମ୍ଭୀର ମାତିଥିବାର ଖବର ଜଣାପଡ଼ିବା ପରେ ଏବେ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯ।ଇଛି । ଖବର ଜଣାପଡ଼ିବା ପରେ ସତର୍କ କରାଇଛି ବନ ବିଭାଗ...

Ayurvedic Hospital
କୋମାକୁ ଚାଲିଗଲାଣି କୋରାପୁଟର ସବୁ ଆୟୁର୍ବେଦିକ ସଂସ୍ଥା

କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି । କେବଳ କୋରାପୁଟ କାହିଁକି ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ସମସ୍ତ ଆୟୁର୍ବେଦିକ ଚିକିତ୍ସାଳୟ ସବୁ କୋମାକୁ ଚାଲିଗଲାଣି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି..

RAIN
ଘାଇଲା କରିଛି ପଶ୍ଚିମା ଝଡ଼; ନେଇଛି ଜୀବନ, ଭାଙ୍ଗିଛି ଘର

ବର୍ଷା, ପବନ ଓ କୁଆପଥର ମାଡ଼ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଉଜାଡ଼ି ଦେଇଛି ବହୁ ଚାଷୀଙ୍କ କ୍ଷେତ । ପୁରୀରେ ଧାନ, ନବରଙ୍ଗପୁରରେ ମକା ଆଉ କୋରାପୁଟରେ ପରିବା ।

Home Guards
ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ; 'ଦୈନିକ ୫୩୩ ଟଙ୍କା ଦିଅ, ପିଛିଲା ଭାବରେ ଲାଗୁ କର'

ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା ।

Home Guards
ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଛାଟ; 'ଦୈନିକ ୫୩୩ ଟଙ୍କା ଦିଅ, ପିଛିଲା ଭାବରେ ଲାଗୁ କର'

ଏଲ୍ ଆଣ୍ଡ୍ ଟି ଘଟଣା ପରେ ଏବେ ହୋମାଗାର୍ଡଙ୍କ ଭତ୍ତା ମାମଲା । ବର୍ଷ ବର୍ଷର ଲଢ଼େଇ ପରେ ପୁଣି ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ ଝଟକା ।

Threat To Idols At Puri Jagannath Temple Due To Rodent
ଶ୍ରୀମନ୍ଦିର ଗର୍ଭଗୃହରେ ଲାଗିପାରିବନି ମୂଷାଙ୍କ ପ୍ରାଦୁର୍ଭାବ ରୋକିବା ମେସିନ

ଶ୍ରୀମନ୍ଦିର ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ସମ୍ଭାବ୍ୟ କ୍ଷତି ପହଞ୍ଚାଉଥିବା ମୂଷାଙ୍କ ପ୍ରାଦୁର୍ଭାବକୁ ରୋକିବା ପାଇଁ ଆସିଥିବା ସ୍ୱତନ୍ତ୍ର ମେସିନ କାମରେ ଲାଗିପାରିବନି।

Matric examination
ମାଟ୍ରିକ୍‌ ପରୀକ୍ଷା ଚାଲିଛି : ୩ ଦିନ ହେଲାଣି ଅନ୍ଧାରରେ ୩ ଗାଁ

ଲାଇନ୍‌ କାଟିବାର କାରଣ ଜାଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ । ଆଉ ବିଦ୍ୟୁତ୍‌ ବିଭାଗର କର୍ମଚାରୀଙ୍କୁ ମନେ ମନେ ଗାଳି ବି ଦେବେ । କାରଣ ନିଜର ଭୁଲ ଲାଗି ବିଜୁଳି ବିଲ୍‌ ସଂଗ୍ରହ କରିପାରିଲା ନାହିଁ ବିଭାଗ । ତେଣୁ ଅଧିକାଂଶ ଟଙ୍କା ବକେୟା ରହିଗଲା । ତେଣୁ ବକେୟା ଟଙ୍କା ବାହାନାରେ ଏବେ ଗାଁରୁ ବିଜୁଳି କାଟିଦେଲା ବିଭାଗ । ଲାଇନ୍‌ କଟିବାରୁ ତିନିଟି ଗାଁ ୩ ଦିନ ହେଲାଣି ଅନ୍ଧାରେ ରହିଛି ।

free helmet to bikers
ହେଲମେଟ୍‌ ମ୍ୟାନ୍‌ ରାଘବେନ୍ଦ୍ର : କାର୍‌ ଭିତରେ ବି ପିନ୍ଧନ୍ତି ହେଲମେଟ୍‌

ହେଲମେଟ୍‌ ମ୍ୟାନ୍‌ ରାଘବେନ୍ଦ୍ର : କାର୍‌ ଭିତରେ ବି ପିନ୍ଧନ୍ତି ହେଲମେଟ୍‌...ରାସ୍ତାରେ ଯିଏ ହେଲମେଟ୍‌ ପିନ୍ଧନ୍ତି ନାହିଁ ସାଙ୍ଗେ ସାଙ୍ଗେ ତାଙ୍କୁ ଦିଅନ୍ତି ହେଲମେଟ୍‌

Mahua flowers
ଚାରିଆଡେ ପେନ୍ଥା ପେନ୍ଥା ମହୁଲ ଫୁଲ..

କାହା ପାଇଁ ନିଶା ତ କାହାର ଭାତହାଣ୍ଡି । ସରକାରଙ୍କୁ ମହୁଲ କରୁଛି ମାଲାମାଲ୍.. ହେଲେ ଆମକୁ ମିଳୁନି ପାଉଣା..

News Fuse
ଦେଖିଲେ ଦେଖିଲେ ପ୍ୟାଣ୍ଟ ଚୋରି କରି ନେଲେ

ଛି ଛି ଛି ...ଗେଟ୍‌ରେ ଶୁଖୁଥିଲା ଜିନ୍ସ ପ୍ୟାଣ୍ଟ । ଏଇ ବାବୁ ଆସି ଦେଖିଲେ ଦେଖିଲେ...ସାଙ୍ଗରେ ନେଇ ପଳାଇଗଲେ । ଏହେ...କାହାର କାଛୁକୁଣ୍ଡିଆ ହୋଇଥିବ...

elderly persons suffer
ବସ୍‌ ନଥିଲା କି ଅଟୋ ମିଳିଲାନି, ଉପାୟଶୂନ୍ୟ ହୋଇ ୪୦ କିମି ଚାଲିଚାଲି ଗଲେ ରୋଗୀ

ସବୁଠୁ ଆଶ୍ଟର୍ଯ୍ୟ କରିଥିଲା ଯେତେବେଳେ ଜଣେ ରୋଗୀ ଗାଡି ନପାଇବା ପରେ ରାସ୍ତା କଡରେ ବସିପଡିଥିଲେ । ତାଙ୍କର ଅସୁବିଧା କଥା ଶୁଣିଲେ ଆପଣଙ୍କ ଆଖିରେ ବି ଜକାଇ ଆସିବ ଲୁହ । ଦେହ ଖରାପ ଥିବାରୁ ବ୍ରହ୍ମପୁର ମେଡିକାଲକୁ ଯାଇଥିଲେ ଚିକିତ୍ସା ପାଇଁ । ୮ ଦିନ ମେଡିକାଲରେ ବି ରହିଲେ । କିନ୍ତୁ ଘରକୁ ଫେରିବା ବେଳେ ଗାଡି ପାଇଲେନାହିଁ । କଷ୍ଟେମଷ୍ଟେ ଯେତିକି ବାଟ ପାରିଲେ ସେତିକି ଚାଲିଲେ। ଆଉ ଯେଉଁଠି ନପାରିଲେ ସେଇଠି ବସିଲେ।

  • Sunday, 19 March 2023
Today Rainfall Likely In 15 Districts Of Odisha
ଆଜି ବି ପ୍ରଭାବ ଦେଖାଇବ ପଶ୍ଚିମା ଝଡ଼ ! ୧୫ ଜିଲ୍ଲାକୁ ୱାର୍ଣ୍ଣିଂ, ସତର୍କ ରୁହନ୍ତୁ...

କୁଆପଥର ମାଡ଼ ସହ ୪୦ରୁ ୫୦ କି.ମି. ବେଗରେ ପବନ ବହିପାରେ। ଏନେଇ ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

IAS Officer
ସାବାସ୍‌ ଲେଡି IAS : ଡଙ୍ଗାରେ ୩ କି.ମି., ପାଦରେ ୪ କି.ମି.

ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପର ପାର୍ଶ୍ୱରେ ରହିଛି ପାଞ୍ଚୋଟି ଜଳବନ୍ଦୀ ଗାଁ । ବର୍ଷ ବର୍ଷ ଧରି ଏହି ପାଞ୍ଚ ଖଣ୍ଡ ଗ୍ରାମବାସୀ ମୌଳିକ ସୁବିଧାରୁ ବଂଚିତ ହୋଇ ରହିଛନ୍ତି । ବିକାଶ ପାଇଁ ଯାତାୟାତ ବାଧକ ସାଜିଛି । ହେଲେ ଲୋକମାନେ ସେଠାରେ କେମିତି ରହୁଛନ୍ତି ? ତାହାକୁ ଜାଣିବା ଲାଗି ପହଞ୍ଚିଥିଲେ ଅନ୍ୟା ଦାସ୍‌ ।

Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।